ETV Bharat / city

ମନ୍ତ୍ରୀମଣ୍ଡଳରୁ ବାଦପଡିଲେ ନାନା; ପଲିଟିକ୍ସ ନା ପରଫମାନ୍ସ ?

author img

By

Published : Jul 8, 2021, 11:00 PM IST

Updated : Jul 8, 2021, 11:37 PM IST

୨୪ ନିର୍ବାଚନ ପାଇଁ ପ୍ରତାପଙ୍କ ଭଳି ଜଣେ ଅନୁଭବୀ ନେତାଙ୍କୁ ସାଙ୍ଗଠନିକ ପୁନର୍ବିନ୍ୟାସ କାମ ନିମନ୍ତେ ବିଜେପି ଆବଶ୍ୟକ ମଣିଲା ନା ଆଦିବାସୀ କାର୍ଡ ପାଇଁ ସେ ବଳି ପଡିଲେ ? ଅଧିକ ପଢ଼ନ୍ତୁ...

political strategist rabi das, rabi das reaction on pratap sarangi resignation,  pratap sarangi resignation, ପ୍ରତାପ ଷଡ଼ଙ୍ଗୀ, ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ, ପ୍ରତାପଙ୍କ ଇସ୍ତଫା ନେଇ ରବି ଦାସଙ୍କ ପ୍ରତିକ୍ରିୟା, balasore, pratap sarangi, congress reaction, BJP
ମନ୍ତ୍ରିମଣ୍ଡଳରୁ ବାଦ ନାନା; ପଲିଟିକ୍ସ ନା ପରଫମାନ୍ସ ?

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ କାହିଁକି ବାଦ୍ ପଡ଼ିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ? ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଖୁସି ନଥିଲେ ନା ତାଙ୍କୁ ବାଦ ଦେବା ଲାଗି ରଚା ଯାଇଥିଲା ଷଡ଼ଯନ୍ତ୍ର ! ୨୪ ନିର୍ବାଚନ ପାଇଁ ପ୍ରତାପଙ୍କ ଭଳି ଜଣେ ଅନୁଭବୀ ନେତାଙ୍କୁ ସାଙ୍ଗଠନିକ ପୁନର୍ବିନ୍ୟାସ କାମ ନିମନ୍ତେ ବିଜେପି ଆବଶ୍ୟକ ମଣିଲା ନା ଆଦିବାସୀ କାର୍ଡ ପାଇଁ ସେ ବଳି ପଡିଲେ ? ଏମିତି କିଛି ପ୍ରଶ୍ନ ବର୍ତ୍ତମାନ ବାଲେଶ୍ବର ସଂସଦୀୟ କ୍ଷେତ୍ର ସମେତ ରାଜ୍ୟରେ ଆଲୋଚନାକୁ ଖୋରାକ ଯୋଗାଇଛି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ କୁଆଡ଼େ ମନ୍ତ୍ରିମଣ୍ଡଳରୁ ଓଡ଼ିଶାରୁ ଜଣକୁ ବାଦ୍ ଦେଇ ବଦଳରେ ଆଉ ଦୁଇଜଣଙ୍କୁ ବୋନସ୍ ଆକାରରେ ଦେଇଛନ୍ତି ।

ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ବଳି ପଡ଼ିବା ପଛରେ ଅଲଗା କିଛି କାରଣ ଥିବା ଚର୍ଚ୍ଚା ହେଉଛି । କରୋନା ସମୟରେ ତାଙ୍କର ଭୂମିକା ଓ ବୟାନକୁ ନେଇ ସେ ବିବାଦୀୟ ହୋଇ ପଡ଼ିଥିଲେ । ଯେଉଁ ସମୟ‌ରେ ଲୋକେ ତାଙ୍କ ସହଯୋଗ ଆବଶ୍ୟକ କରୁଥିଲେ, ଠିକ ସେହି ସମୟରେ ସେ ଦିଲ୍ଲୀରେ ରହିଥିଲେ । ଏମିତିକି କେନ୍ଦ୍ରମନ୍ତ୍ରୀ ନିରୁଦ୍ଧିଷ୍ଟ ହୋଇ ଯାଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ କଟାକ୍ଷ କରିବା ସହ ବାଲେଶ୍ଵର ସହରର କାନ୍ଥବାଡ଼ରେ ପୋଷ୍ଟର ମାରିବାକୁ ପଛେଇନଥିଲେ । 2020 ବାଲେଶ୍ବର ସଦର ଉପନିର୍ବାଚନ ଫଳାଫଳ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା । ତାଙ୍କ ନେତୃତ୍ବ ପରାକାଷ୍ଠା ଉପରେ ବାଲେଶ୍ଵର ଆସନ ବିଜେପି ହାତରୁ ଖସି ବିଜେଡି କୋଳକୁ ଯାଇଥିଲା । ତାହା ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନଚିହ୍ନ ଆଙ୍କି ଦେଇଥିଲା ।

କୋରନା ସମୟରେ ବାଲେଶ୍ଵରରେ ପ୍ରତାପଙ୍କର ଏକ ବୟାନ ଆସିଥିଲା । ‘‘ଦେଶର ମନ୍ତ୍ରୀ ଭାବେ ଦେଶ କଥା ଆଗ ବୁଝିବି, ନା ବାଲେଶ୍ବର କଥା’’ ବୋଲି ନାନା କହିଥିଲେ । ଏହାଛଡ଼ା ମତ୍ସ୍ୟ ଓ ପଶୁ ସମ୍ପଦ, ଦୁଗ୍ଧ ପ୍ରକ୍ରିୟାକରଣ, ଗୋସମ୍ପଦ ତଥା ଏମ୍‌ଏସ୍‌ଏମ୍‌ଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ପାଇଥିଲେ ହେଁ ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ସେମିତି ଉତ୍ସାହଜନକ ନଥିଲା । କୋରନାର ପ୍ରବଳ ମାଡ଼ ଏମ୍‌ଏସ୍‌ଏମ୍‌ଇ ବିଭାଗ ଉପରେ ବିଶେଷ ଭାବେ ପଡିଥିଲା । ଦୁଇ ବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ଭିତରେ ମତ୍ସ୍ୟ ପ୍ରକଳ୍ପ ଭଳି ହାତଗଣତି କିଛି ପ୍ରକଳ୍ପକୁ ବାଦ୍ ଦେଲେ ନିଜ ନିର୍ବାଚନମଣ୍ଡଳୀକୁ କିଛି ଆଖିଦୃଶିଆ କାମ ଆଣିପାରିନଥିଲେ ।

ଦେଶ ତଥା ରାଜ୍ୟରେ ତାଙ୍କ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ପଡିନଥିଲା ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।ଗତ ସାଧାରଣ ନିର୍ବାଚନରେ ବାଲେଶ୍ବର ସଂସଦୀୟ କ୍ଷେତ୍ର ସହ ସଦର ଓ ନୀଳଗିରି ଆସନକୁ ଶାସକ ବିଜେଡି ହାତରୁ ଛଡ଼ାଇ ଆଣିଥିଲା ବିଜେପି । ପରବର୍ତ୍ତୀ ସମୟରେ ବାଲେଶ୍ବର ସଦର ଉପନିର୍ବାଚନ ନିଜ ସିଟକୁ ବଜାୟ ରଖିବାରେ ବିଫଳ ହୋଇଥିଲା ବିଜେପି । ଯାହାକୁ ସହଜରେ ହଜମ୍ କରି ପାରିନଥିଲେ ବିଜେପିର ଶୀର୍ଷ ନେତୃବୃନ୍ଦ ।

ଦେଶ ତଥା ରାଜ୍ୟରେ ତାଙ୍କ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ପଡିନଥିଲା ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ଗତ ସାଧାରଣ ନିର୍ବାଚନରେ ବାଲେଶ୍ବର ସଂସଦୀୟ କ୍ଷେତ୍ର ସହ ସଦର ଓ ନୀଳଗିରି ଆସନକୁ ଶାସକ ବିଜେଡି ହାତରୁ ଛଡ଼ାଇ ଆଣିଥିଲା ବିଜେପି । ପରବର୍ତ୍ତୀ ସମୟରେ ବାଲେଶ୍ବର ସଦର ଉପନିର୍ବାଚନ ନିଜ ସିଟକୁ ବଜାୟ ରଖିବାରେ ବିଫଳ ହୋଇଥିଲା ବିଜେପି । ଯାହାକୁ ସହଜରେ ହଜମ୍ କରି ପାରିନଥିଲେ ବିଜେପିର ଶୀର୍ଷ ନେତୃବୃନ୍ଦ । ରାଜ୍ୟ ରାଜନୀତିରେ ପ୍ରତାପଙ୍କ ଗୌଣ ପ୍ରଭାବ, କେନ୍ଦ୍ରମନ୍ତ୍ରୀ ଭାବେ ରିପୋର୍ଟ କା‌ର୍ଡକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଖୁସି ନଥିଲେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାକୁ ମୋହର ମାରୁଛନ୍ତି ରାଜନୈତିକ ସମୀକ୍ଷକ ।

ସେପଟେ ବାଲେଶ୍ବରରେ ମଧ୍ୟ ପ୍ରତାପଙ୍କ ଇସ୍ତଫା ନେଇ ସାଧାରଣ ଜନତା ସହ ରାଜନୈତିକ ଦଳ ରଖୁଛନ୍ତି ପ୍ରତିକ୍ରିୟା ।

କଂଗ୍ରେସର କହିବା ଅନୁସାରେ, କେନ୍ଦ୍ରମନ୍ତ୍ରୀ ପଦ ପାଇବା ପରେ ପ୍ରତାପଙ୍କ ଅହଂକାର ବହୁଗୁଣରେ ବଢି ଯାଇଥିଲା ଓ ଯୋଗ୍ୟତାକୁ ସମ୍ଭାଳିବାରେ ପ୍ରତାପ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସେହିପରି, ବାଲେଶ୍ଵରରେ ସେମିତି କିଛି ଆଖିଦୃଶିଆ ବିକାଶ ହୋଇପାରିନି। କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁ ଥିବା ବେଳେ ବାଲେଶ୍ଵର ଫ୍ଲାଇ ଓଭର ବ୍ରିଜ କରିଥିବା ବେଳେ ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ବେଳେ ନୋସି ପାଖରୁ ସିପେଟ ଆଦି ବିକାଶ ହୋଇଛି । ଅନ୍ୟପଟେ ବିଜେପି କହିଛି ମୋଦି ଯାହା ନିଷ୍ପତ୍ତି ନେଇଛନ୍ତି ସେମିତି କିଛି ନଭାବି ନେଇଛନ୍ତି। ଏମିତିକି ଉତ୍ତର ଓଡିଶାକୁ ମୋଦି ଗୁରୁତ୍ବ ଦେଇଥିବା କହିଛି ବିଜେପି ।

ନୀଳଗିରି ଆସନରୁ 2 ଥର ବିଧାୟକ 2014ରେ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ପ୍ରତାପ । 2019ରେ ବାଲେଶ୍ବର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ପ୍ରତାପ । ଆରଏସ୍‌ଏସ୍‌ ବିଚାରଧାରା, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତଥା ସମର୍ପିତ ଜୀବନଶୈଳୀ ଯୋଗୁଁ ମୋଦୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ସଂସଦ ଭିତରେ ସଂସ୍କୃତ, ଇଂରାଜୀ ସମେତ ଏକାଧିକ ଭାଷାରେ ତାଙ୍କର ପାଣ୍ଡିତ୍ୟ ତଥା ଓଜସ୍ବିନୀ ଭାଷଣ ଯୋଗୁଁ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ଅନେକ ପ୍ରଶଂସା ସାଉଁଟିଥିଲେ ।ବ‌ାଲେଶ୍ବର ନୀଳଗିରି ଆସନରୁ 2 ଥର ବିଧାୟକ 2014ରେ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ପ୍ରତାପ । 2019ରେ ବାଲେଶ୍ବର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ପ୍ରତାପ । ଆରଏସ୍‌ଏସ୍‌ ବିଚାରଧାରା, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତଥା ସମର୍ପିତ ଜୀବନଶୈଳୀ ଯୋଗୁଁ ମୋଦୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ସଂସଦ ଭିତରେ ସଂସ୍କୃତ, ଇଂରାଜୀ ସମେତ ଏକାଧିକ ଭାଷାରେ ତାଙ୍କର ପାଣ୍ଡିତ୍ୟ ତଥା ଓଜସ୍ବିନୀ ଭାଷଣ ଯୋଗୁଁ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ଅନେକ ପ୍ରଶଂସା ସାଉଁଟିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 8, 2021, 11:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.