ETV Bharat / city

ଲକଡାଉନରେ ଚୋରାମଦ, ପିଇଲେ ଯାଇପାରେ ଜୀବନ

ଲକଡାଉନରେ ରୁହନ୍ତୁ ମଦ୍ୟପାନ ପ୍ରତି ସତର୍କ । ଆପଣଙ୍କ ହାତରେ ପଡିପାରେ ନକଲି ମଦ । କାରଣ ରାଜଧାନୀରେ ଲୁଚାଛପାରେ ମିଳୁଛି ଚୋରା ମଦ । ଅଧିକ ପଢନ୍ତୁ...

author img

By

Published : May 9, 2020, 6:24 PM IST

iligal-liquor-smugling-in-capital
ଲକଡାଉନରେ ଚୋରାମଦ,ପିଇଲେ ଯାଇପାରେ ଜୀବନ

ଭୁବନେଶ୍ବର: ଲକଡାଉନରେ ଦୋକାନବଜାର ବନ୍ଦ । ଏଭିତରେ ଚାଲିଛି ମଦ ଚୋରାଚାଲାଣ । ଯାହାକୁ ପିଇଲେ ଯାଇପାରେ ଜୀବନ । ତେଣୁ ଲକଡାଉନରେ ରୁହନ୍ତୁ ମଦ୍ୟପାନ ପ୍ରତି ସତର୍କ । ଆପଣଙ୍କ ହାତରେ ପଡିପାରେ ନକଲି ମଦ ।

ଲକଡାଉନରେ ଚୋରାମଦ,ପିଇଲେ ଯାଇପାରେ ଜୀବନ

ଲକଡାଉନରେ ରାଜଧାନୀରୁ ଧରାପଡିଛି ବିପୁଳ ପରିମାଣର ଚୋରାମଦ । ଗିରଫ ହୋଇଛନ୍ତି ଅନେକ ମଦ ମାଫିଆ ଓ ଚୋରାମଦ ବ୍ୟବସାୟୀ । କେତେବେଳେ ଦାମିଗାଡିରୁ ପେଟି ପେଟି ମଦ ତ କେତେବେଳେ ଦେଶୀ ମଦ ପାଉଚ । ଲୋକଙ୍କ ଡିମାଣ୍ଡ ଦେଖି ଚଢା ଦରରେ ବିକୁଛନ୍ତି ମଦ । ଯେଉଥିପାଇଁ ଚାହିଦା ଦେଖି ଫାଇଦା ପାଇଁ ଵଜାରକୁ ନକଲି ମଦ ଆସିପାରେ ।

ଅନ୍ୟପଟେ ଗଳାବାଟ ଦେଇ ପଡୋଶୀ ଜିଲ୍ଲାରୁ ରାଜଧାନୀକୁ ମଦ ଆସୁଛି । ମଦ ମାଫିଆ ଭିନ୍ନ ଭିନ୍ନ ତରିକାରେ ମଦ ବେପାର କରୁଛନ୍ତି । ହେଲେ ଗୁଇନ୍ଦା ତଥ୍ୟ ଆଧାରରେ ନଜର ରଖାଯାଇଥିବା କହିଛନ୍ତି ପୋଲିସ କମିଶନର । ନିୟମିତ ବ୍ୟବଧାନରେ ଚୋରାମଦ କାରବାର ଉପରେ ନଜର ରଖି ଚଢ଼ାଉ ସହ ଚେକିଂ ଓ ବ୍ଲକିଂ ଜରିଆରେ ମଦବ୍ୟବସାୟୀଙ୍କୁ ଗିରଫ କରୁଛି । ସୂଚନାଥାଉକି ସୁପ୍ରିମକୋର୍ଟ ରାୟ ପରେ ମଦ ଦୋକାନ ଖୋଲିବା ନେଇ ନିଷ୍ପତି ନେବେ ସରକାର । ଏପରି ସ୍ଥିତିରେ ଚୋରାମଦ ବଢିବ ନା କମିବ ତା ଉପରେ ନଜର ରହିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.