ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ ସର୍ବାଧିକ 2496 ଆକ୍ରାନ୍ତ ଚିହ୍ନଟ । 9 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 1591 କ୍ବାରେଣ୍ଟାଇନ ଓ 905 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।
29 ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 12, ବାଲେଶ୍ବରରୁ 165, ବରଗଡରୁ 36, ଭଦ୍ରକରୁ 102 ବଲାଙ୍ଗୀରରୁ 92, ବୌଦ୍ଧରୁ 115, କଟକରୁ 128, ଢେଙ୍କାନାଳରୁ 69, ଗଜପତିରୁ 68, ଗଞ୍ଜାମରୁ 327, ଜଗତସିଂହପୁରରୁ 14, ଯାଜପୁରରୁ 11, ଝାରସୁଗୁଡାରୁ 19, କଳାହାଣ୍ଡିରୁ 42, କନ୍ଧମାଳରୁ 98, କେନ୍ଦ୍ରାପଡାରୁ 13, କେନ୍ଦୁଝରରୁ 51, ଖୋର୍ଦ୍ଧାରୁ 378, କୋରାପୁଟରୁ 133, ମାଲକାନଗିରିରୁ 73, ମୟୂରଭଞ୍ଜରୁ 23, ନବରଙ୍ଗପୁରରୁ 11, ନୟାଗଡରୁ 4, ନୂଆପଡାରୁ 16, ପୁରୀରୁ 93, ରାୟଗଡାରୁ 146, ସମ୍ବଲପୁରରୁ 81, ସୋନପୁରରୁ 20 ଓ ସୁନ୍ଦରଗଡରୁ 156 ଜଣ ରହିଛନ୍ତି ।
ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ 4, କଟକରୁ 2, ଗଞ୍ଜାମରୁ ଜଣେ, କେନ୍ଦୁଝରରୁ ଜଣେ ଓ ନୟାଗଡରୁ ଜଣେ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 57,126ରେ ପହଞ୍ଚିଥିବାବେଳେ 39205 ଜଣ ସୁସ୍ଥ ହୋଇଛନ୍ତି । ମୃତକଙ୍କ ସଂଖ୍ୟା 333କୁ ବୃଦ୍ଧି ପାଇଛି । ସେହିପରି 17535ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ