ETV Bharat / city

କୋଭିଡ ସମୟରେ ଚିକିତ୍ସାରେ ଅବହେଳା ଅଭିଯୋଗ, ଓଏଚଆରସିର ଦ୍ବାରସ୍ଥ ସମ୍ପର୍କୀୟ

କୋଭିଡ ସମୟରେ ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗ । 12 ଦିନ ଘୁରିବୁଲିଲା ପରେ ନ୍ୟାୟ ପାଇଁ ଶେଷରେ ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ରୋଗୀଙ୍କ ସମ୍ପର୍କୀୟ ।

author img

By

Published : Sep 22, 2020, 9:44 PM IST

medical negligence in Covid time, relative reports allegation in OHRC
କୋଭିଡ ସମୟରେ ଚିକିତ୍ସାରେ ଅବହେଳା ଅଭିଯୋଗ, ଓଏଚଆରସିରେ ଦ୍ବାରସ୍ଥ

ଭୁବନେଶ୍ବର: କୋଭିଡ ସମୟରେ ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗ । 12 ଦିନ ଘୁରିବୁଲିଲା ପରେ ନ୍ୟାୟ ପାଇଁ ଶେଷରେ ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ରୋଗୀଙ୍କ ସମ୍ପର୍କୀୟ ।

ରାଜ୍ୟ ସରକାର କୋଭିଡ ସମୟରେ ସମସ୍ତ ରୋଗୀଙ୍କୁ ଭଲ ଭାବେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ଡାକ୍ତରଖାନା ଚିକିତ୍ସାରେ ଅବହେଳା କରିବ, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାରୀ ସ୍ତରରେ କୁହାଯାଇଛି।

ତେବେ ଖୋଦ ରାଜଧାନୀ ଉପକଣ୍ଠ ଚନ୍ଦ୍ରଶେଖରପୁରର ଅରବିନ୍ଦନଗର ବସ୍ତିର ରଞ୍ଜିତ ନାୟକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ଛୁରୀ ମାଡ କାରଣରୁ 21 ବର୍ଷୀୟ ରଞ୍ଜିତଙ୍କ ପେଟରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ଭୁବନେଶ୍ବର ଓ କଟକ ରେ ପ୍ରାୟ 10ଟି ସରକାରୀ ଓ ବେସରକାରୀ ହସ୍ପିଟାଲ ବୁଲିସାରିଲେଣି ରଞ୍ଜିତ । ମାତ୍ର କେହି ବି ତାଙ୍କୁ ଚିକିତ୍ସା କରୁନଥିବା ସେ ଅଭିଯୋଗ କରିଛନ୍ତି ।

କୋରୋନା ପଜିଟିଭ ହୋଇଥିବା କହି କୋଭିଡ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ପରେ ଦୁଇ ଦିନ ଭିତରେ ସୁସ୍ଥ ହୋଇଗଲାଣି କହି ଡ଼ିସଚାର୍ଜ କରି ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ।

ରଞ୍ଜିତଙ୍କ ପାଇଁ ସମସ୍ତ ନିୟମ ଯେଭଳି ମାଟିରେ ମିଶିଯାଇଛି। ଚିକିତ୍ସା ବିଳମ୍ବ ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେ। ପେଟରେ କଟା ଦାଗ ରହିଥିବା ସ୍ଥାନ ରେ ନା ହୋଇଛି ଡ୍ରେସିଂ ନା ଅପରେସନ। ଫଳରେ ସେହି ସ୍ଥାନରୁ ପୋଚା ପାଣି ସହ ପୋକ ହୋଇଯାଇଥିବା କହିଛନ୍ତି ରଞ୍ଜିତଙ୍କ ଭାଇ ପବିତ୍ର ନାୟକ। ଏନେଇ ସେ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଭାଇକୁ ଆସନ୍ତା 12 ଘଣ୍ଟା ମଧ୍ୟରେ ଯେ କୌଣସି ହସ୍ପିଟାଲରେ ଅପରେସନ କରି ଭଲ କରନ୍ତୁ ବୋଲି ପବିତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.