ETV Bharat / city

ପୋଲିସ ସେବା ଭବନ ବୁଲିଲେ ପୋଲିସ କମିଶନରଙ୍କ ମା - ପୋଲିସ ସେବା ଭବନ

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ମା’ ବୁଲିଲେ ପୋଲିସ ସେବା ଭବନ । ଫଟୋ ଟ୍ବିଟ କରି ଖୁସୀ ଜାହିରକଲେ ପୁଅ ତଥା ଟ୍ବିନସିଟି କମିଶନର । ଅଧିକ ପଢନ୍ତୁ...

CP Sudhanshu sarangi mother
CP Sudhanshu sarangi mother
author img

By

Published : Jan 27, 2020, 9:52 PM IST

ଭୁବନେଶ୍ବର: ଦୁନିଆର ସମସ୍ତ ବାପା ମା ନିଜ ସନ୍ତାନଙ୍କ ପାଇଁ ଗର୍ବ କରନ୍ତି । ନିଜ ସନ୍ତାନମାନେ ଯେତେ ବଡ ହେଲେ ମଧ୍ୟ ତାଙ୍କ ଆଖିରେ ସେମାନେ ସବୁବେଳେ ଛୋଟ ଶିଶୁଟିଏ ପରି । ତେବେ ଯେବେ ପିଲାମାନେ କୌଣସି ବଡ ପଦ ପଦବୀରେ ପ୍ରତିଷ୍ଠିତ ହୁଅନ୍ତି, ଜନ୍ମଦାତାଙ୍କ ଖୁସୀ କାହିଁରେ କଣ । ଆଉ ଏହି ପଦବୀ ଯଦି ଦେଶ ସୁରକ୍ଷା ସହ ଜଡିତ ଥାଏ, ବାପା ମାଙ୍କ ଆଖିରେ ଖୁସୀର ଲୁହ ଆସିଯାଏ ।

ସେତେବେଳେ ଦୁନିଆର ସମସ୍ତ ବାପାମା ଖାଲି ନିଜ ସନ୍ତାନଙ୍କ ଭଲ ମନ୍ଦ ଚିନ୍ତା କରିନଥାନ୍ତି । ନିଜ ସନ୍ତାନଙ୍କ ବ୍ୟତୀତ ସମସ୍ତ ସହଯୋଗୀ ବା ସେହି କ୍ଷେତ୍ରରେ ଥିବା ସବୁ ଅଧିକାରୀ ତାଙ୍କ ପାଇଁ ଯେମିତି ମୂଲ୍ୟବାନ ହୋଇପଡନ୍ତି । ଏହା ଏକ ଭାବାବେଗ ସହ ଜଡିତ ହୋଇଯାଏ । ସେଥିପାଇଁ ସମସ୍ତ ବାପା ମା ଭାବନ୍ତି କେବେ ତାଙ୍କ ପୁଅ ଅବା ଝିଅର କାର୍ଯ୍ୟାଳୟରୁ ଥରୁଟିଏ ବୁଲିଆସିବା ପାଇଁ ।

ଆଉ ସୋମବାର ଠିକ ଏହିପରି ଘଟିଛି । ଟ୍ବିନସିଟି ପୋଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀଙ୍କ ମା’ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ବୁଲିବାକୁ ଆସିଥିଲେ । ସେ ପୋଲିସ ପୁଅ ଅର୍ଥାତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ବୁଲିବାକୁ ଚାହିଁଥିଲେ । ମାଙ୍କ ଇଛାକୁ ମଧ୍ୟ ପୋଲିସ କମିଶନର ପୂରଣ କରିଛନ୍ତି । ନିଜ କାର୍ଯ୍ୟାଳୟ ବୁଲାଇବା ସହ ଅଧିକାରୀଙ୍କ ସହ ପରିଚିତ କରାଇଛନ୍ତି । ଏହି ଅବସରରେ ଷଡଙ୍ଗୀଙ୍କ ମା’ ସମସ୍ତ ଅଧିକାରୀଙ୍କୁ ଆଶୀର୍ବାଦ କରିଛନ୍ତି । ଯାହାର ଏକ ଫଟୋ ଟ୍ବିଟ କରିଛନ୍ତି ପୋଲିସ କମିଶନର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

LIVE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.