ETV Bharat / city

ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା - ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ

ପ୍ରକାଶ ପାଇଲା ଚଳିତ 2021-22 ଶିକ୍ଷା ବର୍ଷର ଯୁକ୍ତ ଦୁଇ ମେଧା ତାଲିକା । ଛାତ୍ରଛାତ୍ରୀ SAMSOdisha.Gov.in ସାଇଟକୁ ଯାଇ ଦେଖିପାରିବେ ନିଜ ନାମ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

author img

By

Published : Sep 27, 2021, 5:21 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ତେବେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ମେଧା ତାଲିକା ମଧ୍ୟରେ 28 ହଜାର 844 ଜଣ ଛାତ୍ର ଓ 25 ହଜାର 787 ଛାତ୍ରୀ ସମେତ 2 ଜଣ ତୃତୀୟ ଲିଙ୍ଗୀ ମନୋନୀତ ହୋଇଛନ୍ତି ।

2021-22 ଶିକ୍ଷାବର୍ଷ ପାଇଁ ଆବେଦନ କରିଛନ୍ତି କଳାରେ 40 ହଜାର 871, ବାଣିଜ୍ୟରେ 2 ହଜାର 644, ବିଜ୍ଞାନରେ 10 ହଜାର 382, ସଂସ୍କୃତରେ 269, ଧନ୍ଦାମୂଳକ ଶିକ୍ଷାରେ 467 ଜଣ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ବିଜ୍ଞାନ, କଳା ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସବୁଠାରୁ ଆଗରେ ରହିଛି । କଳାରେ 76.5, ବିଜ୍ଞାନରେ 90 ପ୍ରତିଶତ, ବାଣିଜ୍ୟରେ 80 ପ୍ରତିଶତ ରହିଛି । ଦ୍ୱିତୀୟରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ କଳାରେ 76.4, ସେହିଭଳି ତୃତୀୟରେ ଭଦ୍ରକ ଉଚ୍ଚ ମାଧ୍ୟମିକ ସ୍କୁଲ 73.17 ।

ସେପଟେ ବିଜ୍ଞାନରେ ଦ୍ୱିତୀୟରେ ରହିଛି ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ 88.33, ତୃତୀୟରେ ରହିଛି ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲ ସୋର 86.33 । ସେହିଭଳି ବାଣିଜ୍ୟରେ ଦ୍ୱିତୀୟରେ ରହିଛି ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ 79.5, ତୃତୀୟରେ ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି 75.5 ପ୍ରତିଶତ । ତେବେ ଛାତ୍ରଛାତ୍ରୀ https://samsodisha.gov.in/ ସାଇଟକୁ ଯାଇ ନିଜ ନାମ ଦେଖିବା ସହ କେଉଁ କଲେଜରେ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି, ସେ ନେଇ ଇଣ୍ଟିମେସନ ଡାଉନଲୋଡ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.