ETV Bharat / city

‘ଭାରତ ହେଉଛି ପ୍ରବାସୀ ଶ୍ରମିକ ଦେଶ’

author img

By

Published : May 9, 2020, 6:47 PM IST

Updated : May 9, 2020, 6:54 PM IST

ଭାରତ ହେଉଛି ପ୍ରବାସୀ ଶ୍ରମିକ ଦେଶ। ଦେଶରେ ଅଛନ୍ତି 20 କୋଟି ପ୍ରବାସୀ ଶ୍ରମିକ। ସର୍ବଭାରତୀୟସ୍ତରରେ 14 କୋଟିରୁ 20 କୋଟି ଲୋକ ନିଜ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟ 92 ପ୍ରତିଶତ ଅଣସଂଗଠନ କ୍ଷେତରେ କାମ କରୁଛନ୍ତି ।

subrat bagchi
‘ଭାରତ ହେଉଛି ପ୍ରବାସୀ ଶ୍ରମିକ ଦେଶ’

ଭୁବନେଶ୍ବର: ଭାରତ ହେଉଛି ପ୍ରବାସୀ ଶ୍ରମିକ ଦେଶ। ଦେଶରେ ଅଛନ୍ତି 20 କୋଟି ପ୍ରବାସୀ ଶ୍ରମିକ। ସର୍ବଭାରତୀୟସ୍ତରରେ 14 କୋଟିରୁ 20 କୋଟି ଲୋକ ନିଜ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟ 92 ପ୍ରତିଶତ ଅଣସଂଗଠନ କ୍ଷେତରେ କାମ କରୁଛନ୍ତି ।

‘ଭାରତ ହେଉଛି ପ୍ରବାସୀ ଶ୍ରମିକ ଦେଶ’

ଆକଳନ ଅନୁସାରେ 12 ଲକ୍ଷ 70 ହଜାର ଓଡିଆ ବାହାର ରାଜ୍ୟକୁ ଯାଉଛନ୍ତି କିନ୍ତୁ ବାହାର ରାଜ୍ୟରୁ ଓଡିଶାକୁ 8 ଲକ୍ଷରୁ ଅଧିକ ଲୋକ କର୍ମ ନିଯୁକ୍ତି ପାଇଁ ଆସୁଛନ୍ତି ବୋଲି ପ୍ରେସ ବିବୃତିରେ ଆଜି ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ଏହାସହ ପ୍ରବାସୀ ଓଡିଆଙ୍କୁ ଆଣିବା ଠିକ୍‌ କି ନୁହେଁ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏହାର ତିନୋଟି ଦୃଷ୍ଟି ଭଙ୍ଗୀ ରହିଛି । ନୈତିକ ବା ମାନବିକତା ଦୃଷ୍ଟି, ଆଇନ ଗତ ଓ ଶେଷରେ ବୈଜ୍ଞାନିକ ବା ବାସ୍ତବ ଦୃଷ୍ଟିଭଙ୍ଗୀ । ଏହାକୁ ବିଚାର କରି ଏପରି କରାଯାଇଥିବା ସେ ଦର୍ଶାଇଛନ୍ତି ।

ସେପଟେ 12 ଲକ୍ଷ 70 ହଜାର ଲୋକ ଓଡିଶାରୁ ବାହାରକୁ ଯାଉଥିବାବେଳେ 8 ଲକ୍ଷରୁ ଅଧିକ ଲୋକ ଓଡିଶାକୁ ଆସନ୍ତି ବୋଲି ସେ କହିଛନ୍ତି। ଦେଶରେ 100 ଟି ପରିବାରରୁ 16 ଟି ପରିବାର ରାଜ୍ୟ ବାହାରକୁ ଯାଇଥାନ୍ତି ବିଭିନ୍ନ କାମ କରିବାକୁ। ଭାରତବର୍ଷ ହେଉଛି ମାଇଗ୍ରେସନର ଦେଶ। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ଆଇନଗତ ଅନୁସାରେ ସମସ୍ତଙ୍କର ଅଧିକାର ଅଛି ଘରକୁ ଯିବା ପାଇଁ। କୌଣସି ଲୋକଙ୍କୁ ଅଟକ ରଖାଯାଇପାରିବ ନାହିଁ । ଯେଉଁଥିଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦେଶରେ ଶ୍ରମିକ ଏକ୍ସପ୍ରେସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଏହାସହ ସରକାର ବିଦେଶରୁ ଭାରତକୁ ଲୋକଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ଆରମ୍ଭ କରିଥିବା ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 9, 2020, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.