ETV Bharat / city

ରାଜ୍ୟରେ ଉଦ୍‌ବେଗଜନକ ନୁହେଁ କଲେରା ସ୍ଥିତି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ରାଜ୍ୟରେ ସ୍ଥିର ଅଛି କଲେରା ସ୍ଥିତି

ବର୍ତ୍ତମାନ ରାଜ୍ୟରେ କଲୋରା ସ୍ଥିତି ସ୍ଥିର ଅଛି । ସ୍ଥିତି ଉଦ୍‌ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ରାଜ୍ୟରେ ସ୍ଥିର ଅଛି କଲେରା ସ୍ଥିତି
ରାଜ୍ୟରେ ସ୍ଥିର ଅଛି କଲେରା ସ୍ଥିତି
author img

By

Published : Jul 29, 2022, 2:38 PM IST

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ଉଗ୍ର ରୂପ ନେଇଛି । ତେବେ ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । କଲେରା ସ୍ଥିତିକୁ ନେଇ ନେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, "ବର୍ତ୍ତମାନ ଝାଡ଼ାବାନ୍ତି ସ୍ଥିତି ରାଜ୍ୟରେ ସ୍ଥିର ଅଛି । 6ଟି ଜିଲ୍ଲାରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମୁଦାୟ 382 ଜଣ ଆକ୍ରାନ୍ତ ହୋଇଛନ୍ତି । 13 ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ସ୍ଥିର ଅଛି କଲେରା ସ୍ଥିତି
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସ୍ଥିତି ଉଦ୍‌ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ । ପାଣି ପିଇବା ସମୟରେ ଫୁଟାଇ ପିଅନ୍ତୁ । ସ୍ୱାସ୍ଥ୍ୟ ବିଭାଗର ମନିଟରିଂ ଟିମ୍‌ ଲଗାତାର ସେଠାରେ ଉପସ୍ଥିତ ରହି ସମସ୍ତ ସ୍ଥିତି ଉପରେ ନଜର ରଖିଛନ୍ତି । ଏଭଳି ଜଳ ଉତ୍ସ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି ।"

ରାଜ୍ୟରେ ସମୁଦାୟ 382 ଜଣ ଆକ୍ରାନ୍ତ ହୋଇଥିବାବେଳେ 13 ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲାରୁ 9 ଜଣ, ଗଜପତିରୁ 1, ନବରଙ୍ଗପୁର 1, ନୂଆପଡ଼ା 1, କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରୁ ଜଣଙ୍କର ମୃତ୍ୟୁ ହୋଇଛି । ସବୁ ସ୍ଥାନରେ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପିଇବା ପାଣିକୁ ବିଶୋଧନ କରି ପିଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି । ଲୋକମାନେ ଖୋଲାରେ ଥିବା ଜଳ ଉତ୍ସକୁ ବ୍ୟବହାର କରନ୍ତୁ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.