ETV Bharat / city

ରାଜ୍ୟରେ କମିଛି ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ଓଡିଶାରେ ହ୍ରାସ ପାଉଛି କୋରୋନା ସଂକ୍ରମଣ

ରାଜ୍ୟରେ ହ୍ରାସପାଉଥିବା କୋରୋନା ସଂକ୍ରମଣ ଓ ବୃଦ୍ଧି ହେଉଥିବା କୋରୋନା ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ଏତେ ଜଲଦି କୋରୋନା ସଂକ୍ରମଣ ହ୍ରାସ ପାଇବା ନେଇ ଆଶା କରାଯାଉନଥିଲା : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଏତେ ଜଲଦି କୋରୋନା ସଂକ୍ରମଣ ହ୍ରାସ ପାଇବା ନେଇ ଆଶା କରାଯାଉନଥିଲା : ସ୍ବାସ୍ଥ୍ୟ ନିର୍ଦ୍ଦେଶକଏତେ ଜଲଦି କୋରୋନା ସଂକ୍ରମଣ ହ୍ରାସ ପାଇବା ନେଇ ଆଶା କରାଯାଉନଥିଲା : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
author img

By

Published : Feb 6, 2022, 12:52 PM IST

ଭୁବନେଶ୍ବର: ରାଜ୍ୟରେ ହ୍ରାସପାଇଥିବା କୋରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦୈନିକ ଟେଷ୍ଟିଂ ୬୦ ରୁ ୬୨ ହଜାର ରହୁଛି । କିନ୍ତୁ ଏତେ ଜଲଦି ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉନଥିଲା । କିନ୍ତୁ ବର୍ତ୍ତମାନ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ। ଯେଉଁଭଳି ଭାବେ ସଂକ୍ରମଣ କମୁଛି ପୂର୍ବ ଅବସ୍ଥାକୁ ଫେରିବା । ସଂକ୍ରମଣ ସମ୍ପୂର୍ଣ୍ଣ କମିଲା ବୋଲି କହି ପାରିବା । କିନ୍ତୁ କୌଣସି ମହାମାରୀ ଶେଷ ହୁଏନି। ଏହା ଧୀରେ ଧୀରେ ଏଣ୍ଡେମିକ ହୁଏ। ବର୍ତ୍ତମାନ ଆମେ ଭଲ ସ୍ଥିତିରେ ଅଛୁ। ଭଲ ସ୍ଥିତିକୁ ବି ଫେରୁଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେହିପରି କୋଭିଡ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡ ପିକ ସମୟରେ ଅଧିକ ହସ୍ପିଟାଲାଇଜେସନ ହୋଇଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ବଢୁଛି। ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ସମ୍ଭାବନା ରହୁଛି। ସେହିପରି ICUରେ ଥିବା ରୋଗୀଙ୍କ ମଧ୍ୟରୁ ୨୦-୩୦ ପ୍ରତିଶ୍ରତ ରୋଗୀଙ୍କ ଅବସ୍ଥା ଖରାପ ଅବସ୍ଥାକୁ ଯାଇଥାଏ । ଏହା ସହ ଅନ୍ୟ ଦୁରାରୋଗ୍ୟରେ ପୀଡିତ ଯୋଗୁଁ ବି ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି।

ଅନ୍ୟ ରୋଗରେ ପୀଡିତ ଥାଇ ବି ପଜିଟିଭ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ ମୃତ୍ୟୁ ବୋଲି ଗଣାଯାଉଛି । ବର୍ତ୍ତମାନ ସାଧାରଣ ବେଡ଼ରେ ୫୩୨ ଜଣ ,ICU ରେ ୪୭୩ ଜଣ ଓ ୮୫ ଜଣ ଭେଣ୍ଟିଲେଟର ରେ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.