ETV Bharat / state

ଖସୁଛି ପାରଦ, ସପ୍ତାହେ ଯାଏଁ ଥରିବ ଓଡ଼ିଶା - IMD WEATHER REPORT

କୌଣସି ସିଷ୍ଟମର ପ୍ରଭାବ ନଥିବାରୁ ଆକାଶ ନିର୍ମଳ । ସପ୍ତାହେ ଧରି ଥରିବ ଓଡିଶା । ଉପକୂଳ ଠାରୁ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ।

ଖସୁଛି ପାରଦ, ବଢୁଛି ଶୀତ, ସପ୍ତାହେ ଯାଏଁ ପାଗରେ ହେବନି ପରିବର୍ତ୍ତନ
ଖସୁଛି ପାରଦ, ବଢୁଛି ଶୀତ, ସପ୍ତାହେ ଯାଏଁ ପାଗରେ ହେବନି ପରିବର୍ତ୍ତନ (ETV Bharat Odisha)
author img

By ETV Bharat Odisha Team

Published : Jan 2, 2025, 6:03 PM IST

ଭୁବନେଶ୍ବର: କୌଣସି ବାୟୁମଣ୍ଡଳୀୟ ସିଷ୍ଟମର ପ୍ରଭାବ ନଥିବାରୁ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବା ସହ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବ । ଫଳରେ ସାରା ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

  • ଘନକୁହୁଡି ପାଇଁ ଏହି ସବୁ ଜିଲ୍ଲାକୁ ଆଲର୍ଟ

ସେହିପରି କେତେକ ସ୍ଥାନରେ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଅନୁଗୋଳ, କନ୍ଧମାଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ସେହିପରି ୪ ତାରିଖରେ ମଧ୍ୟ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଖସୁଛି ପାରଦ, ବଢୁଛି ଶୀତ, ସପ୍ତାହେ ଯାଏଁ ପାଗରେ ହେବନି ପରିବର୍ତ୍ତନ (ETV Bharat Odisha)
  • ନାହିଁ ବାୟୁମଣ୍ଡଳୀୟ ସିଷ୍ଟମର ପ୍ରଭାବ:-

ସେପଟେ ଆସନ୍ତା ୬ ତାରିଖ ଯାଏଁ ରାଜ୍ୟ ପାଇଁ କୌଣସି ବାୟୁମଣ୍ଡଳୀୟ ସିଷ୍ଟମର ପ୍ରଭାବ ନାହିଁ । ତେଣୁ ମୁଖ୍ୟତଃ ପାଗ ଶୁଖିଲା ରହିବା ସହ ଶୀତ ଅନୁଭୂତ ହେବ । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାକୁ ଥିବା ବେଳେ ଏହାର ସର୍ବାଧିକ ପ୍ରଭାବ ଆଭ୍ୟନ୍ତରୀଣ ଓଡିଶାରେ ରହିବ । ଏହି ଜିଲ୍ଲାଗୁଡିକରେ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ତଳେ ରହିବ । ଉତ୍ତର-ଉତ୍ତର ଉପକୁଳରୁ ବାୟୁ ପ୍ରବାହିତ ହେଉଛି । ତେଣୁ ଉପକୂଳରେ ମଧ୍ୟ ଶୀତର ପ୍ରକୋପ ଦେଖାଦେବ ।

ଖସୁଛି ପାରଦ, ବଢୁଛି ଶୀତ, ସପ୍ତାହେ ଯାଏଁ ପାଗରେ ହେବନି ପରିବର୍ତ୍ତନ
ଖସୁଛି ପାରଦ, ବଢୁଛି ଶୀତ, ସପ୍ତାହେ ଯାଏଁ ପାଗରେ ହେବନି ପରିବର୍ତ୍ତନ (ETV Bharat Odisha)
  • ରାଉରକେଲା ସବୁଠୁ ଥଣ୍ଡା ସହର:-

ଅନ୍ୟପଟେ ଗତ ୨୪ ଘଣ୍ଟାରେ ସହରାଞ୍ଚଳ ବର୍ଗରେ ରାଉରକେଲାରେ ସର୍ବନିମ୍ନ 7 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳରେ ଜି.ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ ସେଲସିୟସ ରହିଛି ପାରଦ । ରାଜଧାନୀ ଭୁବନେଶ୍ଵରରେ ୧୩.୨ ଡିଗ୍ରୀ ଓ କଟକରେ ୧୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ଦକ୍ଷିଣ-ଓଡିଶାର ସିମିଳିଗୁଡାରେ ୬.୬, ଝାରସୁଗୁଡ଼ା ୮.୦ ଓ ଚିପିଲିମା ୮.୮ ଡିଗ୍ରୀ ସେଲସିୟସ୍‌ ରହିଛି ପାରଦ ।

ଏହା ମଧ୍ୟ ପଢନ୍ତୁ:-

ନୂଆବର୍ଷରେ ଶୁଖିଲା ପାଗ, ପ୍ରବଳ ଶୀତ

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.