ETV Bharat / city

ବାତ୍ୟା ୟାସ୍‌: ବାଲେଶ୍ବର-ଭଦ୍ରକ ଗସ୍ତରେ ଜଶୱନ୍ତ ଜେଠୱା - Crime branch ADG

ବାତ୍ୟା ୟାସ୍‌: ବାଲେଶ୍ବର-ଭଦ୍ରକ ଗସ୍ତରେ ଜଶୱନ୍ତ ଜେଠୱା

author img

By

Published : May 24, 2021, 8:26 AM IST

Updated : May 24, 2021, 11:00 AM IST

08:18 May 24

ବାତ୍ୟା ୟାସ୍‌: ବାଲେଶ୍ବର-ଭଦ୍ରକ ଗସ୍ତରେ ଜଶୱନ୍ତ ଜେଠୱା

ବାତ୍ୟା ୟାସ୍‌: ବାଲେଶ୍ବର-ଭଦ୍ରକ ଗସ୍ତରେ ଜଶୱନ୍ତ ଜେଠୱା
ବାତ୍ୟା ୟାସ୍‌: ବାଲେଶ୍ବର-ଭଦ୍ରକ ଗସ୍ତରେ ଜଶୱନ୍ତ ଜେଠୱା

ଭୁବନେଶ୍ବର: ଆଜି(ସୋମବାର) ବାଲେଶ୍ବର ଓ ଭଦ୍ରକ ଗସ୍ତରେ କ୍ରାଇମବ୍ରାଞ୍ଚ ଏଡି଼ଜି ଜଶୱନ୍ତ ଜେଠୱା । ବାତ୍ୟା ୟାସ୍‌ର ମୁକାବିଲା ନେଇ କରିବେ ସମୀକ୍ଷା । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ 55 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏଯାବତ ସେଠାରେ ଓଡ୍ରାଫର 60ଟି ଟିମ ପ୍ରସ୍ତୁତ ରହିଥିବା ସୂଚନା ।

ଭୀଷଣ ରୂପରେ ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ୟାସ୍‌ । ସୋମବାର ଏହା ସାମୁଦ୍ରିକ ଝଡରେ ପରିଣତ ହୋଇସାରିଥିବା ବେଳେ ଆସନ୍ତା 26 ତାରିଖରେ ସ୍ଥଳଭାଗ ଛୁଇଁବ । ତେବେ ଜଗତସିଂହପୁର ପାରାଦ୍ବୀପ କିମ୍ବା ପଶ୍ଚିମବଙ୍ଗର ସାଗରଦ୍ବୀପରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳକୁ ପବନର ଘଣ୍ଟା ପ୍ରତି ବେଗ 165 କିଲୋମିଟର ହୋଇପାରେ ବୋଲି ଆକଳନ କରାଯାଇଛି । ସର୍ବାଧିକ ପବନର ବେଗ 185 କିଲୋମିଟର ରହିବ ।

ଏଥିଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଉପକୂଳବାସୀଙ୍କୁ ସତର୍କ କରାଯାଇଛି । ତେବେ ବାତ୍ୟାର ପ୍ରଭାବ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପଡିବାକୁ ଥିବା ବେଳେ କ୍ରାଇମବ୍ରାଞ୍ଚ ଏଡ଼ିଜି 2 ଜିଲ୍ଲାକୁ ଗସ୍ତ କରି ସେଠାରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ବୋଲି ଜଣାପଡିଛି । 

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 24, 2021, 11:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.