BMC ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କୋରୋନା, ୨୨ କର୍ମଚାରୀ ସଂକ୍ରମିତ - ବିଏମସି ଅଫିସରେ ପଶିଲା କୋରୋନା
ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କୋରୋନା । 22 କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କରୋନା ଭୁତାଣୁ
ଭୁବନେଶ୍ବର: ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ପଶିଲା ଭୂତାଣୁ । ଦିନକରେ ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରୁ ୨୨ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ(22 employees of BMC test covid positive) ହୋଇଛନ୍ତି । ଗତକାଲି(ବୁଧବାର) କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଯାହାମଧ୍ୟରୁ ୨୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଘଟଣା ପରେ ବିଏମସି କାର୍ଯ୍ୟାଳୟରେ ସର୍ବାସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଏଥିସହ ଅନ୍ୟ କର୍ମଚାରୀଙ୍କ ଟେଷ୍ଟିଂ କରାଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ