ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ଯ। ଘର ଭିତରୁ ଅଧ୍ଯାପକଙ୍କ ଗଳିତ ମୃତଦେହ ଉଦ୍ଧାର । ଖଣ୍ଡଗିରି ଥାନା ଘାଟିକିଆ ଦୁର୍ଗା ମଣ୍ଡପ ନିକଟ ଏକ ଆପାର୍ଟମେଣ୍ଟରୁ ଜଣେ ଅଧ୍ଯାପକଙ୍କ ମୃତଦେହ ଉଦ୍ଧାର କରିଛି କମିଶନରେଟ ପୋଲିସ ।
ଅଧ୍ଯାପକଙ୍କ ନାମ ଭଗବତ ପ୍ରସାଦ ରଥ ହୋଇଥିବାବେଳେ ତାଙ୍କ ଘର କୋରାପୁଟ ଟାଉନସିପ ସୁନାବେଡା ବୋଲି ଜଣାପଡିଛି । ସେ ସିଇଟି କଲେଜର ଅଧ୍ଯାପକ ଥିଲେ । ବୁଧବାର ତାଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ପାରିପାର୍ଶିକ ସ୍ଥିତିରୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ଅର୍ଥାତ କେହି ତାଙ୍କୁ ନିଶା ଦେଇ ହତ୍ଯା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଏପଟେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ