ETV Bharat / city

ଆଜିଠୁ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ - Odisha to start livestreaming of school classes

ଆଜିଠୁ ୟୁବ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ଓସେପା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ଆଜିଠୁ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ
ଆଜିଠୁ ୟୁଟ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ
author img

By

Published : Jun 21, 2021, 7:19 AM IST

Updated : Jun 21, 2021, 7:34 AM IST

ଭୁବନେଶ୍ବର: ଆଜିଠୁ ୟୁବ୍ୟୁବରେ ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ଓସେପା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଅର୍ଥାତ ଜୁନ 21ରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବେ । ଜିଲ୍ଲାସ୍ତରରେ ଗୋଟିଏ ଲେଖାଏଁ ସ୍କୁଲ ଚୟନ କରାଯାଇ ସମ୍ପୃକ୍ତ ସ୍କୁଲରେ ୟୁଟ୍ୟୁବରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ପାଠପଢା ପାଇଁ 8ଟି ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ବଲାଙ୍ଗୀର, କଟକ,କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼ ।ସପ୍ତାହକୁ ପାଞ୍ଚଦିନ ଅର୍ଥାତ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 30 ମିନିଟ ଧରି କ୍ଲାସ କରାଯିବ । ସମୟ ସକାଳ 9ଟାକୁ ପାଠପଢା ଆରମ୍ଭ ହେବ । ଏ ନେଇ OSEPA ପକ୍ଷକୁ ଗାଇଡଲାଇନ ଜାରି ହୋଇଛି । ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ଜିଲ୍ଲା ଶିକ୍ଷା ଅଧିକାରୀ ।

କୋରୋନା ମହାମାରୀ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷାବ୍ୟବସ୍ଥାର ପାଠପଢ଼ା ବ୍ୟାଘାତ ହୋଇଛି । କୋରୋନା ପାଇଁ ଏପର୍ଯ୍ୟନ୍ତ ବି କ୍ଳାସ ହୋଇ ପାରିନାହିଁ । ତେବେ ଆଜିଠାରୁ ଆରମ୍ଭ ହେଉଛି ଉଭୟ ପ୍ରାଥମିକ ଓ ହାଇସ୍କୁଲ ଶ୍ରେଣୀର ପାଠପଢ଼ା । ତାହା ପୁଣି ୟୁଟ୍ୟୁବରେ । ସକାଳ 9 ରୁ 10 ଟା 30 ପର୍ଯ୍ୟନ୍ତ ପ୍ରାଥମିକ ଓ 10 ଟା 30ରୁ 1 ଯାଏଁ ହାଇସ୍କୁଲ ପାଠପଢ଼ା ।

ତେବେ ଯୁକ୍ତ ଦୁଇର ଶେଷ ବର୍ଷର ପିଲାଙ୍କ ପାଇଁ ଦୂରଦର୍ଶନ ମାଧ୍ୟମରେ ପଠାପଢ଼ା ଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଟିଭି ମାଧ୍ୟମରେ ପାଠପଢ଼ା ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଛି ଓଷ୍ଟା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 21, 2021, 7:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.