ETV Bharat / city

ସଞ୍ଜ ନଇଁଲେ ଫେବୃଆରୀରୁ ଦୁଲୁକିବ ଏକାମ୍ର ହାଟ - ମତୁଆଲା କରିବ ଏକାମ୍ର ହାଟ

ଫେବୃଆରୀ ପହିଲାରୁ ଆରମ୍ଭ ହେବ ଏକାମ୍ର ହାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗିତାରେ ପ୍ରତି ସନ୍ଧ୍ୟାରେ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି ।

pogramme-in-ekamra-hata
pogramme-in-ekamra-hata
author img

By

Published : Jan 16, 2020, 11:47 PM IST

ଭୁବନେଶ୍ବର: ଏଣିକି ଭୁବନେଶ୍ବର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଫେବୃଆରୀ ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗିତାରେ ଏପରି କାର୍ଯ୍ୟକ୍ରମ ପ୍ରତି ସନ୍ଧ୍ୟାରେ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି । ଆଜି ଅପରାହ୍ନରେ ଲୋକସେବା ଭବନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

pogramme-in-ekamra-hata
ଫେବୃଆରୀରୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନ ବିକାଶ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସଂପଦର ସୁଦୂରପ୍ରସାରୀ ପ୍ରଚାର, ପ୍ରଦର୍ଶନ ତଥା ପ୍ରସାରକୁ ଦୃଷ୍ଟିରେ ରଖି ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ
ନିୟମିତ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ଷାଦିନ ବ୍ୟତୀତ ବର୍ଷର ୮ ମାସ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ସାଂସ୍କୃତିକ ଦଳ ଲୋକପ୍ରିୟ ବିବିଧ ପ୍ରକାରର କଳା-ଶୈଳୀ ସମ୍ବଳିତ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଫଳରେ ସାଂସ୍କୃତିକ ଦଳ ଗୁଡ଼ିକ ଉପକୃତ ହେବା ସହିତ ବିଭିନ୍ନ ଲୋକଶିଳ୍ପୀ ମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବିଶାଳ ଦେବ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:
ଏଣିକି ଭୁବନେଶ୍ୱର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
ଫେବୃଆରୀ ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ
ସହଯୋଗିତାରେ ଏପରି କାର୍ଯ୍ୟକ୍ରମ ପ୍ରତିସନ୍ଧ୍ୟାରେ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି ।
ଆଜି ଅପରାହ@ରେ ଲୋକସେବା ଭବନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ
ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ନିଷ୍ପତ୍ତି
ଗ୍ରହଣ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନ ବିକାଶ ସାଙ୍ଗକୁ ଓଡ଼ିଶାର ବିଭିନ୍ନ
ସାଂସ୍କୃତିକ ସଂପଦର ସୁଦୂରପ୍ରସାରୀ ପ୍ରଚାର, ପ୍ରଦର୍ଶନ ତଥା ପ୍ରସାରକୁ ଦୃଷ୍ଟିରେ ରଖି ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ
ନିୟମିତ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ଷାଦିନ ବ୍ୟତୀତ ବର୍ଷର ୮ ମାସ ଏପରି
କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ସାଂସ୍କୃତିକ ଦଳ ଲୋକପି୍ରୟ ବିବିଧ ପ୍ରକାରର
କଳା-ଶୈଳୀ ସମ୍ବଳିତ କାର୍ଯ୍ୟକ୍ରମ ପରିବେଷଣ କରିବେ । ଫଳରେ ସାଂସ୍କୃତିକ ଦଳଗୁଡ଼ିକ ଉପକୃତ ହେବା ସହିତ
ବିଭିନ୍ନ ଲୋକଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି ।
ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ
ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ ଦେବ, ଭାଷା,
ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ
ଉପସ୍ଥିତ ଥିଲେ ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.