ETV Bharat / city

ଖାଉଟିଙ୍କ ଚିନ୍ତା ଥିଲେ, ତୈଳରେ GST ଲାଗୁ କରନ୍ତୁ ରାଜ୍ୟ ସରକାର: ପ୍ରଦୀପ ପୁରୋହିତ - gst meeting

ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ନହେବା ଘଟଣା ଜିଏସଟି ପରିଷଦ ବୈଠକରେ ଖାରଜ ହୋଇଯାଇଛି । ରାଜ୍ୟ ସରକାର ମାନେ ଚାହିଁଲେନି । GST ପରିଷଦର ସଦସ୍ୟ ଥିବା ରାଜ୍ୟ ଗୁଡିକ ଏହାକୁ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଖାଉଟିଙ୍କ ପାଇଁ ଯଦି ରାଜ୍ୟ ସରକାର ଚିନ୍ତିତ ତେବେ GST ଲାଗୁ କରନ୍ତି: ପ୍ରଦୀପ ପୁରୋହିତ

author img

By

Published : Sep 18, 2021, 9:17 PM IST

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଜିଏସଟି ଅନ୍ତର୍ଭୁକ୍ତ ନହେବା ଘଟଣା ଶୁକ୍ରବାର ଜିଏସଟି ପରିଷଦ ବୈଠକରେ ଖାରଜ ହୋଇଯାଇଛି । ରାଜ୍ୟ ସରକାର ମାନେ ଚାହିଁଲେନି । GST ପରିଷଦର ସଦସ୍ୟ ଥିବା ରାଜ୍ୟ ଗୁଡିକ ଏହାକୁ ବିରୋଧ କରିଛନ୍ତି । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଛି, ଖାଉଟି ମାନଙ୍କ ଭିତରେ ଅସନ୍ତୋଷ ଅଛି ଏହା ସ୍ୱୀକାର କରିବାକୁ ହେବ । କେନ୍ଦ୍ର ସରକାର ଗୋଟେ ପ୍ରସ୍ତାବ ଆଣିଥିଲେ ଯଦି GSTକୁ ସବୁ ରାଜ୍ୟ ସମର୍ଥନ କରିବେ ତାହେଲେ ଦରବୃଦ୍ଧି କମ୍ ହେବ ।

ଖାଉଟିଙ୍କ ପାଇଁ ଯଦି ରାଜ୍ୟ ସରକାର ଚିନ୍ତିତ ତେବେ GST ଲାଗୁ କରନ୍ତି: ପ୍ରଦୀପ ପୁରୋହିତ

GST କାଉନସିଲରେ ସାମିଲ ନହେବାରୁ ୨ ଟା ଟ୍ୟାକ୍ସ ହେଉଛି । ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ ଗୋଟେ ଟ୍ୟାକ୍ସ ଆଦାୟ କରୁଛନ୍ତି। ରାଜ୍ୟ ସରକାର ସବୁଠାରୁ ଅଧିକ ରାଜସ୍ୱ ପାଉଛି ପେଟ୍ରୋଲ ଓ ଡିଜେଲରୁ ସେ କାହିଁକି ଏହାକୁ ହାତଛଡା କରିବ । ଛତିଶଗଡ ଓ ପଶ୍ଚିମବଙ୍ଗରେ ପେଟ୍ରୋଲ ଓ ଡିଜେଲ ଦର କମ୍ ଅଛି ।

କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ ହେଲେ ରାଜ୍ୟ ସରକାର କାହିଁକି ରାଜି ହେଉନାହିଁ । ଯଦି ପ୍ରକୃତରେ ରାଜ୍ୟ ସରକାରଙ୍କର ଆନ୍ତରିକତା ଅଛି ଖାଉଟି ମାନଙ୍କ ପାଇଁ ତେବେ GST ଲାଗୁ କରନ୍ତୁ ବୋଲି ବିଜେପି କିଷାନ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.