ETV Bharat / city

Odisha Assembly: ବୁକ ସ୍ରକ୍ୟୁଲାର 47 ଉଲଂଘନ ଅଭିଯୋଗ ଆଣିଲେ ନରସିଂହ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବୁକ ସ୍ରକ୍ୟୁଲାର କାର୍ଯ୍ୟକାରୀ ହେଉନଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ବୁକ ସ୍ରକ୍ୟୁଲାର 47 ଉଲଂଘନ ଅଭିଯୋଗ ଆଣିଲେ ନରସିଂହ

author img

By

Published : Jul 5, 2022, 2:03 PM IST

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳରେ ଗୃହରେ ଗ୍ରାମ୍ୟ ଉନ୍ନୟନ ବିଭାଗଠୁ ନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ବୁକ ସ୍ରକ୍ୟୁଲାର କାର୍ଯ୍ୟକାରୀ ହେଉନଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ବିଧାନସଭାରେ ବିଧାୟକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି। ନରସିଂହ ମିଶ୍ର ବିଲ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ଡ଼କ୍ୟୁମେଣ୍ଟ ଦିଆଯାଉନି । ଘରୋଇ ବିଶ୍ଵ ବିଦ୍ୟାଳୟ ପାଇଁ କଣ ଗାଇଡ଼ ଲାଇନ ରହିଛି ବୋଲି ବିଧାନସଭାର ଶୂନ୍ୟ କାଳରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଏତେ ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇ ନେଲେ । ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର।

ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି । ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ବ ବିଦ୍ୟାଳୟମାନଙ୍କୁ ଅନୁମତି ଦେବା ଅନୁଚିତ । ବୁକ ସ୍ରକ୍ୟୁଲାର 47 ଉଲଂଘନ ହେଉଛି । ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉ ନାହାନ୍ତି । ଯେତେବେଳେ କି ନିୟମ ରହିଛି 15 ଦିନ ଭିତରେ ଉତ୍ତର ଦିଆଯିବ । ଖାଲି ସେତିକି ନୁହେଁ ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ରୁଲିଂ ଦାବି କରିଛନ୍ତି ନରସିଂହ ମିଶ୍ର ।

ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆଯାଇ ନାହିଁ ତାଙ୍କୁ ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ହୋଇଛି । ସେପଟେ ବୁକ ସ୍ରକ୍ୟୁଲାର 47 ଉଲଂଘନ ନେଇ ବାଚସ୍ପତିଙ୍କ ରୁଲିଂକୁ ନେଇ ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ ସ୍ରକ୍ୟୁଲାର 47 ସଠିକ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.