ETV Bharat / city

ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

author img

By

Published : Jul 9, 2021, 4:03 PM IST

ତୈଳଦର ବୃଦ୍ଧି ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ କଂଗ୍ରେସର ପ୍ରତିବାଦ । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ
ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଦରଦାମ ବୃଦ୍ଧି ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ବର ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିରେ ବାହାରି ଖଣ୍ଡଗିରି ଛକରୁ ବାହାରି ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରେ ଏକ ବାଇକକୁ ପୋଡାଜଳା କରିଥିଲେ । କେନ୍ଦ୍ର ସରକାରଙ୍କ ମନୋମୁଖୀ ରେଟ ବୃଦ୍ଧି ଚଳିବ ନାହିଁ, ଏହାକୁ ତୀବ୍ର ବିରୋଧ କରାଯିବ ।

ଏପରିକି ଆଗକୁ ଦରଦାମ ନ କମିଲେ ବିଜେପି ନେତା ମନ୍ତ୍ରୀଙ୍କୁ ରାଜ୍ୟରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ତୈଳଦର ଆସି 100 ଟଙ୍କା ଟପିଲାଣି, ଗାଡି ଆଉ ଚଳାଇପାରିବୁନି, ଗାଡିକୁ ମ଼ୃତଦେହ ଭାବି ନିଆଁ ଲଗାଇ ଜାଳି ଦେବାକୁ ଧମକ ଦେଇଛନ୍ତି ।

ରେଟ ନ କମିଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଯୁବ କଂଗ୍ରେସ ଧମକ ଦେଇଛି । ପୂର୍ବରୁ କଂଗ୍ରେସ ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ବୃଦ୍ଧି ପ୍ରତିବାଦରେ ଚଳିତ ମାସ ୭ ତାରିଖରୁ ୧୭ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ଡାକରା ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.