ETV Bharat / city

ଜୁଲାଇ 20ରୁ ଗୁଣୁପୁରକୁ ଗଡ଼ିବ କଟକ-ପଲାସା-କଟକ ପାସେଞ୍ଜର ଟ୍ରେନ

author img

By

Published : Jul 16, 2022, 1:31 PM IST

କଟକ-ପଲାସା-କଟକ ପାସେଞ୍ଜର ଟ୍ରେନ ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । 20 ଜୁଲାଇ ଠାରୁ ଟ୍ରେନଟି ଗୁଣୁପୁର ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

cuttack palasa cuttack express will be start
ଜୁଲାଇ 20ରୁ ଗୁଣୁପୁରକୁ ଗଡ଼ିବ କଟକ-ପଲାସା-କଟକ ଏକ୍ସପ୍ରେସ

ଭୁବନେଶ୍ବର: କଟକ-ପଲାସା-କଟକ ପାସେଞ୍ଜର ଟ୍ରେନ ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । 20 ଜୁଲାଇ ଠାରୁ ଟ୍ରେନଟି ଗୁଣୁପୁର ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । 18443/18444 କଟକ-ପଲାସା-କଟକ ପାସେଞ୍ଜର ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ ।

18443 କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ 20 ଜୁଲାଇରେ ଗୁଣୁପୁରକୁ ଯାତ୍ରା କରିବ । ପଲାସାରେ ପହଞ୍ଚିବା ପରେ ସେଠାରୁ ରାତି ୧୦ଟା 25ରେ ଛାଡି ଗୁଣୁପୁରରେ ରାତି ୧ଟା 45ରେ ପହଞ୍ଚିବ । ଫେରିବା ମାର୍ଗରେ 18444 ଗୁଣୁପୁର-କଟକ ପାସେଞ୍ଜର ଟ୍ରେନ 21 ଜୁଲାଇରୁ ଗୁଣୁପୁରଠାରୁ ରାତି ୨ଟା 45ରେ ଛାଡି ପଲାସା ଠାରେ ଭୋର ୫ଟା ୫୫ରେ ପହଞ୍ଚିବ । ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି, ସୀତାପୁରାମ, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗି ଠାରେ ରହଣୀ କରିବ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.