ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ସାପ୍ତାହିକ ଦୁଇ ଦିନିଆ ସଟ ଡାଉନ। ସଟ ଡାଉନ କଟକଣା ନିୟମରେ ସରକାର ସାମାନ୍ୟ କୋହଳ କରିଛନ୍ତି ସରକାର । କଣ ଖୋଲା ରହିବ ସେନେଇ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। କୋରୋନା ପାଇଁ ରାଜ୍ୟର 11ଟି ଜିଲ୍ଲାରେ ଜୁନ ମାସର ପ୍ରତି ଶନିବାର ଓ ରବିବାରକୁ ସଟ ଟାଉନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର ।
ସଟ ଟାଉନ ସମୟରେ ମେଡିକାଲ କିମ୍ବା ଜରୁରୀ ସେବାରେ ବାହାରକୁ ଯାଇପାରିବେ ।
ଏଟିଏମ ଖୋଲା ରହିବ ଏବଂ ଆରବିଆଇ ଭଳି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ଅନୁଷ୍ଠାନ ଗୁଡିକରେ କାର୍ଯ୍ୟ ସ୍ବଭାବିକ ରହିବ ।
ବିମାନ ସେବା ଅବ୍ୟାହତ ରହିବ । ରେଳଷ୍ଟେସନ, ବସ ଟର୍ମିନାଲ ଓ ଏହା ସହିତ ଜଡିତ କାର୍ଯ୍ୟାଳୟଗୁଡିକ ଖୋଲା ରହିବ ।
ଜମୋଟୋ, ସ୍ବିଗି ଭଳି ଅନଲାଇନ ଫୁଡ ଡେଲିଭର ମଧ୍ୟ ହୋଇପାରିବ ।
ସେହିପରି ପେପର ହକରମାନେ ସକାଳ 5ଟାରୁ 8 ଯାଏଁ କାମ କରିପାରିବେ ।
ଏହା ସହ ଏଲପିଜି ବିତରଣ ମଧ୍ୟ ଜାରି ରହିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ