ETV Bharat / city

ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ

author img

By

Published : Sep 10, 2021, 3:45 PM IST

Updated : Sep 10, 2021, 3:55 PM IST

ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ।ବାପା, ମା', ସ୍ତ୍ରୀ ଓ ପିଲାର ଭରଣ ପୋଷଣ ସହ ପିଲାର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ବିଧାୟକ ସମ୍ବିତ । ଅଧିକ ପଢନ୍ତୁ...

ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ
ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାକୁ ନେଇ ସରଗରମ ହୋଇ ଉଠିଛି ରାଜନୀତି । ଏନେଇ ସରକାରଙ୍କୁ ଘନଘନ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବାକୁ ଆଗେଇ ଆସିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ।ବାପା, ମା', ସ୍ତ୍ରୀ ଓ ପିଲାର ଭରଣ ପୋଷଣ ସହ ପିଲାର ପାଠ ପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ବିଧାୟକ ସମ୍ବିତ । ମାନବିକତା ଦୃଷ୍ଟିକୋଣରୁ ଅଞ୍ଚଳର ବିଧାୟକ ହିସାବରେ ମୋର କର୍ତ୍ତବ୍ୟ ଭାବି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ବିତ ।

ଦୁଷ୍ମନ୍ତ ଓ ତା ମା' ଏପ୍ରିଲ ୧୩ରେ ମୋ ପାଖକୁ ଆସିଥିଲେ । ତାର ଚିକିତ୍ସା ପାଇଁ ଏସସିବି କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ବ୍ୟବସ୍ଥା କରିଥିଲି । ଦୁଷ୍ମନ୍ତ କେବେ କୁଆଡ଼େ ଏକା ଯାଏନି । ତା'ର ମା'କୁ ଧରି ସବୁଆଡେ ଯାଏ । ହେଲେ ଏଭଳି ଘଟଣା ବଡ ଦୁଃଖଦୟକ । ନ୍ୟାୟ ନ ପାଇଲେ ଲୋକେ ବିଧାନସଭା ସମ୍ମୁଖକୁ ଆସୁଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସମ୍ବିତ ।

ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । ତେବେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରି SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୂର୍ବରୁ ସେ SCB ବଡ ମେଡିକାଲରେ ଡାକ୍ତରଙ୍କ ଦ୍ବାରା ଭୁଲ ଅସ୍ତ୍ରୋପଚାର ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ଗତ ଏକ ବର୍ଷ ହେଲା ସେ ଯନ୍ତ୍ରଣା ଭୋଗୁଥିବା କଥା କହିଥିଲେ ଦୁଷ୍ମନ୍ତ । ଉନ୍ନତ ମାନର ଚିକିତ୍ସା ପାଇଁ ବାରମ୍ବାର ଦାବି କରିବା ସହ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 10, 2021, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.