ETV Bharat / city

ନବୀନ ଥିବା ଯାଏଁ ଓଡିଶାରେ କେବଳ BJD ଓ ଶଙ୍ଖ: ସୁଦାମ ମାରାଣ୍ଡି

author img

By

Published : Aug 9, 2022, 7:22 PM IST

୨୦୨୪ ନିର୍ବାଚନରେ ଓଡ଼ିଶାରେ ୧୨୦ ପ୍ଲସ ନାରା ଦେଇଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ । ନବୀନ ଥିବା ଯାଏଁ ଓଡ଼ିଶାରେ ବିଜେଡି ଓ ଶଙ୍ଖ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ

ନବୀନ ଥିବା ଯାଏଁ ଓଡ଼ିଶାରେ କେବଳ ବିଜେଡି ଓ ଶଙ୍ଖ: ସୁଦାମ ମାରାଣ୍ଡି

ଭୁବନେଶ୍ବର: ଗତବର୍ଷ ୨୦୧୯ ପରି ୨୦୨୪ ନିର୍ବାଚନରେ ଓଡ଼ିଶାରେ ୧୨୦ ପ୍ଲସ ନାରା ଦେଇଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ । ସଂଗଠନ ସୁଦୃଢ କରି ମିଳିତ ଭାବେ ନିର୍ବାଚିତ ଲଢ଼ିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଶାହ । ରାଜ୍ୟ ବିଜେପି ନେତାଙ୍କୁ ଅମିତଙ୍କ ଟାସ୍କ ନେଇ କଟାକ୍ଷ କରିଛି ବିଜେଡି । ନବୀନ ଥିବା ଯାଏଁ ଓଡ଼ିଶାରେ କେବଳ ବିଜେଡି ଓ ଶଙ୍ଖ ବୋଲି କହିଛନ୍ତି ବିଜେଡି ନେତା ।

ବିଜେଡି ବିଧାୟକ ସୁଦାମ ମାରାଣ୍ଡି କହିଛନ୍ତି, "ବିଜେପି ଦିବା ସ୍ବପ୍ନ ଦେଖୁଛି । ୧୨୦ ପ୍ଲସ ଓଡ଼ିଶାରେ କେବେ ସମ୍ଭବ ନୁହେଁ । ଯେପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବେ ସେ ପର୍ଯ୍ୟନ୍ତ ଏଠି ବିଜେଡି ଓ ଶଙ୍ଖ ରହିବ । ରାଜ୍ୟର ବିକାଶ ଧାରାରେ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାମିଲ ହୋଇଛନ୍ତି । ଗତଥର ୧୨୦ କଥା ବିଜେପି କହୁଥିଲେ । ଫଳ ସମସ୍ତେ ଦେଖିଲେ । ସେହିପରି ବିଜେପିର ୧୨୦ ଆଶା ଏଥର ବି ପୁରା ହେବନାହିଁ ।"

ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ମୁଁ ଜ୍ୟୋତିଷ ନୁହେଁ । ଦେଶ ଓ ରାଜ୍ୟର ଜନସାଧାରଣ ଯାହା ନିଷ୍ପତ୍ତି ନେବେ । ବିଜେଡି ଗଣତାନ୍ତ୍ରିକ ପ୍ରକ୍ରିୟାରେ ରହିଛି । ଲୋକଙ୍କ ରାୟ ସର୍ବମାନ୍ୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.