ETV Bharat / city

State Controversy 2021: ସରିଗଲା ବର୍ଷ, ଥମିଲାନି ବିବାଦ

author img

By

Published : Dec 28, 2021, 8:51 PM IST

ମାହାଙ୍ଗା ଡବଲ ମର୍ଡର କେସ୍ ଠୁ ମହାଲିଙ୍ଗ, ଅନଲାଇନ-ଅଫଲାଇନ ପରୀକ୍ଷା ବିବାଦ, ପୂର୍ବ ନିର୍ଦ୍ଧାରିତ ମାର୍କରେ ଅସନ୍ତୋଷ, କୋଟିଆରେ ଭୂମି କନ୍ଦଳ, ଗୃହରେ ଇସ୍ତଫା ହଟ୍ଟଗୋଳ, କୋଭିଡ ମୃତ୍ୟୁ ଲୁଚାଇବା, ମୁକୁଳା ଡ୍ରେନରେ ଛାତ୍ର ଭାସିଯିବା, ଘୋଡା ସ୍ଥାନାନ୍ତର, ଠାକୁର ଜମି ବିବାଦ, ବ୍ୟାସକବିଙ୍କ ଆତ୍ମଜୀବନୀକୁ ଅଙ୍କୁଶ ଏବଂ ସର୍ବୋପରି ନିର୍ବାଚନରେ ଓବିସି ସଂରକ୍ଷଣ ଏସବୁ ବିବାଦ 2021 ଇତିହାସ ଫର୍ଦ୍ଦରେ ଲିପିବଦ୍ଧ । ନଜର ପକାନ୍ତୁ ବିବାଦ ୨୦୨୧ ଫର୍ଦ୍ଦର ବିସ୍ତୃତ ବିବରଣୀ ଉପରେ ।

State Controversy 2021: ସରିଗଲା ବର୍ଷ, ଥମିଲାନି ବିବାଦ
State Controversy 2021: ସରିଗଲା ବର୍ଷ, ଥମିଲାନି ବିବାଦ

ଭୁବନେଶ୍ବର: ଏକ ଛୋଟିଆ ରାଜ୍ୟ ଓଡିଶା । ତା'ର ଆଞ୍ଚଳିକ ଦଳ BJD କୁ ନେଇ ବେଶ୍ ହସ-ଖୁସି ଏବଂ ସୁଶାନରେ ଚାଲିଛି ବୋଲି ଦୁନିଆକୁ ଦୃଶ୍ୟମାନ । ଏପରିକି ଏ ରାଜ୍ୟର ମୁଖିଆ ମଧ୍ୟ ସୁଶାସକ ଭାବେ କଉ କମ୍ ସୁନାମ ମଧ୍ୟ କମାଇନାହାନ୍ତି । କମାଇବେନି ବା କିପରି ? କୋରୋନା ସହ ଲଢିବା ହେଉ କି ବିରୋଧୀଙ୍କ ସହ ଯୁଦ୍ଧ, ସବୁଥିରେ ଜିତାପଟ ରାଇଜର ମୁଖିଆଙ୍କର । ଆଉ ତା ସାଙ୍ଗକୁ ବିପଦର ପ୍ରହାର ସମୟରେ ଜୀବନ ସଞ୍ଜିବନୀ ଅମ୍ଳଜାନ ଦାନ କରି ନୂଆ ଇତିହାସ ରଚିବା... ସବୁ ଦେଖିଲେ ଯେପରି ମନେ ହୁଏ, ଏ ଛୋଟିଆ ରାଜ୍ୟରେ ସବୁକିଛି ଠିକଠାକ୍ । ହେଲେ ଯେଉଁଠି ଜୁଆର, ସେଇଠି ଭଟ୍ଟା... ଯେଉଁଠି ଅନୁକୂଳ, ସେଇଠି ପ୍ରତିକୂଳ... ଭଲ-ମନ୍ଦ, ସୁଖ-ଦୁଃଖ ଇତ୍ୟାଦି ଇତ୍ୟାଦି ଏ ପ୍ରକୃତିର ନିୟମରୁ ବ୍ୟକ୍ତି, ସମାଜ, ରାଷ୍ଟ୍ର ବାଦ୍ ପଡିବବା କିପରି । ତେଣୁ ବର୍ଷ 2021 ମଧ୍ୟ ବିବାଦର ଏକ ଲମ୍ବା ତାଲିକା ଦେଇଯାଇଛି ଓଡିଶା ଇତିହାସକୁ, ଯେଉଁ ପୃଷ୍ଠାକୁ ଲେଉଟାଇଲେ କମ୍ ପଡିଯିବ ଦିନ-ରାତି ।

ମାହାଙ୍ଗା ମର୍ଡର କେସ୍ ଠୁ ମହାଲିଙ୍ଗ, ଅନଲାଇନ-ଅଫଲାଇନ ପରୀକ୍ଷା ବିବାଦ, ପୂର୍ବ ନିର୍ଦ୍ଧାରିତ ମାର୍କରେ ଅସନ୍ତୋଷ, କୋଟିଆରେ ଭୂମି କନ୍ଦଳ, ଗୃହରେ ଇସ୍ତଫା ହଟ୍ଟଗୋଳ, କୋଭିଡ ମୃତ୍ୟୁ ଲୁଚାଇବା, ମୁକୁଳା ଡ୍ରେନରେ ଛାତ୍ର ଭାସିଯିବା, ଘୋଡା ସ୍ଥାନାନ୍ତର, ଠାକୁର ଜମି ବିବାଦ, ବ୍ୟାସକବିଙ୍କ ଆତ୍ମଜୀବନୀକୁ ଅଙ୍କୁଶ ଏବଂ ସର୍ବୋପରି ନିର୍ବାଚନରେ ଓବିସି ସଂରକ୍ଷଣ ଏସବୁ ବିବାଦ 2021 ଇତିହାସ ଫର୍ଦ୍ଦରେ ଲିପିବଦ୍ଧ ।

ମାହଙ୍ଗା ଠୁ ମହାଲିଙ୍ଗ ଛାଇଗଲା ବିବାଦ

ବର୍ଷ ଆରମ୍ଭ ହୋଇଥାଏ । ଠିକ୍ ସେତିକି ବେଳେ ମାହାଙ୍ଗା ଡବଲ୍ ମର୍ଡର ଘଟଣା ରାଜ୍ୟରେ ଖେଳାଇ ଦେଇଥିଲା ଆଲୋଡନ । ପୂର୍ବତନ ପଞ୍ଚାୟତ ସମିତି ଅଧ୍ଯକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ହତ୍ୟା ନେଇ ଚାଞ୍ଚଲ୍ଯ ଖେଳିଯାଇଥିଲା ସାରା ରାଜ୍ୟରେ । ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ହେଉ ଅବା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳର ସନ୍ଦେହଜନକ ମୃତ୍ୟ ସବୁକିଛି ବିବାଦ ସୃଷ୍ଟି କରିଥିଲା । ଏପରି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାମ କାଟିବା ମହଙ୍ଗା ପଡିଥିଲା ପୋଲିସ ପାଇଁ । ମାମଲାର ରହସ୍ୟ ଉନ୍ମୋଚନ ପାଇଁ କୋର୍ଟ ସିଡିଆଇ ଦାଖଲ ସହ ମାହାଙ୍ଗା ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଇଆଇସି କୋର୍ଟଙ୍କୁ ଫାଙ୍କିବା ପରେ ରାଜ୍ୟବ୍ୟାପୀ ବିବାଦ ଛାଇ ଯାଇଥିଲା । ଏପରି ଆଇନ ମନ୍ତ୍ରୀ କ୍ରାଇମ ମନ୍ତ୍ରୀ ନାରା ବିଜିଲା ସାରା ରାଜ୍ଯରେ ଏବଂ ମନ୍ତ୍ରୀଙ୍କ ଇସ୍ତଫା ବିବାଦ ଆଗରେ ରହିଲା ।

ସେହିପରି କଳାହାଣ୍ଡି ମାହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଭାରି ପଡିଥିଲା ସରକାରଙ୍କୁ । ଶିକ୍ଷୟିତ୍ରୀଙ୍କ ନିଖୋଜ ଅଭିଯୋଗକୁ ପୋଲିସ ନ ରଖିବା, ମାହାଲିଙ୍ଗ କଲେଜକୁ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାରମ୍ବାର ଗସ୍ତ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପ୍ରଂଶସା ଏବଂ ପୋଲିସ ବାରାକରୁ ଗୋବିନ୍ଦ ସାହୁ ଖସିଯିବା ଇତ୍ୟାଦି ବିବାଦର ତାଲିକା ବନାଇଦେଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ ଗୋବିନ୍ଦ ସାହୁ ଏବଂ ତା ସହଯୋଗୀ ରାଧେକୁ ଗିରଫ କରିଥିଲା ସତ, ହେଲେ ମନ୍ତ୍ରୀ ମିଶ୍ରଙ୍କ ଇସ୍ତଫା ଦାବି ଆନ୍ଦୋଳନକୁ ଅନ୍ୟ ଏକ ଦିଗକୁ ନେଇ ଯାଇଥିଲା ।

ମନ୍ତ୍ରୀଙ୍କ ଇସ୍ତଫା ପାଇଁ ପ୍ରତିଦିନ କୋର୍ଟ, କଚେରୀ, ରାସ୍ତା-ଘାଟ ଏପରିକି ନବୀନ ନିବାସ ମଧ୍ୟ ଘେରିଥିଲେ ବିରୋଧୀ । ଅଣ୍ଡା ମାଡ ଠୁ ଆରମ୍ଭ କରି ରାଜ୍ୟ ବ୍ୟାପୀ ପ୍ରତିବାଦର ନିଆଁ ଜଳିଥିଲା । କିନ୍ତୁ ବିବାଦ ନା ଥମିଥିଲା, ନା ମେଣ୍ଟିଥିଲା । ବର୍ଷ ଟା କେବଳ ରହସ୍ୟ ଘେରରେ ହିଁ ରହିଯାଇଥିଲା ।

ଗୃହରେ ଇସ୍ତଫା ହଟ୍ଟଗୋଳ:-

ବିଧାନସଭାରେ ବିଶେଷ କରି ବିଲ୍ ଆଗତକୁ ନେଇ ହଟ୍ଟଗୋଳ ଶୁଣିଥିବେ । ହେଲେ ବିଧାୟକଙ୍କ ପ୍ରବେଶକୁ ନେଇ ହଟ୍ଟଗୋଳ ବୋଧ ହୁଏ 2021 ବର୍ଷରେ ପ୍ରଥମ କରି ଶୁଣିବାକୁ ମିଳିଥିଲା । ମମିତାକୁ ନ୍ୟାୟ ଦାବି ଏବଂ ମନ୍ତ୍ରୀ ମିଶ୍ରଙ୍କ ଇସ୍ତଫା ଜିଦ୍ ରାଜଧାନୀର ରାଜପଥରୁ ଯାଇ ଗୃହରେ ପଡିଥିଲା । ଗୃହ ଆରମ୍ଭରୁ ବିଧାନସଭା ମୁଖ୍ୟ ଫାଟରେ ବସିଥିଲେ ବିରୋଧୀ । ପ୍ରତିଦିନ କେବଳ ମୁଲତବୀ ଖବର ଶୁଣିବାକୁ ମିଳିଥିଲା । ଏପରି ହଟ୍ଟଗୋଳ ହୋଇଥିଲା ଯେ, ମାତ୍ର 9 ଦିନରେ ଗୃହ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ଷ ସରି ଯାଇଥିଲେ ମଧ୍ୟ ନା ମମିତା ହତ୍ୟାର ସମାଧାନ ହେଲା ନା ମନ୍ତ୍ରୀ ଇସ୍ତଫା ଦେଲେ । ସେପଟେ ୯ ଦିନ ଗୃହ ଚାଲିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ଗୋଟିଏ ବି ଦିନ ଗୃହକୁ ଆସିଲେନି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଗୃହ ଅଚଳ ହେବା ପରେ ମଧ୍ୟ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ଏପରି ରୂପ ନେଇଥିଲା ଯେ, ପୋଲିସ ଶେଷରେ ଲାଠିଚାର୍ଜ ମଧ୍ୟ କରିଥିଲା ।

କୋଭିଡ ମୃତ୍ୟୁ ଲୁଚାଇ ବିବାଦରେ ସରକାର:-

ଦେଶରେ ଅନ୍ୟ ରାଜ୍ୟମାନଙ୍କ ପରି ଆମ ସରକାର ମଧ୍ୟ କୋଭିଡ ମୃତ୍ୟୁସଂଖ୍ୟା ଲୁଚାଇ ବିବାଦରେ ପଡିଥିଲେ । ହସ୍ପିଟାଲରେ ପ୍ରାଣ ହରାଉଥିବା ରୋଗୀଙ୍କ ରିପୋର୍ଟ ଯାହା କହୁଥିଲା, ଶ୍ମଶାନରେ ଭିନ୍ନ ଚିତ୍ର ରହୁଥିଲା । ପ୍ରତିଦିନ ସରକାର ଦେଉଥିବା କୋଭିଡ ମୃତ୍ୟୁସଂଖ୍ୟା କିନ୍ତୁ ଦାହ ହେଉଥିବା ମୃତ୍ୟୁସଂଖ୍ୟା ଠାରୁ କମ୍ ଥିଲା । ଏହାପରେ ସଂକ୍ରମଣ ହାର କମିବା ସମୟରେ ମୃତ୍ୟୁସଂଖ୍ୟା ବଢୁଥିଲା । ଯାହାକୁ ନେଇ ରାଜ୍ୟ ସରକାର ବିବାଦରେ ପଡିଥିଲେ ।

କୋଟିଆ ବିବାଦ:-

ଗୃହରେ ବିବାଦ ମଧ୍ୟରେ ପଡୋଶୀ ସହ ବିବାଦ ମଧ୍ୟ କିଛି କମ୍ ନଥିଲା ଚଳିତ ବର୍ଷ । ଜମିକୁ ନେଇ ଆନ୍ଧ୍ର ସହ କୋରାପୁଟ ସୀମା କୋଟିଆ ଗାଁରେ ବିବାଦ ଲାଗି ରହିଥିଲା । ମଝିରେ ମଝିରେ ଆନ୍ଧ୍ର କୋଟିଆରେ ଡାଲି, ଚାଉଳ ବାଣ୍ଟିବା ହେଉ କି ସଡକ ବନାଇବା ସବୁକିଛି ବିବାଦରେ ରହିଥିଲା । ବର୍ଷ ଶେଷ ଆଡକୁ ଆମ ମୁଖିଆ ମଧ୍ୟ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କୁ ଭେଟିଥିଲେ । ଏହାପରେ ବିବାଦ ଥମିଯିବ ବୋଲି ଯେଉଁ ଆଶା ଥିଲା ତାହା କେବଳ ଆଶାରେ ହିଁ ରହି ଯାଇଥିଲା । କାରଣ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଫେରିଯିବା ପରେ ପରେ ପୁଣି କୋଟିଆରେ ବିବାଦ ଦେଖା ଦେଇଥିଲା ।

ମାର୍କକୁ ନେଇ ଅସନ୍ତୋଷ, ଅଫଲାଇନ ପରୀକ୍ଷା ଜିଦ:-

କୋଭିଡର ଦ୍ବିତୀୟ ଲହରରେ ଦେଶର ଭବିଷ୍ୟତ ମଧ୍ୟ କିଛି କମ୍ ବିବାଦ କରିନଥିଲେ । ଠିକ୍ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସମୟରେ କୋଭିଡର ଦ୍ବିତୀୟ ଲହର ପାଇଁ ରାଜ୍ୟ ସରକାର ପୂର୍ବ ନିର୍ଦ୍ଧାରଣ ଆଧାରରେ ମାର୍କ ମିଳିବା ନେଇ ଘୋଷଣା କରିଥିଲେ । ଏହାକୁ କିଛି ବିରୋଧ କରିଥିଲେ ମଧ୍ୟ ଫଳାଫଳର ପ୍ରକାଶ ପରେ ଅସଲ ବିବାଦ ଦେଖିବାକୁ ମିଳିଥିଲା । ପୂର୍ବ ମାର୍କକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ରାଜ୍ୟର ବିବାଦରେ ଆଉ ଏକ ଫର୍ଦ୍ଦ ଜୋଡିଥିଲେ । ସେହିପରି UG ଏବଂ PG ପରୀକ୍ଷାର୍ଥୀ ଅଫଲାଇନ ପରୀକ୍ଷା ଦେବେନି ବୋଲି ଜିଦ୍ ଧରିଲେ । ରାଜ୍ୟବ୍ୟାପୀ ପ୍ରତି କଲେଜ ଓ ୟୁନିଭରସିଟି ସମ୍ମୁଖରେ ହରତାଳ କରିଇଲେ ।

ମୁକୁଳା ଡ୍ରେନରେ ଭାସିଗଲେ ଛାତ୍ର, ବିବାଦରେ ପଡିଲେ ସରକାର:-

ଶ୍ରେଷ୍ଠ ସ୍ମାର୍ଟ ସିଟ୍ ତାଲିକାରେ ଥିବା ଭୁବନେଶ୍ବରରେ ଛାତ୍ର ଡ୍ରେନରେ ଭାସିଯାଇ ପ୍ରାଣ ହରାଇବା ଖବର ଦୁଃଖ ଦେଇଥିଲା ଯେତିକି, ବିବାଦ ମଧ୍ୟ ସୃଷ୍ଟି କରିଥିଲା ସେତିକି । ମୁକୁଳା ଡ୍ରେନରେ ନବମ ଶ୍ରେଣୀ ଛାତ୍ର ଭାସିଯାଇ ପ୍ରାଣ ହରାଇଥିଲେ । ଏଥିପାଇଁ ବିଏମସିର ଦାୟିତ୍ବହୀନତାକୁ ଦାୟୀ କରି ପ୍ରବଳ ବିବାଦ ଉପୁଜିଥିଲା । ମାର୍ଚ୍ଚରେ ବିଏମସିର ନୂଆ କମିଶନର ଭାବେ ଦାୟିତ୍ବ ନେଇଥିବା ସଞ୍ଜୟ ସିଂଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ଜନସାଧାରଣ ।

ଘୋଡା ସ୍ଥାନାନ୍ତର ବିବାଦ:-

ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଐତିହ୍ୟ କୋଣାର୍କ ଘୋଡାକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଉଠିଥିଲା ବିବାଦ । ଘୋଡାକୁ ସ୍ଥାନାନ୍ତର କଲେ ଏହାର ନିଶ୍ଚୟ କ୍ଷତି ଘଟିବ, ତେଣୁ ଏହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀଙ୍କ ସମେତ ବିଭିନ୍ନ ସଂଗଠନ । ଶେଷରେ ସରକାର ସ୍ଥାନାନ୍ତର ନିଷ୍ପତ୍ତିରୁ ଓହରିଥିଲେ ।

ଠାକୁର ଜମି ବିବାଦ:-

ଠାକୁରଙ୍କ ଜମିକୁ ନେଇ ବିବାଦ ଏବର୍ଷ ମଧ୍ୟ କିଛି କମ୍ ନ ଥିଲା । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ 15 ଶହ ଏକର ଜମି ବଡବଡିଆ ମାଡି ବସିଥିବା CAG ସ୍ପଷ୍ଟ କରିଥିଲା । ମାତ୍ର ଉଚ୍ଛେଦ କାର୍ଯ୍ୟ ଶେଷ ହୋଇପାରି ନଥିଲା । କେବଳ ଯେ, ପ୍ରଭୁ ଲିଙ୍ଗରାଜଙ୍କ ଜମି କାହିଁକି, ରାଜ୍ୟର ବିଭିନ୍ନ ମଠ ମନ୍ଦିର ଜମିକୁ ଦଖଲ କରି ରଖିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି ।

ବ୍ୟାସକବିଙ୍କ ଆତ୍ମଜୀବନୀ ଉପରେ ଅଙ୍କୁଶ:-

ଓଡିଆ କଥାସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଅପ୍ରକାଶିତ 'ମୋ ଜୀବନୀ' ପ୍ରକାଶନ ଉପରେ କଟକ ସିଭିଲ ଜଜ୍ ଅଦାଲତ ଅଙ୍କୁଶ ଲଗାଇବା ନେଇ ବିବାଦ ସୃଷ୍ଟି ହୋଇଥିଲା । ଫକୀର ମୋହନ ସେନାପତିଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ ଅଦାଲତ ।

ଓବିସି ସଂରକ୍ଷଣ ତାତି:-

ବର୍ଷ ଶେଷରେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ରାଜ୍ୟ ସରକାର OBC ସଂରକ୍ଷଣ (OBC Reservation Issue) ପାଇଁ ନାଟକ କରୁଥିଲେ ବୋଲି ଅଭିଯୋଗ କରିଥିଲେ ବିରୋଧୀ । ଏଥର ପଞ୍ଚାୟତ ନିର୍ବାଚନରେ OBCଙ୍କ ପାଇଁ କୌଣସି ସଂରକ୍ଷଣ ନଥିବା ରାୟ ଦେଇଥିଲେ ହାଇକୋର୍ଟ । ଏଥିପାଇଁ ସରକାରଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଥିଲେ ବିରୋଧୀ ।

ତେବେ ସୁପ୍ରିମକୋର୍ଟ ଓବିସିଙ୍କ ପାଇଁ 27 ପ୍ରତିଶତ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର ହାଇକୋର୍ଟରେ OBC ସଂଖ୍ୟାକୁ ନେଇ ସଠିକ୍ ତଥ୍ୟ ରଖିନପାରିବାରୁ ଅଦାଲତ କେବଳ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ରଖି ବାକି ଆସନ ଅଣସଂରକ୍ଷିତ ବା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଘୋଷଣା କରିଥିଲେ । ଯାହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ, ସରକାର ଓବିସି ବିରୋଧୀ ବୋଲି ସ୍ଲୋଗାନ ଦେଇଥିଲେ ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.