ETV Bharat / city

ଟଙ୍କା ମାଗିବାବେଳେ ନୀତି ନିୟମ ଦେଖ: ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

author img

By

Published : Nov 6, 2021, 9:04 PM IST

ମନରେଗା ପାଣ୍ଠି ଦେବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ । ଅଧିକ ପଢନ୍ତୁ ...

ଅପରାଜିତା
ଅପରାଜିତା

ଭୁବନେଶ୍ବର: ମନରେଗା ପାଣ୍ଠି ଦେବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ ।

ଆଜି (ଶନିବାର) ପ୍ରେସମିଟ କରି ଅପରାଜିତା କହିଛନ୍ତି 1 ହଜାର 88 କୋଟି ଟଙ୍କା ରିଲିଜ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । କିନ୍ତୁ ତାହା ପୂର୍ବରୁ 2020-21 ଆର୍ଥିକ ବର୍ଷର ୟୁଟିଲାଇଜେସନ ସାର୍ଟିଫିକେଟ ଦିଆଯିବା କଥା । 30 ସେପ୍ଟେମ୍ବର ପରେ କେନ୍ଦ୍ର ଠାରୁ ଅର୍ଥ ଆଶା କଲେ ମାର୍ଚ୍ଚ 2021 ପର୍ଯ୍ୟନ୍ତ ୟୁଟିଲାଇଜେସନ ସାର୍ଟିଫିକେଟ ଓ ଅଡିଟ ରିପୋର୍ଟ ଦେବା କଥା। ଯେଉଁ ପର୍ଯ୍ୟନ୍ତ ଯେଉଁ ରାଜ୍ୟ ୟୁସି ଦେବେ ନାହିଁ, ସେପ୍ଟେମ୍ବର ପରେ ସେହି ରାଜ୍ୟକୁ ପାଣ୍ଠି ମିଳିବ ନାହିଁ । କେନ୍ଦ୍ର ସରକାରଙ୍କ ବାରମ୍ବାର ଚେତାବନୀ ସତ୍ତ୍ବେ କାହିଁକି ୟୁସି ଦେଇନଥିଲେ ସରକାର । କେନ୍ଦ୍ର ସରକାରଙ୍କର ସମସ୍ତ ନିୟମ ଜାଣି ସୁଦ୍ଧା କାହିଁକି ଚୁପ ବସିଥିଲେ ସରକାର । ଫଣ୍ଡ ରିଲିଜ ବନ୍ଦ ହେବା ପରେ ନଭେମ୍ବର 1 ସନ୍ଧ୍ୟାରେ ରାଜ୍ୟ ସରକାର ୟୁସି ଦେଲେ ।

ଟଙ୍କା ମାଗିବା ବେଳେ ନୀତି ନିୟମ ଦେଖ; ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଅପରାଜିତା କହିଛନ୍ତି ଦୀପାବଳି ଛୁଟି ସତ୍ତ୍ବେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ 847 କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି । ମନରେଗା ଅଧୀନରେ ବର୍ତ୍ତମାନ ସୁଦ୍ଧା ଓଡିଶାକୁ 4 ହଜାର 522 କୋଟି ଟଙ୍କା ମିଳିଛି । ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ଅପରାଜିତା କହିଛନ୍ତି ଯେତେବେଳେ ଟଙ୍କା ମାଗୁଛନ୍ତି, ନୀତି ନିୟମରେ ରହି ଟଙ୍କା ମାଗନ୍ତୁ ।

ସେହିପରି ସବୁ ଜିଲ୍ଲାରେ ଅମ୍ବୁଡ୍ସମ୍ୟାନ ନିଯୁକ୍ତ ହେବା କଥା । କିନ୍ତୁ ବାରମ୍ବାର ଗ୍ରାମୀଣ ମନ୍ତ୍ରଣାଳୟ ଚିଠି ସତ୍ବେ କେବଳ 22 ଜିଲ୍ଲାରେ ଅମ୍ବୁଡ୍ସମ୍ୟାନ ନିଯୁକ୍ତ ହୋଇଛନ୍ତି । ସବୁ ଜିଲ୍ଲାରେ କାହିଁକି ଅମ୍ବୁଡ୍ସମ୍ୟାନ ନିଯୁକ୍ତ ହୋଇପାରିଲାନି ? ସାମାଜିକ ଅଡିଟ ହେଉନାହିଁ କାହିଁକି? ଏହା ଆଇନରେ ବାଧ୍ୟତାମୂଳକ ରହିଛି । ମନରେଗାରେ 4 କୋଟି 80 ଲକ୍ଷ ଟଙ୍କାର ଦୁର୍ନୀତି କଥା ସାମ୍ନାକୁ ଆସିଲା । ଏସବୁ ଟଙ୍କା ଫେରସ୍ତ ହେବା କଥା । ହେଲେ ମାତ୍ର କୋଟିଏ 80 ଲକ୍ଷ ଆଦାୟ ହୋଇଛି । ଏଥିରେ ବି ଓଡିଶା ପଛରେ ପଡିଛି । ନିର୍ଦ୍ଧାରିତ ସମୟ ସୀମା ଭିତରେ ସବୁ କାମ ସରିବା କଥା । କିନ୍ତୁ ମନରେଗା ଅଧୀନରେ 2020-21 ଆର୍ଥିକ ବର୍ଷ କେବଳ 21% ମନରେଗା କାମ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ଅପରାଜିତା କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.