ETV Bharat / city

Panchayat Polls: ପ୍ରଥମ ପର୍ଯ୍ୟାୟ ମତଦାନ, ଗାଁ ନେତା ବାଛିବେ ମତଦାତା

author img

By

Published : Feb 16, 2022, 6:56 AM IST

ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ମତସାବ୍ୟସ୍ତ କରିବେ ମତଦାତା । ୧୬୬୯ ପଞ୍ଚାୟତ ଏବଂ ୨୨,୩୭୯ ୱାର୍ଡ ଲାଗି ପଡିବ ଭୋଟ୍ । ଅଧିକ ପଢନ୍ତୁ

Panchayat Polls: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ପଞ୍ଚାୟତ ମୁଖିଆ ବାଛିବେ ପଞ୍ଚାୟତବାସୀ । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରିବେ ମତଦାତା । ଆଜି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ହେବ । ମୋଟ ୬୭ ଲକ୍ଷ ୫୧ ହଜାର ମତଦାତା ମତସାବ୍ୟସ୍ତ କରିବେ । ୨୨, ୩୭୯ଟି ବୁଥରେ ଭୋଟିଂ କରାଯିବ । ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ହୋଇଛି ।

ଗତକାଲି(ମଙ୍ଗଳବାର) ରାତି ସୁଦ୍ଧା ବୁଥ୍‌ଗୁଡିକରେ ପୋଲିଂ ପାର୍ଟିମାନେ ପହଞ୍ଚି ସାରିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ୨୨୫ ପ୍ଲାଟୁନ ଫୋର୍ସ ଏବଂ ୩୭,୨୪୫ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ମୋଟ ୨କୋଟି ୭୯ ଲକ୍ଷରୁ ଅଧିକ ଭୋଟର ଭୋଟ୍ ଦେବେ । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମୋଟ ୭୨୬ ପ୍ରାର୍ଥୀ ଦୌଡରେ ଅଛନ୍ତି ।

ମତଦାତା ଭୋଟ୍ ପରିଚୟ ପତ୍ର ଦେଖାଇ ମତସାବ୍ୟସ୍ତ କରିପାରିବେ । ଯଦି କୌଣସି ଲୋକ ପାଖରେ ଭୋଟ ପରିଚୟ ପତ୍ର ନଥାଏ ତେବେ ସେ ପାନ କାର୍ଡ, ଆଧାର କାର୍ଡ, ପାସପୋର୍ଟ, ନରେଗା କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ଭୋଟ୍ ଦେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.