ETV Bharat / city

୨୦୨୩ ଶେଷସୁଦ୍ଧା ପୂର୍ଣ୍ଣାଙ୍ଗ ହେବ କାନପୁର ଜଳସେଚନ ପ୍ରକଳ୍ପ

author img

By

Published : Aug 12, 2022, 10:11 PM IST

Updated : Aug 13, 2022, 11:27 AM IST

କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତର ୨ୟ ଦିନରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି କାମର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

Chief Secretary
Chief Secretary

ଭୁବନେଶ୍ବର: ଆସନ୍ତା ୨୦୨୩ ଶେଷସୁଦ୍ଧା ପୂର୍ଣ୍ଣାଙ୍ଗ ହେବ କେନ୍ଦୁଝର କାନପୁର ଜଳସେଚନ ପ୍ରକଳ୍ପ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରି ସେ ଏହି ସୂଚନା ଦେଇଛନ୍ତି ।

୨୦୨୩ ଶେଷସୁଦ୍ଧା ପୂର୍ଣ୍ଣାଙ୍ଗ ହେବ କାନପୁର ଜଳସେଚନ ପ୍ରକଳ୍ପ: ମୁଖ୍ୟ ଶାସନ ସଚିବ

କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତର ୨ୟ ଦିନରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି କାମର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । କାନପୁର ଡ୍ୟାମ ସ୍ପିଲୱେର ପ୍ରାୟ ୧୦୦ ମି ପାଖାପାଖି ଜାତୀୟ ରାଜପଥ ଯାଇଥିବାରୁ ନଦୀକୁ ପାଣି ନିର୍ଗମନ ପାଇଁ ହାଇ ଲେଭେଲ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜାତୀୟ ରାଜପଥ ଯନ୍ତ୍ରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଅକ୍ଟୋବର ଶେଷସୁଦ୍ଧା ଏହା ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି ।

୨୦୨୩ ମସିହା ଶେଷ ସୁଦ୍ଧା ଡ୍ୟାମ ଓ କେନାଲ କାର୍ଯ୍ୟ ଶେଷକରି ଚାଷ ପାଇଁ ପାଣି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ୟାମ ନିର୍ମାଣ ଓ ସ୍ଥାନାନ୍ତରିତ ଲୋକମାନଙ୍କର ଥଇଥାନ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ ପନ୍ଥା ସ୍ଥିର କରାଯାଇଛି । କେନ୍ଦୁଝର ଜିଲ୍ଲାର ବାସୁଦେବପୁରରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ କାନପୁର ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା ଚଂପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡା ବ୍ଲକ୍ ଅନ୍ତର୍ଗତ ୨୪୪ ଟି ଗ୍ରାମର ୨୯୫୭୮ ହେକ୍ଟର ଜମି ଜଳସେଚିତ ହେବ । ଏହାଦ୍ୱାରା ଏହିସବୁ ଗ୍ରାମର ପ୍ରାୟ ୧୪,୪୮,୮୮ ଲୋକ ଉପକୃତ ହେବ । ମୁଖ୍ୟ ଡ୍ୟାମ ୭୮.୨୧ କି.ମି. ମୁଖ୍ୟ କେନାଲ, ୭୩.୭୩ କି.ମି ଶାଖା କେନାଲ ଏବଂ ୨୯୧.୫୫ କି.ମି. ମାଇନର, ସବ୍ ମାଇନର କେନାଲ ଆଦି ପ୍ରକଳ୍ପର ମୁଖ୍ୟାଂଶ । ଏହି ପ୍ରକଳ୍ପରୁ ମଧ୍ୟ ୪.୨ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ହେବ । ପ୍ରକଳ୍ପରେ ସମୁଦାୟ ୨୪୩୮.୨୯ କୋଟି ଟଙ୍କା ବିନିଯୋଗ ହେବ । ତନ୍ମଧ୍ୟରୁ ରାଜ୍ୟ ସରକାର ୧୫୫୫.୨୬ କୋଟି ଏବଂ କେନ୍ଦ୍ର ସରକାର ୮୮୩.୦୩ କୋଟି ଯୋଗାଇବାର ବ୍ୟବସ୍ଥା ଥିବା ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ୩୪୬୦ ମିଟର ଲମ୍ବ ଡ୍ୟାମ ପ୍ରାୟ ୮୬ ପ୍ରତିଶତ ନିର୍ମାଣ ସରିଛି । ଅବଶିଷ୍ଟ ୧୪ ପ୍ରତିଶତ ଅଂଶର ନିର୍ମାଣ ଦୃତ ଗତିରେ ଚାଲିଛି । ସେହିପରି ସ୍ପିଲୱେର ୮୬ ଶତକଡା ଏବଂ କେନାଲର ୭୬ ଶତକଡା କାମ ସରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ସାପ୍ତାହିକ ଓ ମାସିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରି ତାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପରେ ପରେ ମୁଖ୍ୟ ଶାସନ ସଚିବ କାଞ୍ଜିପାଣି ଘାଟି ଅଂଚଳ ପରିଦର୍ଶନ କରିଛନ୍ତି । ସେଠାରେ ଇକୋ- ପର୍ଯ୍ୟଟନ ସୁବିଧାର ଅଧିକ ବିକାଶ ସମ୍ଭାବନା ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରି ସେଠାରେ ଇକୋ-ପର୍ଯ୍ୟଟନ ସୁବିଧା ସୃଷ୍ଟି ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଉକ୍ତ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆୟର ପନ୍ଥା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 13, 2022, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.