ETV Bharat / city

ପିପିଲି ଉପନିର୍ବାଚନ: 348 ବୁଥ୍ ପ୍ରସ୍ତୁତ, ସଜାଗ ୨୦୦୦ ପୋଲିସ କର୍ମଚାରୀ

author img

By

Published : Sep 28, 2021, 5:00 PM IST

30 ତାରିଖ ଅର୍ଥାତ ଗୁରୁବାର ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Pipili byelection state chief election commissioner pressmeet
ପିପିଲି ଉପନିର୍ବାଚନ

ଭୁବନେଶ୍ବର : ଆସନ୍ତା 30 ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ 72 ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହେବା କଥା । ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା 6 ରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ପିପିଲି ଉପନିର୍ବାଚନ

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ସୂଚନା ଅନୁସାରେ, ପୁଲିଂ ପାର୍ଟି ପେଣ୍ଠକଟାରେ ରହିଛନ୍ତି । ସେଠାରୁ ବୁଥକୁ ବାହାରିବେ । ପିପିଲିରେ ସର୍ବମୋଟ 2 ଲକ୍ଷ 29 ହଜାର 998 ଭୋଟର ରହିଛନ୍ତି । ନିର୍ବାଚନ ଲାଗି ମୋଟ ବୁଥ ସଂଖ୍ୟା 348ଟି ପ୍ରସ୍ତୁତ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 201 ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ସେଠାରେ ମାଇକ୍ରୋ ଅବଜର୍ଭର କିମ୍ବା ସେଣ୍ଟ୍ରାଲ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ୱେବ କାଷ୍ଟ କିମ୍ବା ସିସିଟିଭି ଲଗାଯିବା ଲାଗି ବ୍ୟବସ୍ଥା କରାଯାଇଛି । ପିପିଲି ଉପନିର୍ବାଚନରେ 2200 ପୁଲିଂ ପାର୍ସନାଲିଟି ନିୟୋଜିତ ଅଛନ୍ତି । ଏସପିଙ୍କ ନେତୃତ୍ବରେ 3 ଜଣ ଅତିରିକ୍ତ ଏସପି, 2000 ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । 32ଟି ମୋବାଇଲ ପାର୍ଟି ନିୟୋଜିତ ହେବେ । ପୁଲିଂ ପାର୍ସୀନାଲିଟି ଯିବା ଆସିବା ପାଇଁ 423 ଗାଡି ନିଆଯାଇଛି । ନିର୍ବାଚନରେ 348 ଭିଭିପାଟ ବ୍ୟବହାର ହେବ । 924 ପୋଷ୍ଟାଲ ବାଲଟ ଭୋଟ ମିଳିଛି ।

କୋଭିଡ ଗାଇଡ଼ ଲାଇନ ଭିତରେ ହେବ ନିର୍ବାଚନ । ପ୍ରତି ବୁଥରେ 1000 ଜଣ ମତଦାତା ଭୋଟ ଦେଇପାରିବେ । ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତେ ଡବଲ ଡୋଜ ଭ୍ୟାକ୍ସିନ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ଆସିବା ବେଳେ ସାର୍ଟିଫିକେଟ ନେଇ କି ଆସିବେ ବୋଲି କୁହାଯାଇଛି । ଭୋଟର ଆଇକାର୍ଡ଼ ଛଡା 11ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇପାରିବେ । ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋବ ଦିଆଯିବ । ଏହା ବାଦ ମାକ୍ସ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରିବା ଲାଗି ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ, ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନର 3ଟି ଅଭିଯୋଗକୁ ତଦନ୍ତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି । ଏଥିପାଇଁ 5 ହଜାର ଟଙ୍କା ଫାଇନ ବି କଟାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.