ଭୁବନେଶ୍ବର: ଦେଶର ପ୍ରମୁଖ ଐତିହ୍ୟ ସ୍ଥାନରୁ ବାଦ ପଡିଥିବା ଶ୍ରୀକ୍ଷେତ୍ର ପୁରୀ ଓ ବିଶ୍ବ ପ୍ରସିଦ୍ଧ କୋଣାର୍କକୁ ମଧ୍ୟ ପ୍ରତିଷ୍ଠିତ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିବ । ଆଉ ଏହା ପାଇବାକୁ ମଧ୍ୟ ଏହି ଦୁଇଟି ସ୍ଥାନ ହକଦାର । ଏ ସଂପର୍କରେ ନିର୍ଦ୍ଦିଷ୍ଟ କାଗଜପତ୍ର ମିଳି ନଥିବାରୁ ଏହା ବାଦ ପଡିଥିଲା । କିନ୍ତୁ ଗତ ଜୁଲାଇ 10ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେଣୁ ବର୍ତ୍ତମାନ ରାଜ୍ୟର ଏହି ଦୁଇ ପ୍ରମୁଖ ସ୍ଥାନକୁ ମଧ୍ୟ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିବ ।
ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି । ନୂଆଦିଲ୍ଲୀରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ବୈଠକରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ