ETV Bharat / city

ଅଜ୍ଞାତବାସରୁ ଫେରିଲେ କ୍ୟାପଟେନ, ଏପଟେ ଆନ୍ଦୋଳନ ସେପଟେ ସରକାରୀ କାର୍ଯ୍ୟକ୍ରମ

author img

By

Published : Oct 25, 2021, 7:47 PM IST

ସାମନାକୁ ଆସିଲେ ଲୁଚକାଳି ଖେଳୁଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମମିତା ମେହର ହତ୍ୟାକାଣ୍ଡରେ ତାଙ୍କ ଇସ୍ତଫା ଦାବି କରାଯାଉଥିବା ବେଳେ ସେ ବହୁ ଦିନ ପରେ ଲୋକଲୋଚନକୁ ଆସିଛନ୍ତି । ଅଧିକ ପଢନ୍ତୁ...

ଅଜ୍ଞାତବାସରୁ ଫେରିଲେ କ୍ୟାପଟେନ, ଏପଟେ ଆନ୍ଦୋଳନ ସେପଟେ ସରକାରୀ କାର୍ଯ୍ୟକ୍ରମଅଜ୍ଞାତବାସରୁ ଫେରିଲେ କ୍ୟାପଟେନ, ଏପଟେ ଆନ୍ଦୋଳନ ସେପଟେ ସରକାରୀ କାର୍ଯ୍ୟକ୍ରମ
ଅଜ୍ଞାତବାସରୁ ଫେରିଲେ କ୍ୟାପଟେନ, ଏପଟେ ଆନ୍ଦୋଳନ ସେପଟେ ସରକାରୀ କାର୍ଯ୍ୟକ୍ରମ

ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମେହର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଉଠୁଛି ପଡୁଛି । ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଳାହାଣ୍ଡି, ବଲାଙ୍ଗୀରରେ ବନ୍ଦ ସହ ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ବାସଭବନ ଘେରୁଛନ୍ତି ବିରୋଧୀ ସଂଗଠନ । ସେପଟେ ବିରୋଧୀ ଓ ଗଣମାଧ୍ୟମ ସହ ଲୁଚକାଳି ଖେଳୁଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ।

ଅଜ୍ଞାତବାସରୁ ଫେରିଲେ କ୍ୟାପଟେନ; ଏପଟେ ଆନ୍ଦୋଳନ ସେପଟେ ସରକାରୀ କାର୍ଯ୍ୟକ୍ରମ

ଅନେକ ବାଦବିବାଦ ପରେ ଅଜ୍ଞାତବାସରେ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଏବେ ସାମ୍ନାକୁ ଆସିଛନ୍ତି । ସର୍ବସାଧାରଣକୁ ନଆସିଲେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ହେଉଛନ୍ତି ସାମିଲ । ଗତକାଲି ନିଜ ନିର୍ବାଚନ ମଣ୍ଡଳୀରେ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ହୋଇଛନ୍ତି ସାମିଲ । ପ୍ରାୟ 1 ଘଣ୍ଟା ଧରି ଭିସି ଯୋଗେ ବୈଠକରେ ମନ୍ତ୍ରୀ ହୋଇଥିଲେ ସାମିଲ । ନିଜ ଅଞ୍ଚଳରେ ଧାନ ସଂଗ୍ରହ ନେଇ ଥିବା ବିଭିନ୍ନ ସମସ୍ୟା ବାବଦରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ସେହିପରି ଆଜି ଲୋକସେବା ଭବନରେ ଆୟୋଜିତ ସେମିନାରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । 'ମେକିଂ ଓଡ଼ିଶା ଟେକ୍ସଟାଇଲ ହବ ଅଫ ଦ ଇଷ୍ଟ' ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମନ୍ତ୍ରୀ । ମମିତା ମେହର ହତ୍ୟାକାଣ୍ଡରେ ନାଁ ଆସିବା ପରେ ବିବାଦୀୟ ହୋଇପଡିଛି କ୍ୟାପଟେନ । ତାଙ୍କ ଇସ୍ତଫା ଲାଗି ବିରୋଧୀ ଅଡି ବସିଥିବା ବେଳେ ମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.