ETV Bharat / city

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ, ମାମଲାରେ ପୋଲିସ କର୍ମଚାରୀ ସମ୍ପୃକ୍ତ: ଡିସିପି

author img

By

Published : Sep 5, 2020, 2:57 PM IST

ରାଜଧାନୀ ଭୁବନେଶ୍ବରରୁ ସାମ୍ନାକୁ ଆସିଲା ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣା । ସୁରକ୍ଷା ଆଳରେ 2 ଜଣ ପୋଲିସ କର୍ମଚାରୀ କରିଛନ୍ତି ନାବାଳିକା ଗଣଦୁଷ୍କର୍ମ । ଘଟଣାରେ ବୈଦ୍ୟୁତିକ ଗଣମାଧ୍ୟମର 2 ଜଣ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ମା' । ଅଧିକ ପଢନ୍ତୁ...

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ, ମାମଲାରେ ପୋଲିସ କର୍ମଚାରୀ ସମ୍ପୃକ୍ତ: ଡିସିପି
ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ, ମାମଲାରେ ପୋଲିସ କର୍ମଚାରୀ ସମ୍ପୃକ୍ତ: ଡିସିପି

ଭୁବନେଶ୍ବର: ସୁରକ୍ଷା ଆଳରେ ଗଣଦୁଷ୍କର୍ମ କଲେ ସୁରକ୍ଷା କର୍ମଚାରୀ । ନିରୀହ ନାବାଳିକାକୁ ଛାଡିଲେନି କାମୁକ ପୋଲିସ କର୍ମଚାରୀ । ନାବାଳିକାଙ୍କ କାକୁତିମୀନତି ସତ୍ତ୍ବେ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ 2 ପୋଲିସ କର୍ମଚାରୀ । ଏଭଳି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ବରରୁ ।

ରାଜଧାନୀର ଜଣେ ନାବାଳିକା ଏପରି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ନିର୍ଯାତନାର ଶିକାର ପରେ ଚୁପ ନାବାଳିକା ଶେଷରେ ପରିବାର ସମ୍ମୁଖରେ ମୁହଁ ଖୋଲିଥିଲେ । ଏନେଇ ନାବାଳିକାଙ୍କ ମା' ମହିଳା ଥାନାରେ ଗତ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଗତ ମାର୍ଚ୍ଚ ଏବଂ ଏପ୍ରିଲ ମାସ ମଧ୍ୟରେ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମକାରୀ ଗଣଦୁଷ୍କର୍ମ କରିଥିବା ସେ ଉଲ୍ଲେଖ କରିଛନ୍ତି । ଏଥିରେ 2 ଜଣ ପୋଲିସ କର୍ମଚାରୀଙ୍କ ସହ ବୈଦ୍ୟୁତିକ ଗଣମାଧ୍ୟମର 2 ଜଣ ସମ୍ପୃକ୍ତ ଥିବା ସେ କହିଛନ୍ତି । ତେବେ ଏହି ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୪୪, ଆଇପିସିର ବିଭିନ୍ନ ଧାରା ଏବଂ ପକ୍ସୋ ଆକ୍ଟକୁ ନେଇ ଏକ କେସ ରୁଜୁ ହୋଇଛି । ଏହା ପରେ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଏପରିକି ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା, ଯେଉଁଥିରେ ସେ ସିଧାସଳଖ ଜଣେ ପୋଲିସ କର୍ମଚାରୀଙ୍କ ସହ 2 ଜଣ ସହଯୋଗୀଙ୍କ ନାଁ ନେଇଥିଲେ । ତେବେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେସକୁ ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି । ଆଇସିଡବ୍ଲ୍ୟୁକୁ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୁବନେଶ୍ବର ଡିସିପି ।

ସେପଟେ ଘଟଣାର ଛାନଭିନ କରୁଛନ୍ତି କମିଶନରେଟ ପୋଲିସ ଅଧିକାରୀ । ତେବେ ପ୍ରଶ୍ନ ଉଠୁଛି ସୁରକ୍ଷା ବ୍ୟବସ୍ଥା କଣ ଏତେ ତଳ ସ୍ତରକୁ ଖସିଲାଣି ଯେ ନିରୀହ ଜନତା ଶେଷରେ ପୋଲିସର ଦୁଷ୍କର୍ମର ଶିକାର ହେଲେଣି । କଣ ଆଇନର ରକ୍ଷାକର୍ତ୍ତା ବା ସୁରକ୍ଷାଦାତା ସୁରକ୍ଷା ଆଳରେ ଏପରି ଦୁଷ୍କର୍ମ କରି ଚାଲିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.