ETV Bharat / state

ଶିମିଳିପାଳରେ କେଉଁଠି ରହିବ ଜୀନତ, ଅପଡେଟ ଦେଲେ ମନ୍ତ୍ରୀ - TIGRESS ZEENAT UPDATE

ଶିମିଳିପାଳର କେଉଁ ସ୍ଥାନରେ ଛଡାଯିବ ଜୀନତକୁ । ନିଆଯିବ ନିଷ୍ପତ୍ତି । ବାଘୁଣୀ ଜୀନତକୁ ନେଇ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Tigress Zeenat
Tigress Zeenat (ETV Bharat Odisha)
author img

By ETV Bharat Odisha Team

Published : Jan 2, 2025, 6:04 PM IST

ଭୁବନେଶ୍ବର: ଶିମିଳିପାଳ ଫେରିବା ପରେ ସଫ୍ଟ ଏନକ୍ଲୋଜରେ ବୁଲୁଛି ମରାଠା ବାଘୁଣୀ ଜୀନତ । ତାକୁ ଯମୁନା ରହୁଥିବା ଏନକ୍ଲୋଜର ଭିତରେ ଛଡାଯାଇଛି । ଏବେ କିପରି ରହିଛି ତାହା ସ୍ବାସ୍ଥ୍ୟଅବସ୍ଥା । ଆଗକୁ ଜୀନତକୁ ନେଇ କଣ ନିଷ୍ପତ୍ତି ନେବେ ସରକାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଗଣେଶ ରାମ ସିଂ ଖୁଣ୍ଟିଆ ।

କେଉଁଠି ଛଡାଯିବ ଜୀନତକୁ ନିଆଯିବ ନିଷ୍ପତ୍ତି:

ଜୀନତର ସ୍ୱାସ୍ଥ୍ୟବସ୍ଥା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି, ‘ଜୀନତର ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି । ଓଡ଼ିଶା ଆସିବା ପରେ ବର୍ତ୍ତମାନ ଏନକ୍ଲୋଜର ରହିଛି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହେଉଛି । ପରବର୍ତ୍ତୀ ମୁହୂର୍ତ୍ତରେ ଦକ୍ଷିଣ କିମ୍ବା ଉତ୍ତର ପାର୍ଶ୍ଵରେ ଛଡାଯିବ ନିଷ୍ପତ୍ତି ହେବ । ଦକ୍ଷିଣରେ ପରିବେଶ ଅନୁକୂଳ ଥିବା ବେଳେ ଯମୁନା ବର୍ତ୍ତମାନ ଦକ୍ଷିଣରେ ରହିଛି । ଜୀନତକୁ ବି ଦକ୍ଷିଣରେ ଛଡ଼ାଯାଇପାରେ। ଏ ସଂକ୍ରାନ୍ତରେ ପିସିସିଏଫ ଓ ସରକାରୀ ସ୍ତରରେ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଜଣାଯିବା ପରେ ନିଷ୍ପତ୍ତି ହେବ । ବର୍ତ୍ତମାନ ଜିନତ ସବୁ ପ୍ରକାର କାର୍ଯ୍ୟ କରୁଛି, ଖାଇବା ସହ ଜଳକ୍ରୀଡା ମଧ୍ୟ କରୁଛି ।’

ଅପଡେଟ ଦେଲେ ମନ୍ତ୍ରୀ (ETV Bharat Odisha)

ଦୀର୍ଘ ୨୧ ଦିନ ଧରି ବନ ବିଭାଗକୁ ନାକେଦମ୍ କରିଥିଲା ଜୀନତ:

ବାଘୁଣୀ ଜୀନତ ଓଡ଼ିଶା ଛାଡି ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ସୀମାକୁ ପକାଇଥିଲା । ଯାହା ୩ରାଜ୍ୟର ବନ ବିଭାଗର ମିଳିତ ଉଦ୍ୟମରେ ବାଘୁଣୀକୁ ଟ୍ରାକ କରିବାକୁ ଉଦ୍ୟମ କରାଯାଇଥିଲା । ଯାହା ଜଙ୍ଗଲ ମଧ୍ୟରେ GPS ନେଟୱର୍କ ସବୁ ସ୍ଥାନରେ ନଥିବା କାରଣରୁ ଦୀର୍ଘ ସମୟ ଲାଗିଥିଲା । ତେବେ ଶେଷରେ ବାଘୁଣୀ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ବର୍ତ୍ତମାନ ବାଘୁଣୀ ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିଥିବା ବେଳେ ବିଭିନ୍ନ ପ୍ରକାରର ଆକ୍ଟଭିଟି କରୁଛି ମଧ୍ୟ ।

ଏହା ମଧ୍ୟ ପଢନ୍ତୁ:

ଶିମିଳିପାଳ ଫେରିଲା ଜୀନତ, ଯମୁନା ଏନକ୍ଲୋଜର ଏବେ ନୂଆ ଠିକଣା

ଶିମିଳିପାଳ ଫେରିବ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ ସହ ସରିଲା ଅପରେସନ

ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ଯମୁନା ପରେ ଜୀନତ୍, ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ଆଉ ଏକ ବାଘୁଣୀ

ଶିମିଳିପାଳ ଆସିଥିଲା ପ୍ରଥମ ବାଘୁଣୀ ଯମୁନା:

ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ଚଳିତ ବର୍ଷ ପ୍ରଥମ ନୂଆ ଅତିଥି ବାଘୁଣୀ ଯମୁନା । ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ହେଲେ କିଛି ଦିନ ତଳେ ଶିମିଳିପାଳ ଛାଡି ଶିମିଳିପାଳ ଅଭୟାରଣ୍ୟ ପାଖ କୁଲଡିହା ଜଙ୍ଗଲରେ ରହିଛି ଯମୁନା । ସେଠାରେ ବନ ବିଭାଗ ବାଘୁଣୀକୁ ଟ୍ରାକ କରୁଛନ୍ତି ।

ଦ୍ଵିତୀୟ ବାଘୁଣୀ ଜୀନତ:

ଶିମିଳିପାଳ ଅଭୟାରଣ୍ୟକୁ ଦ୍ଵିତୀୟ ନୂଆ ଅତିଥି ହେଉଛି ବାଘୁଣୀ ଜୀନତ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଦ୍ୱିତୀୟ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ ଜୀନତ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ତେବେ ଏହି ବାଘୁଣୀ ଶିମିଳିପାଳରେ ବାରହା ଶିକାର ମଧ୍ୟ କରିଥିଲା । ହେଲେ କିଛି ଦିନ ପୂର୍ବରୁ ବାଘୁଣୀ ଜୀନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା । ଯାହା ଝାଡ଼ଖଣ୍ଡର ଏକ ଜଙ୍ଗଲରେ ବାଘୁଣୀ ଜୀନତକୁ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ବାଘୁଣୀ ପଶ୍ଚିମବଙ୍ଗର ଏକ ଜଙ୍ଗଲରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.