ETV Bharat / city

ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ: ମୁଖ୍ୟମନ୍ତ୍ରୀଙ୍କୁ ଭାଇ ସମ୍ବୋଧନ କଲେ, ସମର୍ଥନ ଲୋଡ଼ିଲେ

author img

By

Published : Jul 8, 2022, 3:13 PM IST

Updated : Jul 8, 2022, 4:11 PM IST

ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମର୍ଥନ କଲେ ଦ୍ରୌପଦୀ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ: ମୁଖ୍ୟମନ୍ତ୍ରୀଙ୍କୁ ଭାଇ ସମ୍ବୋଧନ କଲେ, ସମର୍ଥନ ଲୋଡ଼ିଲେ
ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ: ମୁଖ୍ୟମନ୍ତ୍ରୀଙ୍କୁ ଭାଇ ସମ୍ବୋଧନ କଲେ, ସମର୍ଥନ ଲୋଡ଼ିଲେ

ଭୁବନେଶ୍ବର: ଓଡ଼ିଶା ଫେରିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଦ୍ରୌପଦୀ ଭୁବନେଶ୍ୱରରେ ପହଞ୍ଚି ଅତିଥି ଭବନ ଯାଇଥିଲେ । ପରେ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ମୁଖ୍ୟମନ୍ତ୍ରୀଙ୍କୁ ଭାଇ ସମ୍ବୋଧନ କଲେ, ସମର୍ଥନ ଲୋଡ଼ିଲେ

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି । ମୁଁ ଭାଇଙ୍କ ପାଖରେ କିଛି ଅଳି କରିବା ପୂର୍ବରୁ ସେ ତାଙ୍କ ଆଶୀର୍ବାଦ ଅଜାଡି ଦେଇଛନ୍ତି । ମୋ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ସମର୍ଥନ ଦେଇଛନ୍ତି । ବିଦେଶରେ ଥାଇ ମୋ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସାଂସଦ ଓ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ଦ୍ରୌପଦୀ ।'

ଏଥିସହ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଆହୁରି ମଧ୍ୟ କହିଛନ୍ତି, 'ମୁଁ ଗାଁର ଝିଅ, ମନ୍ତ୍ରୀ ଥିବାବେଳେ ବହୁ କାମ କରିଛି । ଆହୁରି କାମ ବାକି ଅଛି, ତେଣୁ ଆପଣଙ୍କ ସହଯୋଗ ଦରକାର । ଆମ ଗାଁର ଅବସ୍ଥା ସୁଧୁରିବ । ଓଡ଼ିଶା ସୁନ୍ଦର ଭାବରେ ଗଢ଼ିବ ବୋଲି କହିଛନ୍ତି ଦ୍ରୌପଦୀ । ଏହାସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସେପଟେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିବା ସହ ଦଳ ବାହାରେ ଅନ୍ୟମାନଙ୍କ ସମର୍ଥନ ପାଇଁ ମଧ୍ୟ ଚେଷ୍ଟା କରାଯିବ ବୋଲି କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2022, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.