ETV Bharat / city

ବିଧାୟକ ଦେବୀଙ୍କ ଘରେ ସିବିଆଇ, ଜବାବ ରଖିଲା ବିଜେପି - debi mishra

ଦୀର୍ଘ ଦିନର ଅନ୍ତରାଳ ପରେ ପୁଣି ଫେରିଛି ସିବିଆଇ । ସିସୋର ଚିଟଫଣ୍ଟ ଲିଙ୍କ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ସିବିଆଇ ଜେରା କରିଛି । ଏନେଇ ମତ ରଖିଛନ୍ତି ଉଭୟ ବିଜେପି- କଂଗ୍ରେସ । ଅଧିକ ପଢନ୍ତୁ..

ଉପନିର୍ବାଚନ ପାଇଁ ସିବିଆଇରେଡ୍, ଜବାବ ରଖିଲା ବିଜେପି

author img

By

Published : Sep 18, 2020, 8:56 PM IST

ଭୁବନେଶ୍ବର: ଦୀର୍ଘ ଦିନର ଅନ୍ତରାଳ ପରେ ପୁଣି ଫେରିଛି ସିବିଆଇ । ସିସୋର ଚିଟଫଣ୍ଟ ଲିଙ୍କରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ସିବିଆଇ ଜେରା କରିଛି । ସିବିଆଇର ୫ଟି ଟିମ୍ ଏକକାଳୀନ ଦେବୀ ମିଶ୍ରଙ୍କ ପଟିଆସ୍ଥିତ ଭାଇ, ନରସିଂହପୁରସ୍ଥିତ ପୈତୃକ ବାସ ଭବନ, ଭୁବନେଶ୍ବରସ୍ଥିତ ବାସ ଭବନ ଆଦି ସ୍ଥାନରେ ଚଢାଉ କରିଛି ଦୀର୍ଘ ୪ ଘଣ୍ଟା ଜେରାରେ ସିସୋର ସହ ପର୍ଯ୍ୟଟନ ବିଭାଗର ଲିଙ୍କ୍ ନେଇ ପ୍ରଶ୍ନ କରିଛନ୍ତି ସିବିଆଇ ଟିମ୍ । ସେପଟେ ସିବିଆଇକୁ ସବୁ ପ୍ରକାର ସହଯୋଗ କରୁଥିବା କହିଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଉପନିର୍ବାଚନ ପାଇଁ ସିବିଆଇରେଡ୍, ଜବାବ ରଖିଲା ବିଜେପି

ଅଭିଯୋଗ ହେଉଛି ଯେ, ୨୦୦୮/୦୯ରେ ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ଗ୍ରୁପକୁ ଦେଇଥିଲେ ଅହେତୁକ ଅନୁକମ୍ପା । ସେ ସମୟରେ ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଥିଲା ସିସୋର କମ୍ପାନୀ । କଟକରେ ନୌକା ବିହରାର ପରିଚାଳନା ଦାୟୀତ୍ବ ମିଳିଥିଲା ସିସୋର ଗ୍ରୁପକୁ । ମହାନଦୀ ଉପକୂଳର ବିକାଶ ପାଇଁ ରାଜ୍ୟ ସରକାର ଓ ସିସୋର ସହ ହୋଇଥିଲା ଚୁକ୍ତି । ଖୋର୍ଦ୍ଧା ଅଟ୍ରିର ପର୍ଯ୍ୟଟନର ବିକାଶ କାମ ମିଳଥିଲା ସିସୋର ଗ୍ରୁପକୁ । ଶାମୁକା ପର୍ଯ୍ୟଟନ ଯୋଜନାରେ ମଧ୍ୟ ଥିଲା ସିସୋରର ଶେୟାର । ଏଥିପାଇଁ ସରକାରୀ ତହବିଲରୁ ସିସୋରକୁ ଯାଇଥିଲା କୋଟି କୋଟି ଟଙ୍କା ।

ସିସୋର ମାମଲାରେ ଦେବୀ ମିଶ୍ରଙ୍କ ପଲିଟିକାଲ ପିଏ ଦୀଲିପ ମିଶ୍ର ଓ ପୂର୍ବତନ କଟକ ଜିଲ୍ଲା ନଗର ସଭାପତି ପ୍ରଫୁଲ୍ଲ ସିଂଙ୍କୁ ମଧ୍ୟ ଜେରା କରିଛି ସିବିଆଇ । ଏତେ ପରେ ବି ୭ ବର୍ଷ ପରେ ସିବିଆଇ କି ତଥ୍ୟ ଖୋଜୁଛି ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ସବୁ ପ୍ରକାଶ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି ଦେବୀ । ସେପଟେ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଆଗକୁ ଅଛି ବାଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ । ରାଜ୍ୟରେ କୌଣସି ନିର୍ବାଚନ ଆସିଲେ ସିବିଆଇ ଆକ୍ଟିଭ ହେଉଥିବା ନେଇ ସେ କହିଛନ୍ତି । ନବୀନ ପଟ୍ଟନାୟକ ସବୁ ସମୟରେ ମୋଦିଙ୍କୁ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ ।

ସେପଟେ ବିଜେପି କହିଛି, ଯିଏ ପାପ କରିଛି ତାର ଦଣ୍ଡ ବିଧାନ ହେବ । ଉପନିର୍ବାଚନ ସହ ତାର ସମ୍ପର୍କ ନାହିଁ। ସାଧାରଣ ଲୋକଙ୍କ ପଇସା ହଡ଼ପକାରୀ ଆଜି ନହେଲେ କାଲି ଦଣ୍ଡ ପାଇବ । ଯିଏ ଯେମିତି କରିବ ସେ ସେମିତି ପାଇବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ସୂଚନା ଅନୁସାରେ ସିସୋର ଚିଟଫଣ୍ଡ ଲିଙ୍କରେ ସିବିଆଇ ପୂର୍ବରୁ ଚୌଦାରର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜେରା କରିବା ସହ ଗିରଫ କରାଥିଲା । ଖାଲି ସେତିକି ନୁହେଁ ତାଙ୍କ ପତ୍ନୀଙ୍କୁ ମଧ୍ୟ ସିବିଆଇ ଜେରାର ସାମନା କରିବାକୁ ପଡ଼ିଥିଲା । ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ସିବିଆଇ । ସେହିପରି ସିବିଆଇ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ମଧ୍ୟ ପୂର୍ବରୁ ଗିରଫ କରିଥିଲ । ଏହି କେସରେ ଶୁଭଙ୍କର ନାୟକଙ୍କୁ ମଧ୍ୟ ଜେରା ଓ ଗିରଫ ମଧ୍ୟ କରାଯାଇଥିଲା । ତାଙ୍କ ନିକଟରୁ ମିଳିଥିବା ଡାଏରୀରୁ ଅନେକ ନେତା ମନ୍ତ୍ରୀ ଆଇପିଏସ ଓ ଆଇଏଏସ ଅଧିକାରୀଙ୍କ ନାମ ସବିଆଇ ହାତରେ ଲାଗିଥିଲା । ମୋଟ ୫୭୮ କୋଟି ସ୍କାମର ତଦନ୍ତର ଖିଅ ଏବେବି ଖୋଜୁଛି ସିବିଆଇ । ୨୦୧୪ ରୁ ଏଯାବତ ଚାଲିଛି କେସର ତଦନ୍ତ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.