ETV Bharat / city

ଓଡିଶାରେ ଦକ୍ଷତା ଶିକ୍ଷାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି କହିଲେ ଧର୍ମେନ୍ଦ୍ର - ଓଡିଶାରେ ସ୍କିଲ ଶିକ୍ଷାକୁ ଗୁରୁତ୍ବ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ

ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଓଡିଶାରେ ସ୍କିଲ ଶିକ୍ଷାକୁ ଗୁରୁତ୍ବ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ

author img

By

Published : Apr 15, 2022, 10:56 PM IST

ଭୁବନେଶ୍ବର: ଓଡିଶାରେ ଦକ୍ଷତା ଶିକ୍ଷାକୁ ଗୁରୁତ୍ବ(skills education) ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ । ତିନିଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ତାଳଚେରରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ସହ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ଧର୍ମେନ୍ଦ୍ର । ପରବର୍ତ୍ତୀ ପର୍ଯ୍ୟାୟରେ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ପରିଦର୍ଶନ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡିଶାରେ ସ୍କିଲ ଶିକ୍ଷାକୁ ଗୁରୁତ୍ବ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ
ଓଡିଶାରେ ସ୍କିଲ ଶିକ୍ଷାକୁ ଗୁରୁତ୍ବ ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ

ସେହିପରି ଏମସିଏଲ ଏହି କାମରେ ସହଯୋଗୀ ହୋଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର । ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ତାଳଚେରର ପୁରଣା ଆରଟିଓ ବିଲଡିଂ ଠାରେ ଅନ୍ୟ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ପରଦର୍ଶନ କରିଥିଲେ । ଏହା ପରେ ଡେରା ପଞ୍ଚାୟତର ନିର୍ମାଣାଧୀନ କୋଲିୟରୀ ହାଇସ୍କୁଲ ବୁଲି ଦେଖିବା ସହ ସ୍କୁଲ ନିର୍ମାଣ କାମ ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନ ଓ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।

ସେହିଭଳି ତାଳଚେର ଠାରେ ଥିବା ବିଜୁ ପଟ୍ଟନାୟକ କୌଶଳ ପ୍ରଶିକ୍ଷକ ତାଲିମ କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ଗସ୍ତ କରିଛନ୍ତି। ତାଲିମ କେନ୍ଦ୍ରରେ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି । ବର୍ତମାନ ଶିଳ୍ପସଂସ୍ଥା ଗୁଡିକ ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି-ସ୍କିଲିଂର ଗୁରୁତ୍ବକୁ ବୁଝିଛନ୍ତି । ଏ ଦୃଷ୍ଟିରୁ ଅନୁଗୋଳ ସମେତ ପଡୋଶୀ ଜିଲ୍ଲାରେ ଥିବା ଶିଳ୍ପ ଅନୁଷ୍ଠାନରେ ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପଦକ୍ଷେପ ନେବାକୁ କର୍ତୃପକ୍ଷଙ୍କୁ ଧର୍ମେନ୍ଦ୍ର ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.