ETV Bharat / city

ପିଆଜ ରଚିଲା ନୂଆ ରେକର୍ଡ; ରାଜଧାନୀରେ କିଲୋ @140

author img

By

Published : Dec 4, 2019, 10:45 PM IST

ବେଲଗାମ ପିଆଜ ଦର। ସ୍ଥିତି ସୁଧୁରିବା ବଦଳରେ ହେଉଛି ଗମ୍ଭୀର। ଚିନ୍ତାରେ ଖାଉଟି। ସରକାର ବେଫିକର।

PHOTO
ରାଜଧାନୀରେ କିଲୋ @140

ଭୁବନେଶ୍ବର: ପିଆଜ ବଜାରରେ ଲାଗିଛି ନିଆଁ। ଦର କମିବା ପରିବର୍ତ୍ତେ ପ୍ରତିଦିନ ଡିଆଁ ମାରି ବଢିଚାଲିଛି ଆଗକୁ ଆଗକୁ। କିଛିଦିନ ତଳେ ପିଆଜ ନିଜ ଦର ସେଞ୍ଚୁରି ମାରିଥିବା ବେଳେ ଆଜି ଆଉ ଏକ ଅର୍ଦ୍ଧଶତକ ଯୋଡିବା ନିକଟତର ହୋଇଛି। ଫଳରେ ଲୋକେ ପିଆଜ ନାଁ ଧରିବାକୁ ଏବେ ଅନେକ ବାର ଚିନ୍ତା କରୁଛନ୍ତି । ଆଉ କେତେକଙ୍କ ପରିବାର ବିନା ପିଆଜରେ ରୋଷେଇ କଲେଣି ।

ଆଗକୁ ଆହୁରି ବଢିବ ପିଆଜ ଦର । ବୁଧବାର ଭୁବନେଶ୍ବର ନୂଆ ରେକର୍ଡ କରିଛି ପିଆଜ ଦର କିଲୋ @୧୪୦, ଆଗକୁ ଏହି ଦର ୧୫୦ରୁ ୧୬୦ ଛୁଇଁପାରେ ବୋଲି ଆଶଙ୍କା କରୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଡିସେମ୍ବର ୩୧ ଶେଷସୁଦ୍ଧା ପିଆଜ ଦର ଉଚ୍ଚା ରହିବ ବୋଲି ବ୍ୟବସାୟୀ ସଂଘ କହୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଭୁବନେଶ୍ବର ବଜାରରେ ପିଆଜର ଦାମ ସବୁ ରେକର୍ଡ ଭାଙ୍ଗି ୧୪୦ ପର୍ଯ୍ୟନ୍ତ ଛୁଇଁଛି। ୟୁନିଟ ୧ କ୍ୟାପିଟାଲ ହାଟରେ କିଲୋ ପ୍ରତି ୧୪୦, ୪ ନଂ ହାଟରେ ୧୩୦, ରସୁଲଗଡ କୋଚିଲେଇ ହାଟରେ ୧୨୦ ଥିଲା । ଲଗାତାର ଭାବେ ଏକ ମାସ ଧରି ଲଗାମହୀନ ଭାବେ ବଢି ଚାଲିଛି ପିଆଜ ଦର। ଆନ୍ଧ୍ରପ୍ରଦେଶର ରାଜମେହେନ୍ଦ୍ରୀ ଏବଂ ନାସିକରୁ ଆସୁଥିବା ପିଆଜ ଯୋଗୁ ଭୁବନେଶ୍ବର ବଜାର ବା ସାରା ରାଜ୍ୟରେ ପିଆଜ ମିଳୁଛି ବୋଲି ବ୍ୟବସାୟୀ ମହାସଂଘ ଯୁକ୍ତି କରୁଛନ୍ତି। ବ୍ୟବସାୟୀ ମହାସଂଘର ଯୁକ୍ତି ହେଲା ଆମଦାନୀ ହେଉଥିବା ରାଜ୍ୟର ପିଆଜ ଉତ୍ପାଦନ ସଙ୍କଟ ଥିବାରୁ ତାହାର ପ୍ରଭାବ ରାଜ୍ୟରେ ପଡୁଛି। ଯେଉଁଠି ଦୈନିକ 35ରୁ ଅଧିକ ଟ୍ରକ ପିଆଜ ଆସୁଥିଲା ଏବେ ମାତ୍ର ୨ ଟ୍ରକ ପିଆଜ ଆସୁଛି।

ସେପଟେ ଡିସେମ୍ବର ୧୫ ଭିତରେ ଅଭାବୀ ସ୍ଥିତି ସୁଧୁରିବ ବୋଲି ଆଶା କରିଛନ୍ତି ରାଜ୍ୟ କଞ୍ଚା ପରିବା ମହାସଂଘର ସଭାପତି ଗୟାଧର ସ୍ବାଇଁ। ସ୍ଥିତି ସୁଧାରିବା ପାଇଁ ସରକାର ଉଦ୍ୟମ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇନାହାଁନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ରେକର୍ଡ ଭାଙ୍ଗିଲା ଉଲି @140

Body:ପିଆଜ ବଜାରରେ ନିଆଁ।ସେଂଛୁରୀ ଟପିଲା ଉଲି।ଆହୁରି ଆଗକୁ ବଢିବ ପିଆଜ ଦର ।ବୁଧବାର ଭୁବନେଶ୍ୱର ରେ ଇତିହାସ ରଚିଲା ପିଆଜ ଦର।୧୪୦ ଟଙ୍କା କିଲୋ ପିଛା ପିଆଜ ଦର।ଆଗକୁ ସପ୍ତାହକ ଭିତରେ ଏହି ଡର ୧୫୦ରୁ ୧୬୦ ଛୁଇଁପାରେ।ଡିସେମ୍ବର ୩୧ ଯାଏଁ ରହିବ ପିଆଜର ଚଢା ଡର।ବ୍ୟବସାୟୀ ମହାସଂଘ ର ଏହି ଆକଳନ।ତେବେ ପିଆଜ ଦରକୁ ନେଇ ଏବେବି ଗ୍ରାହକ ଚିନ୍ତାରେ।ଗ୍ରାହକଙ୍କ ଯୁକ୍ତି ସରକାରଙ୍କ ଘୋଷଣା ଧୂଆଁବାଣ,ସୁଲଭ ମୂଲ୍ୟରେ ମିଳୁନି ପିଆଜ,ଖାଲି ଘୋଷଣା ସର୍ବର୍ଶ୍ୱ ଏ ସରକାର।

ଆଜି ଭୁବନେଶ୍ୱର ବଜାରରେ ପିଆଜର ଦାମ ଥିଲା କେଜି ପିଛା ୧୪୦।ୟୁନିଟ ୧ କ୍ୟାପିଟାଲ ହାଟରେ ଓଲି କିଲୋ ୧୪୦,୪ ନଂ ହାଟରେ ପିଆଜ କିଲୋ ୧୩୦,ରସୁଲଗଡ଼ କୋଚିଲେଖାଇ ହାଟରେ ପିଆଜ କିଲୋ ୧୨୦।ଲଗାତାର ଭାବେ ୧ ମାସେ ଧରି ଲଗାମହୀନ ଭାବେ ବଢିଚାଲିଛି ପିଆଜ ଦର ।ସରକାରୀ ଚେଷ୍ଟା ବିଫଳ।ସାଧାରଣ ଲୋକେ ଅସନ୍ତୁଷ୍ଟ।କେବଳ ଆନ୍ଧ୍ରପ୍ରଦେଶର ରାଜାମୁନ୍ଦ୍ରୀ ଏବଂ ନାସିକରୁ ଆସୁଥିବା ପିଆଜ ଯୋଗୁ ଭୁବନେଶ୍ୱର ବଜାର ବା ସାରା ରାଜ୍ୟରେ ପିଆଜ ମିଳୁଛି ବୋଲି ବ୍ୟବସାୟୀ ମହାସଂଘର ଯୁକ୍ତି।ବ୍ୟବସାୟୀ ମହାସଂଘର ଯୁକ୍ତି ହେଲା ଆମଦାନୀ ହେଉଥିବା ରାଜ୍ୟମାନଙ୍କର ପିଆଜ ଉତ୍ପାଦନ ସଙ୍କଟ ଥିବାରୁ ତାହାର ପ୍ରଭାବ ରାଜ୍ୟରେ ପଡୁଛି।ଯେଉଁଠି ଦୈନିକ 35ରୁ ଅଧିକ ଟ୍ରକ ପିଆଜ ଆସୁଥିଲା ଏବେ ମାତ୍ର ୨ ଟ୍ରକ ପିଆଜ ଅସୁଛି।ଏହାର ଅର୍ଥ ଏଥିରୁ ସ୍ପଷ୍ଟ ଅନୁମେୟ କିଭଳି ପିଆଜର କିଭଳି ସଙ୍କଟ ଲାଗିରହିଛ।ତେବେ ପିଆଜର ସ୍ଥିତି ଆସନ୍ତା ଡିସେମ୍ବର ୧୫ ଭିତରେ ଏ ଅଭାବୀ ସ୍ଥିତି ସୁଧୁରିବ ବୋଲି ଆଶା କରିଛନ୍ତି ରାଜ୍ୟ କଂଚାପରିବା ମହାସଂଘର ସଭାପତି ଗୟାଧର ସ୍ୱାଇଁ।

ସେପଟେ କିନ୍ତୁ ପରିବା ବଜାରରେ ପିଆଜର ଦର ଅକାଶଛୁଆଁ ବୃଦ୍ଧି ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଲୋକେ ହତାଶ।ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ପିଆଜ ପର୍ଯ୍ୟାପ୍ତ ନୁହେଁ।ଲୋକଙ୍କର ଅଭିଯୋଗ ସାଧାରଣ ପରିବାରରେ ପଖାଳ କଂସାକୁ ପିଆଜ ହେଲେ ଯଥେଷ୍ଟ।କିନ୍ତୁ ଏଭଳି ଦରରେ ଆଉ ପିଆଜ ଖାଇହେଉନି।ପେଟରେ ଲାତ ମାରିଲା ଭଳି ଲାଗୁଛି।

ଦୈନିକ ମଜୁରୀ ଯେତିକି ତାର ଅଧା ହେଲା ପିଆଜର ଡର।କଣ ଖାଇବୁ।ଭାରି କଷ୍ଟ ହେଉଛି ବୋଲି ଭୁବନେଶ୍ବର ମହିଳା ରୋଜି କହିଛନ୍ତି।

ଖୁଚୁରା ବ୍ୟବସାୟୀ ମଧ୍ୟ ହାତ ବାନ୍ଧି ବସୁଛନ୍ତି।ଯେଉଁଠି ଦୈନିକ 2 ରୁ 3 ବସ୍ତା ପିଆଜ ବିକ୍ରି ହେଉଥିଲା ଏବେ ଏତେ ଦାମ ଯୋଗୁ ଆଉ କିଣିବାକୁ ସାହସ ହେଉନି।

ସରକାରୀ ଘୋଷଣା ଏବେ ଖାଲି ନାମକୁ ମାତ୍ର ଘୋଷଣା ହୋଇ ରହି ଯାଉଛି।କାରଣ ଏ ପର୍ଯ୍ୟନ୍ତ ସୁଲଭ ମୂଲ୍ୟରେ ପିଆଜ ଯୋଗାଣ ଏକ ପ୍ରକାର ଅଧରେ ଅଟକି ଯାଇଛି ବୋଲି କୁହ ପାଇପରେ।ତେବେ ଏକଥା ବି ଅଭିଯୋଗ ହେଉଛି କିଛି ଅସାଧୁ ବ୍ୟବସାୟୀ ଲୁକାୟିତ ଭାବେ ପିଆଜ ହୋଆର୍ଡିଙ୍ଗ କରି ରଖିଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି।ତେବେ ଆଗକୁ ସ୍ଥିତି କେବେ ସ୍ୱାଭାବିକ ହେବ ସମସ୍ତଙ୍କ ନଜର।

byt gayadhar swain brown half shirt ,president

byt2,3, sadharan loka।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.