ETV Bharat / city

Budget Session: ପେଟ୍ରୋଲ ଡିଜେଲ ଉପରୁ ଭ୍ୟାଟ ଟିକସ ହ୍ରାସ ପାଇଁ ଉଠିଲା ଦାବି

author img

By

Published : Mar 31, 2022, 1:34 PM IST

ରାଜ୍ୟରେ ତୈଳ ଦର ଆକାଶ ଛୁଆଁ ହୋଇଥିବା ବେଳେ ହନ୍ତସନ୍ତ ସାଧାରଣଜନତା । ଏହି ପ୍ରସଙ୍ଗ ଆଜି ବିଧାନସଭାରେ ମଧ୍ୟ ଉଠିଛି । ଅଧିକ ପଢନ୍ତୁ

Assembly Session: ପେଟ୍ରୋଲ ଡିଜେଲ ଉପରୁ ଭ୍ୟାଟ ଟିକସ ହ୍ରାସ ପାଇଁ ଉଠିଲା ଦାବି

ଭୁବନେଶ୍ବର: ରାଜ୍ୟରେ ତୈଳଦର ଆକାଶ ଛୁଆଁ ହୋଇଥିବା ବେଳେ ଆଜି(ଗୁରୁବାର) ଷୋଡ଼ଶ ବିଧାନସଭା ଅଧିବେଶନର ଷଷ୍ଠ ଦିବସରେ ଉଠିଛି ଏହି ପ୍ରସଙ୍ଗ । ଗୃହ ଚାଲିଥିବା ବେଳେ ଶୂନ୍ୟକାଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଏହି ପ୍ରସଙ୍ଗ ଉଠାଇ ସେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ପେଟ୍ରୋଲ ଡିଜେଲ ଉପରେ ଭ୍ୟାଟ ଟ୍ୟାକ୍ସ ହ୍ରାସ କରିବାକୁ ଦାବି କରିବା ସହ ରାଜ୍ୟରେ ଦରଦାମ ଯେଉଁଭଳି ବୃଦ୍ଧି ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁୃ- Budget Session: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ଲୋକସେବା ଭବନ ଛଡାଯିବା ପ୍ରସଙ୍ଗ

ଖାଉଟିଙ୍କ ଉପରେ ବୋଝ ପଡୁଛି । ଗତ ୨୨ ମାର୍ଚ୍ଚରେ ପ୍ରଥମ କରି ପେଟ୍ରୋଲ ବଢ଼ିଥିଲା । ହେଲେ ଗତ ୧୦ ଦିନ ମଧ୍ୟରେ ୯ ଥର ବୃଦ୍ଧି ପାଇଛି । ଖାଲି ଭୁବନେଶ୍ବର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଟ ବୃଦ୍ଧି ପାଇଛି । ଭ୍ୟାଟ ଟିକସ କମେଇବାକୁ ଦାବି କରିଛନ୍ତି ସାଲୁଜା । ଗୃହିଣୀ ମାନେ ମଧ୍ୟ ରନ୍ଧନ ଗ୍ୟାସ ପାଇଁ ଚିନ୍ତାରେ ଅଛନ୍ତି । ରାଜ୍ୟ ସରକାର ଭ୍ୟାଟ କମାଇବାକୁ ଗୃହରେ ଦାବି କରିଛନ୍ତି ସାଲୁଜା ।

ଏହା ବି ପଢନ୍ତୁୃ- OIL Price Hiked: ପୁଣି ବଢିଲା ତେଲ ଦର, ୧୦ ଦିନରେ ୬.୪୦ ଟଙ୍କା ମହଙ୍ଗା

ତେବେ ସୂଚନା ଥାଉ କି ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୬୫ ପଇସା ଏବଂ ଡିଜେଲ ଲିଟର ପିଛା ୯୮ ଟଙ୍କା ୪୨ ପଇସାରେ ପହଞ୍ଚିଛି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ପରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଏଥିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । କିଛି ଦିନ ପୂର୍ବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ଦୀର୍ଘ ୪ ମାସ ଯାଏଁ ଅପରିବର୍ତ୍ତିତ ରହିଥିଲା । ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ସରକାର ଗଠନ ପରେ ଗତ ୨୨ ତାରିଖରୁ କମ୍ପାନୀମାନେ ତୈଳ ଦର ବଢାଇ ଚାଲିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.