ଭୁବନେଶ୍ବର: କଳାହାଣ୍ଡି ମହାଳିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି । ଏଭଳି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ନ୍ୟାୟିକ ତଦନ୍ତ ଦାବି କରି ରାଜାରାସ୍ତାରେ ବିରୋଧୀ । ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପଛରେ ମୁଖ୍ୟମନ୍ତ୍ରୀ ନବୀନ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।
ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଓ କରାଯିବ । ଯୁବ କଂଗ୍ରେସ ମଧ୍ୟ ପୋଲିସ ଡିଜି କାର୍ଯ୍ୟାଳୟ ଘେରିବ । ମୁଖ୍ୟମନ୍ତ୍ରୀ କାହିଁକି ମନ୍ତ୍ରୀଙ୍କୁ ବହିଷ୍କାର କରୁନାହାନ୍ତି ? କ'ଣ ପାଇଁ ନିଷ୍ପତ୍ତିରେ ବିଳମ୍ବ ହେଉଛି ? ପାପକୁ ମୁଣ୍ଡେଇଲେ ପାପ ଭାରି ହେବ ଏବଂ ଶେଷରେ ଲଙ୍କା ଦହନ ସ୍ଥିତି ହେବ ବୋଲି ସେ କହିଛନ୍ତି ।
ନବୀନ ବାବୁ ନିଜ ଛାଇକୁ ବି ବିଶ୍ବାସ କରିପାରୁ ନାହାଁନ୍ତି । ଆଉ କେତେ ତଥ୍ୟ ମିଳିଲେ ମନ୍ତ୍ରୀଙ୍କୁ ବହିଷ୍କାର କରିବେ ନବୀନ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ । ତେବେ ବିରୋଧୀଙ୍କ ହୋ ହଲ୍ଲା ମନ୍ତ୍ରୀଙ୍କ ବହିଷ୍କାର ଉପରେ କେତେ ପ୍ରଭାବ ପକାଉଚ୍ଛି ତାହା ସମୟ କହିବ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ