ETV Bharat / city

28ରୁ ଖୋଲିବ ପ୍ରାଥମିକ ସ୍କୁଲ, ଆଜି ବସୁଛି ଗଣଶିକ୍ଷା ବିଭାଗର ବୈଠକ

author img

By

Published : Feb 25, 2022, 8:38 AM IST

ଗଣଶିକ୍ଷା ବିଭାଗର ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସ୍କୁଲ ଖୋଲିବା ଓ ପରୀକ୍ଷା ସମ୍ପର୍କରେ ସମୀକ୍ଷା କରିବେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

୨୮ରୁ  ଖୋଲିବ ପ୍ରାଥମିକ ବିଦ୍ୟାଳୟ,  ଆଜି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆସନ୍ତା ସୋମବାରଠାରୁ ରାଜ୍ୟର ପ୍ରାଥମିକ ସ୍କୁଲ ତଥା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲରେ ପାଠପଢ଼ା ଆରମ୍ଭ ହେବ । ଏହା ପୂର୍ବରୁ ଆଜି ଗଣଶିକ୍ଷା ବିଭାଗର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍କୁଲ ଖୋଲିବା ଓ ପିଲାଙ୍କ ପରୀକ୍ଷା ସମ୍ପର୍କିତ ସ୍ଥିତିର ସମୀକ୍ଷା କରିବେ ଗଣଶିକ୍ଷା ମନ୍ତ୍ରୀ । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ସହିତ ଶିକ୍ଷାନୁଷ୍ଠାନରେ ପିଲାଙ୍କ ସୁରକ୍ଷା, ଦୁଇ ବର୍ଷ ହେଲା ଆଦୌ ଶିକ୍ଷାନୁଷ୍ଠାନ ଯାଇନଥିବା ପିଲାଙ୍କୁ ଉପଯୁକ୍ତ ଶିକ୍ଷା ସମ୍ପର୍କରେ ଆଲୋଚନା ହେବ।

ସେହିପରି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସମ୍ପର୍କରେ ବିଏସଇ ଓ ସିଏଚଏସଇ ସହିତ ମଧ୍ୟ ମନ୍ତ୍ରୀ ଆଲୋଚନା କରିବେ। ତେବେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଭୟ ମାଧ୍ୟମିକ ବୋର୍ଡ଼ ଏବଂ ପରିଷଦ କର୍ତ୍ତୃପକ୍ଷଙ୍କୁ ଷ୍ଟେକ୍‌ହୋଲ୍ଡରଙ୍କ ସହିତ ବିଚାରବିମର୍ଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.