ଭୁବନେଶ୍ବର: ଖୁବଶୀଘ୍ର ପରଦାକୁ ଆସିବ ଚୁଲବୁଲି ନାୟିକା ଝିଲିକଙ୍କ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀ। କିଛି ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରିଛନ୍ତି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ନିଜ ଅଭିନୟ ଯାଦୁରେ ସଭିଙ୍କୁ ବାନ୍ଧି ରଖିଥିବା ବଙ୍ଗୀୟ ଗାର୍ଲ ଏଥର ପ୍ରଯୋଜକ ଭାବେ ସିନେ ଦୁନିଆକୁ ଫେରିଛନ୍ତି।
ଓଡ଼ିଆ ସିନେମା ଜଗତର ବେଶ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ। ନିକଟରେ ରିଲିଜ ହେବାକୁ ଯାଉଛି ତାଙ୍କର ଚଳଚ୍ଚିତ୍ର ରୁଦ୍ରାଣୀ। ମୋସନ ପିକ୍ଚର ନାରେ ସେ ଏହି ପ୍ରଥମ ସିନେମା କରିଛନ୍ତି । ଝିଲିକ ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେବା ସହ ନିଜେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ସିନେମାଟି ସମ୍ପୂର୍ଣ୍ଣ ନାରୀ କୈନ୍ଦ୍ରିକ ହୋଇଥିବା ବେଳେ ନିଆରା ଏକ ରୁପରେ ନଜର ଆସିବେ ଝିଲିକ। ଏନେଇ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ସୁଟିଂ ହୋଇଛି। ୨୧ ଦିନର ଶୁଟିଂ ସରିଲା ପରେ ଫିଲ୍ମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ସୁବାଶିଷ (ମଣ୍ଟୁ) ରହିଛନ୍ତି।
ରୁଦ୍ରାଣୀ ଚଳଚ୍ଚିତ୍ର ପାଇଁ କେ. ମୂରଲିକ୍ରିଷ୍ନା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟିକୁ ଦର୍ଶକ ମାନେ ବେଶ ପସନ୍ଦ କରିବେ ବୋଲି ଝିଲିକ ଆଶାବାଦୀ ଅଛନ୍ତି । ଏହାର ସୁଟିଂ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଏହା ପରଦାକୁ ଆସିବ ବୋଲି କହିଛନ୍ତି ଅଭିନେତ୍ରୀ ଝିଲିକ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ