ETV Bharat / city

ସେପ୍ଟେମ୍ବରରେ କମିପାରେ କୋରୋନା !

author img

By

Published : Aug 17, 2020, 4:05 PM IST

ଅଧିକ ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି, ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ସ୍ଥିତି ଭଲରେ ଅଛି । ଟେଷ୍ଟ ବଢିଲେ ପଜେଟିଭଙ୍କ ନମ୍ବର ବି ବଢିବ ବୋଲି କହିଲେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

rate of infection
ଅଧିକ ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି

ଭୁବନେଶ୍ବର: ଟେଷ୍ଟ ବଢିଲେ ବି ସଂକ୍ରମଣର ଅନୁପାତ କମ ରହିଛି । ଏହା ଆଶ୍ବସ୍ତୀକର ଖବର ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଅଧିକ ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି, ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ସ୍ଥିତି ଭଲରେ ଅଛି । ଟେଷ୍ଟ ବଢିଲେ ପଜେଟିଭଙ୍କ ନମ୍ବର ବି ବଢିବ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପିକ କୁ ଯାଇ ତାପରେ ସଂକ୍ରମଣ କମିପାରେ ବୋଲି କହିଛନ୍ତି ଅଜୟ ପରିଡା ।

ଅଧିକ ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି

ଏହାସହ କୋରନା ଭୁତାଣୁର ଦ୍ଵିତୀୟ ପର୍ଯ୍ୟାୟ ଗବେଷଣା ଚାଲିଛି । ଏନେଇ ବିଭିନ୍ନ ଜିଲ୍ଲାର ୧୨୦ଟି ନମୁନା ସଂଗ୍ରହ ହୋଇଛି । ଏହା କେଉଁ ପ୍ରକାର ଭୁତାଣୁ ତାହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ କିମ୍ବା କେନ୍ଦ୍ର ଓ ରାଜ୍ୟ ସରକାର ତିନୋଟି ପଲିସି ରଖିଥିଲେ । ଏହି ଟ୍ରେଣ୍ଡ ଅନୁଯାୟୀ,ବେଶି ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି ଏହା ଖୁସିର କଥା । କିନ୍ତୁ କେରଳରେ ସମ୍ପୂର୍ଣ୍ଣ କମିବା ପରେ ବି, ଆଉଥରେ ପୁଣି ବଢ଼ିବା ଦେଖାଯାଇଛି । ତେଣୁ ଏହି ନୂଆ ଭୁତାଣୁ ସମ୍ପର୍କରେ କିଛି ସଠିକ୍ ଭାବେ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.