ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆନ୍ତର୍ଜାତିକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି ଇଣ୍ଡିଗୋ ବିମାନ । ଯାତ୍ରୀ ଜଣଙ୍କର ଶରୀର ଅସୁସ୍ଥ କାରଣରୁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଇଣ୍ଡିଗୋ 946 ବିମାନକୁ ଅବତରଣ କରାଯାଇଛି ।
![ଭୁବନେଶ୍ବର ବିମାନ ବନ୍ଦରରେ INDIGO ବିମାନର ଜରୁରୀକାଳୀନ ଅବତରଣ](https://etvbharatimages.akamaized.net/etvbharat/prod-images/od-bbsr-06-airport-emergency-landing-7206049_30092021185659_3009f_1633008419_1054.jpg)
କୋଲକାତାରୁ ହାଇଦ୍ରାବାଦ ଯାଉଥିବା ବିମାନରେ ଯାତ୍ରୀ ଜଣଙ୍କ ଅସୁସ୍ଥ ହୋଇଯାଇଥିଲେ । ଯାହାଫଳରେ ବିମାନକୁ ଜରୁରୀକାଳୀନ ଭାବରେ ଅବତରଣ କରାଯାଇଥିଲା । ଘଟଣାସ୍ଥଳରେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତା'ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାତ୍ରୀଙ୍କ ନାମ ଜେ. ଘୋଷ ବୋଲି ସୂଚନା ମିଳିଛି । ତାଙ୍କର ବୟସ 60 ବର୍ଷ । ଯାତ୍ରୀଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ