ETV Bharat / city

ଦୁଲୁକିବ ମଞ୍ଚ, ଯାତ୍ରା-ଅପେରା-ମେଲୋଡିକୁ ମିଳିଲା ଅନୁମତି

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନୂଆ ଗାଇଡଲାଇନ ଜାରି । ଆଜିଠୁ ରାଜ୍ୟରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି କାର୍ଯ୍ୟକ୍ରମକୁ ମିଳିଲା ଅନୁମତି । ଅଧିକ ପଢନ୍ତୁ

author img

By

Published : Nov 20, 2021, 10:55 AM IST

Updated : Nov 20, 2021, 1:03 PM IST

ରାଜ୍ୟରେ ଯାତ୍ରା-ଅପେରା-ମେଲୋଡିକୁ ମିଳିଲା ଅନୁମତି

ଭୁବନେଶ୍ବର: ଆସିଲା ନୂଆ ଗାଇଡଲାଇନ । ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆୟୋଜନ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ଅନୁମତି । କୋରୋନା କଟକଣା ଭିତରେ ଏହିସବୁ କାର୍ଯ୍ୟକ୍ରମ କରାଯିବ । ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ଆଜିଠାରୁ ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଅନୁମତି ମିଳିଛି ।

ତେବେ ଏହିସବୁ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିର ଆୟୋଜନ କରାଯାଇପାରିବ ।

ଗାଇଡଲାଇନ ମୁତାବକ, କାର୍ଯ୍ୟକ୍ରମରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ଅନଲାଇନ୍ ବା ଅଧିକ ସଂଖ୍ୟକ କାଉଣ୍ଟରରେ ଟିକେଟ୍ ବୁକିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ ବୋଲି କୁହାଯାଇଛି । ହଲ୍ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ସେଠାରେ ମଧ୍ୟ କୋରୋନା କଟକଣା ମାନିବାକୁ ପଡ଼ିବ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଦର୍ଶକଙ୍କ ସଂଖ୍ୟାରେ ପରିବର୍ତ୍ତନ କରିପାରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।

ଦୁଲୁକିବ ମଞ୍ଚ, ଯାତ୍ରା-ଅପେରା-ମେଲୋଡିକୁ ମିଳିଲା ଅନୁମତି

ସବୁଠୁ ବଡ଼ କଥା ହେଲା ଯେଉଁମାନେ ଡବଲ୍ ଡୋଜ୍ କୋଭିଡ୍ ଟିକା ନେଇଥିବେ ବା ୭୨ ଘଣ୍ଟା ପୂର୍ବରୁ ଆଣ୍ଟିଜେନ୍ ବା ଆରଟିପିସିଆର୍ ଟେଷ୍ଟ କରାଇଥିବେ କେବଳ ସେହିମାନଙ୍କୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ଲାଗି ଅନୁମତି ମିଳିବ । ତେବେ ଏଥିରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ସାମିଲ ହେବାକୁ ଅନୁମତି ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 20, 2021, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.