ETV Bharat / city

ପରୀ ହତ୍ୟାକାଣ୍ଡ ମାମଲା; ପ୍ରଦୀପ୍ତଙ୍କ ଟାର୍ଗେଟରେ SIT

author img

By

Published : Jan 6, 2021, 5:07 PM IST

Updated : Jan 6, 2021, 5:25 PM IST

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ପରୀ ମାମଲାକୁ ନେଇ ଜୋରଦାର ବର୍ଷିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

ଏସଆଇଟିଙ୍କୁ ପ୍ରଦୀପ୍ତଙ୍କ ଟାର୍ଗେଟ
ଏସଆଇଟିଙ୍କୁ ପ୍ରଦୀପ୍ତଙ୍କ ଟାର୍ଗେଟ

ଭୁବନେଶ୍ବର: ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ଜୋରଦାର ବର୍ଷିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ ଏସଆଇଟି ଏବଂ ରାଜ୍ୟ ସରକାରଙ୍କ ଉପରେ ଟ୍ବିଟ କରିଛନ୍ତି ଯେ, କାହିଁକି ଏସଆଇଟି ଜଣେ ନାବାଳକ ପିଲାକୁ ଜୋର ଜବରଦସ୍ତି ସାବାଳକ ଦର୍ଶାଇବାକୁ ପ୍ରୟାସ କରୁଥିଲେ ଏହା ଏକ ବଡ ପ୍ରଶ୍ନ ।

ଏସଆଇଟିଙ୍କୁ ପ୍ରଦୀପ୍ତଙ୍କ ଟାର୍ଗେଟ
ଏସଆଇଟିଙ୍କୁ ପ୍ରଦୀପ୍ତଙ୍କ ଟାର୍ଗେଟ

ସେ ତାଙ୍କର ଅଫିସିଆଲ୍ ଟ୍ବିଟରରେ ଲେଖିଛନ୍ତି ଯେ ,ପରୀ ହତ୍ୟା ମାମଲାରେ ପୋକ୍ସ କୋର୍ଟ ସରୋଜ ସେଠୀଙ୍କୁ ନାବାଳକ ବୋଲି ଘୋଷଣା କରିବା ପରେ ଏବେ ଏହି ଘଟଣାର ତଦନ୍ତ କରୁଥିବା ଏସଆଇଟିର ଅସଲ ଉଦ୍ଦେଶ୍ୟ ଓ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି । ଏହାସହ ମାଟ୍ରିକ ପାସର ପ୍ରମାଣପତ୍ରରେ ଜନ୍ମ ତାରିଖ ଥିବା ସତ୍ତ୍ବେ କେଉଁ ଅଦଦ୍ଭୁତ କାରଣ ପାଇଁ ପୋଲିସ ତାଙ୍କୁ ସାବାଳକ ଦେଖାଉଥିଲେ । ସାରା ଭାରତରେ ଏପରି ହେବା ବୋଧେ ବିରଳ । ଏହା ବେଆଇନ ଓ ଅରୁଣ ବୋଥ୍ରାଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ ହେବା ଦରକାର ବୋଲି ଦାବି କରିଛନ୍ତି ପ୍ରଦୀପ୍ତ । ।

ହାଡ ଓସିଫିକେସନ ପରୀକ୍ଷା କରିବା ପାଇଁ ବୋଥ୍ରା ବାବୁଙ୍କୁ କିଏ ଅନୁମତି ଦେଇଥିଲା ? ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡି ଦଳକୁ ରକ୍ଷା କରିବା ପାଇଁ ସରକାର ଠୋସ ପ୍ରମାଣ ବିନା ଜଣେ ଦଳିତ ନାବାଳକ ପିଲାକୁ ଫସାଇ ଦେଇଥିବା ଭଳି ଅନୁଭବ ହେଉଛି । କାରଣ ଏବେବି ଅଦାଲତ ଗ୍ରହଣ କରିପାରିବା ଭଳି ଗୋଟିଏ ବି ପ୍ରମାଣ ଏସଆଇଟି ପାଖରେ ନାହିଁ ।ଅଙ୍ଗ ତସ୍କରିକୁ ଲୁଚାଇବା ପାଇଁ ମନଗଢା କାହାଣୀ କହୁଛି ଏସଆଇଟି । ଗୁଗଲ ହିଷ୍ଟ୍ରି ଡିଲିଟ ରିପୋର୍ଟ ଏସଆଇଟି ପାଖେ ନାହିଁ । ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ । ପଲିଗ୍ରାଫି ଟେଷ୍ଟିଂ ନିର୍ବିବାଦୀୟ ନୁହେଁ, ଏପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ରାୟ ଅଛି ।

ସରୋଜ ପୂର୍ବରୁ ଅଭିଯୋଗ କରିଥିଲା କି, ଏସଆଇଟିର ମୁଖ୍ୟ ତାକୁ ଦୋଷ ସ୍ବୀକାର କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚୁଥିଲେ । ପରୀର ବାପାମା' ଏସଆଇଟିର ତଦନ୍ତକୁ ବିଶ୍ବାସ କରୁନାହାନ୍ତି । ସାଧାରଣ ଲୋକମାନଙ୍କ ଭିତରେ ଏସଆଇଟିର ବିଶ୍ୱସନୀୟତା ଆଉ ନାହିଁ । ତେଣୁ ଘଟଣାର ସଠିକ ତଦନ୍ତ କରିବା ପାଇଁ ଏହି ମାମଲାକୁ ସିବିଆଇକୁ ଦିଆଯାଉ ବୋଲି ସେ ଟ୍ବିଟ କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 6, 2021, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.