ETV Bharat / city

ଧର୍ମଶାଳା ନାବାଳିକା ଅପହରଣ ଘଟଣା; ‘ପୋଲିସ ଅଧିକାରୀଙ୍କ ଘରେ ହେଉଥିଲା ଦୁଷ୍କର୍ମ’

author img

By

Published : Jan 21, 2020, 9:24 PM IST

ଜାନୁଆରୀ 14 ତାରିଖରୁ ନାବାଳିକା ଅପହରଣ ଓ ନିର୍ଯାତନା ଘଟିଥିଲେ ସୁଦ୍ଧା ପୋଲିସ ଏକମାତ୍ର ଜଣଙ୍କୁ ଗିରଫ କରି କାହିଁକି ଚୁପ ରହିଛି । ପୁଣି ପୋଲିସ ଅଧିକାରୀଙ୍କ ଘରେ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲେ ସୁଦ୍ଧା ପ୍ରଶାସନ ଉକ୍ତ ଅଧିକାରଙ୍କୁ ଗିରଫ କରିବା ପରିବର୍ତ୍ତେ କାହିଁକି ଚୁପ ରହିଛି ତାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସରକାର ଉପରେ ବର୍ଷିଛି କଂଗ୍ରେସ ।

congrese-pressmeet
congrese-pressmeet

ଭୁବନେଶ୍ବର: ଯାଜପୁରର ଧର୍ମଶାଳା ନାବାଳିକା ଅପହରଣ ଘଟଣାରେ ପୋଲିସକୁ ଟାର୍ଗେଟ କରିଛି କଂଗ୍ରେସ। ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ନାରୀ ସୁରକ୍ଷା ଦେଇପାରୁ ନାହିଁ ରାଜ୍ୟ ସରକାର। ବାରମ୍ବାର ନାବାଳିକାଙ୍କୁ ନିର୍ଯ୍ୟାତନା ଓ ଦୁଷ୍କର୍ମ କରାଯାଉଛି। ଏହି ଘଟଣାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ମାଝୀ। ଯାଜପୁରର ନାବାଳିକାକୁ ଅପହରଣ କରି କଟକରେ ଜଣେ ପୋଲିସ ଅଧିକାରୀଙ୍କ ଘରେ ଦୀର୍ଘ 4 ଦିନ ରଖିବା ନେଇ ପୋଲିସ ଉପରେ ଟାର୍ଗେଟ କରିଛି କଂଗ୍ରେସ।

ଧର୍ମଶାଳା ନାବାଳିକା ଅପହରଣ; ‘ପୋଲିସ ଅଧିକାରୀଙ୍କ ଘରେ ହେଉଥିଲା ଦୁଷ୍କର୍ମ’

ଜାନୁଆରୀ 14 ତାରିଖ । ଯାଜପୁରର ଏକ ନାବାଳିକାକୁ ସେହି ଗ୍ରାମର ଦୁଇ ଭାଇ ରାତି 3 ଟାରେ ଡାକି ଅପହରଣ କରିଥିଲେ। ଅପହରଣ କରି କଟକରେ ଥିବା ନିଜ ଭଉଣୀ ଘରେ ରଖିଥିଲେ। କିନ୍ତୁ 14 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରସଗୋଲାରେ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ। ହେଲେ ଅଭିଯୁକ୍ତର ଭଉଣୀ ଓ ଭିଣୋଇ ଦୁଇ ଜଣ ପୋଲିସ ବିଭାଗରେ କାର୍ଯ୍ୟରତ। ପୋଲିସରେ ରହିଥିଲେ ମଧ୍ୟ ଏହିପରି କାର୍ଯ୍ୟକଳାପକୁ କିଭଳି ଆଶ୍ରୟ ଦେଉଥିଲେ ଦୁଇ ପୋଲିସ। ଏନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

18 ତାରିଖରେ ଘରୁ ଏକ ଡାଏରି ବାହାରିଥିଲା। ଯେଉଁ ଥିରେ 3ଟି ନମ୍ବର ଲେଖାଥିଲା। ସମସ୍ତ ନମ୍ବରରେ କଲ କରି ଜାଣିବାକୁ ପାଇଲେ ଯେ ନାବାଳିକା କଟକରେ ରହିଛି। ସଂଗେସଂଗେ ସ୍ଥାନ ଠିକ କରି ଝିଅକୁ ନେଇଯିବାକୁ ଝିଅର ବାପାକୁ ଫୋନ ମଧ୍ୟରେ ଧମକ ଦେଇଛନ୍ତି ଅପହରଣକାରୀ। ଏନେଇ ଝିଅର ପିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଳମ୍ବରେ ଅଭିଯୁକ୍ତକୁ ଗିରଫ କରିଥିଲା। କିନ୍ତୁ ପୋଲିସ ଅଭିଯୁକ୍ତର ଭାଇ, ଭଉଣୀ ଓ ଭିଣେଇଙ୍କୁ କେଉଁ କାରଣରୁ ଗିରଫ କରୁନି ସେନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ। ପୋଲିସ କର୍ମଚାରୀଙ୍କ ଘରେ ଧର୍ଷଣ ହେବାର ଏତଲା ଦେବାସ୍ବତେଃ ଜଣଙ୍କୁ ଗିରଫ କରି ନିରବ ବସିଛି ପୋଲିସ।

ପୋଲିସ କର୍ମଚାରୀଙ୍କ ବିରୋଧରେ କାହିଁକି ହେଉନାହିଁ କାର୍ଯ୍ୟାନୁଷ୍ଠାନ। ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଳି ଉଠାଇଛି କଂଗ୍ରେସ। ଏନେଇ ‘ମୋ ସରକାର’ଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ। 5ଟି ଲାଗୁ ହେବାରୁ ଅନେକ ମାମଲା ଚାପି ଦିଆଯାଇଛି। ନବରଙ୍ଗପୁର ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବି ଏଯାଏଁ ନ୍ୟାୟ ମିଳିପାରିଲା ଲାହିଁ। ସରକାରୀ ରିପୋର୍ଟ ଅନୁସାରେ 3 ମାସ ମଧ୍ୟରେ 502 ଜଣ ନିଖୋଜ ହୋଇଛନ୍ତି ସେଥିରୁ 79 ଜଣଙ୍କୁ ଖୋଜାଯାଇଛି ହେଲେ ବାକି 423 ଜଣ ନାବାଳିକା ନିଖୋଜ ଅଛନ୍ତି। କିନ୍ତୁ ସରକାର ନିରବ ବସିଛନ୍ତି। ୟୁପି ପରେ ଓଡ଼ିଶାରେ ଅଧିକ ନାରୀ ନିର୍ଯ୍ୟାତନା ହେଉଛି। ଏନେଇ ନିର୍ଭୟ ଫଣ୍ଡର ଖର୍ଚ୍ଚ ସରକାର କରିପାରୁନାହାନ୍ତି ବୋଲି ଆରୋପ ଲଗାଇଛନ୍ତି ପ୍ରଦୀପ ମାଝୀ ।

ଏହା ସହ ନାରୀ ସୁରକ୍ଷାକୁ ନେଇ 22 କୋଟି 70 ଲକ୍ଷ 53 ଟଙ୍କାରୁ କେବଳ ରାଜ୍ୟ ସରକାର 58 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା।

ପିଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛି କଂଗ୍ରେସ । ନ୍ୟାୟ ନମିଳିଲେ ରାଜରାସ୍ତକୁ ମଧ୍ୟ ଦଳ ଓଲ୍ହାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ଏହା ସହ ଯେଉଁ ମାନେ ଏହି ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଗିରଫ କର। ପିଡିତାଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବାକୁ ନେଇ ଏକ ସାମ୍ବାଦିକ ସମିଳନୀରେ ଦାବି କରିଛି କଂଗ୍ରେସ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଯାଜପୁର ଧର୍ମଶାଳା ନାବାଳିକା ଅପହରଣ ଘଟାଣରେ ପୋଲିସ କୁ ଟାର୍ଗେଟ କଲା କଂଗ୍ରେସ।

ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ନାରୀ ସୁରକ୍ଷା ଦେଇ ପାରୁ ନାହୁଁ ରାଜ୍ୟ ସରକାର। ବାରମ୍ବାର ନାବାଳିକାଙ୍କୁ ନିର୍ଯ୍ୟାତନା ଓ ଦୁଷ୍କର୍ମ କରାଯାଉଛି। ଏଥିରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରଦୀପ ମାଝୀ। ଯାଜପୁର ର ନାବାଳିକାକୁ ଅପହରଣ କରି କଟକରେ ଜଣେ ପୋଲିସର ଘରେ ଦୀର୍ଘ 4 ଦିନ ରଖିବା ନେଇ ପୋଲିସ ଉପରେ ଟାର୍ଗେଟ କରିଛି କଂଗ୍ରେସ।

Body:

ଜାନୁଆରୀ14 ତାରିଖ । ଯାଜପୁରର ଏକ ନାବାଳିକାକୁ ସେହି ଗ୍ରାମର ଦୁଇ ଭାଇ ରାତି 3 ଟାରେ ଡାକି ଅପହରଣ କରିଥିଲେ। ଅପହରଣ କରି କଟକ ରେ ଥିବା ନିଜ ଭଉଣୀ ଘରେ ରହିଥିଲେ ଦୁଇ ଭାଇ। ହେଲେ 14 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରସଗୋଲା ରେ ନିଶା ଦେଇ ବାରମ୍ଭାର ଦୁଷ୍କର୍ମ କରିଆସୁଥିଲେ। ହେଲେ ଅଭିଯୁକ୍ତର ଭଉଣୀ ଓ ଭିଣେଇ ଦୁଇ ଜଣ ପୋଲିସ ବିଭାଗରେ କାର୍ଯ୍ୟରତ। ହେଲେ ପୋଲିସରେ ରହିଥିଲେ ମଧ୍ୟ ଏହିପରି କାର୍ଯ୍ୟକଳାପ କୁ କିଭଳି ଆଶ୍ରୟ ଦେଉଥିଲେ ଦୁଇ ପୋଲିସ। ଏନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 18 ତାରିଖରେ ଘରୁ ଏକ ଡାଏରି ବାହାରିଥିଲା। ଯେଉଁ ଥିରେ 3 ଟି ନମ୍ବର ଲେଖାଥିଲା। ସମସ୍ତ ନମ୍ବରରେ କଲ କରି ଜାଣିବାକୁ ପାଇଲେ ଯେ ଝିଅ କଟକରେ ରହିଛି। ସଂଗେ ସଂଗେ ସ୍ଥାନ ଠିକ କରି ଝିଅ କୁ ନେଇଯାଅ ବୋଲି ଝିଅ ର ବାପା କୁ ଫୋନ ମଧ୍ୟରେ ଧମକ ଦେଲେ ଅପହରଣକାରୀ। ଏନେଇ ଝିଅର ପିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଳମ୍ବରେ ଅଭିଯୁକ୍ତକୁ ଗିରଫ କରିଥିଲା। ହେଲେ ଅଭିଯୁକ୍ତର ଭାଇ ଓ ଭଉଣୀ ଭିଣେଇ ଙ୍କୁ କେଉଁ କାରଣରୁ ଗିରଫ କରୁନି ପୋଲିସ ସେନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ।

ଯାଜପୁର ଧର୍ମଶାଳା ର ଜଣେ ନାବାଳିକା ଅପହରଣ ଘଟଣାରେ ପୋଲିସ କୁ ଟାର୍ଗେଟ କରିଛି କଂଗ୍ରେସ। ପୋଲିସ କର୍ମଚାରୀଙ୍କ ଘରେ ଧର୍ଷଣ ହେବାର ଏତଲା ଦେଲେବି ଜଣଙ୍କୁ ଗିରଫ କରି ନିରବ ବସିଛି ପୋଲିସ। ପୋଲିସ କର୍ମଚାରୀଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ଆଙ୍ଗୁଳି କରିଛି କଂଗ୍ରେସ। ଏନେଇ ମୋ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ ମାଝୀ। 5 ଟି ଲାଗୁ ହେବାରୁ ଅନେକ ମାମଲା ଚାପି ଦିଆଯାଇଛି। ନବରଙ୍ଗପୁର ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବି ଏଯାଏଁ ନ୍ୟାୟ ମିଳିପାରିଲା ଲାହିଁ। ସରକାରୀ ରିପୋର୍ଟ ଅନୁସାରେ 3 ମାସ ମଧ୍ୟରେ 502 ଜଣ ନିଖୋଜ ହୋଇଛନ୍ତି ସେଥିରୁ 79 ଜଣଙ୍କୁ ଖୋଜାଯାଇଛି ହେଲେ ବାକି 423 ଜଣ ନାବାଳିକା ନିଖୋଜ ଅଛନ୍ତି। କିନ୍ତୁ ସରକାର ନିରବ ବସିଛନ୍ତି। ୟୁପି ପରେ ଓଡ଼ିଶାରେ ଅଧିକ ନାରୀ ନିର୍ଯ୍ୟାତନା ହେଉଛି। ଏନେଇ ନିର୍ଭୟ ଫଣ୍ଡ ର ଖର୍ଚ କରିପାରୁନାହାନ୍ତି ସରକାର । 22 କୋଟି 70 ଲକ୍ଷ 53 ଟଙ୍କା ଟଙ୍କାରୁ କେବଳ ରାଜ୍ୟ ସରକାର 58 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ନାରୀ ସୁରକ୍ଷା କୁ ନେଇ ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ।

ପିଡିତାଙ୍କୁ ନ୍ୟାୟ ଦାବି କଲା କଂଗ୍ରେସ । ନ୍ୟାୟ ନମିଳିଲେ ରାଜରାସ୍ତକୁ ଓଲ୍ହାଇବ କଂଗ୍ରେସ। ଏହା ସହ ଯେଉଁ ମାନେ ଏହି ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଗିରଫ କର। ଓ ପିଡିତାଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି କଂଗ୍ରେସ କହିଛି। ଓଡ଼ିଶାରେ ନାରୀ ନିର୍ଯ୍ୟାତନା ନେଇ କଂଗ୍ରେସର ସାମ୍ବାଦିକ ସମିଳନୀରେ କହିଛି କଂଗ୍ରେସ।

Byte- ପ୍ରଦୀପ ମଝି, କଂଗ୍ରେସ ନେତା।
Byte- ସ୍ମୃତିରେଖା ପହି, କଂଗ୍ରେସ ନେତ୍ରୀ।
Byte- ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.