ETV Bharat / city

ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା କରୁଛନ୍ତି ସରକାର: ସୁର ରାଉତରାୟ

ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ କ୍ଷୋଭ ବାଢିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ପଶୁ-ପକ୍ଷୀଙ୍କ ସୁରକ୍ଷାରେ ରାଜ୍ୟ ସରକାର ଚରମ ଅବହେଳା କରୁଥିବା ସୁର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା କରୁଛନ୍ତି ସରକାର: ସୁର ରାଉତରାୟ
ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା କରୁଛନ୍ତି ସରକାର: ସୁର ରାଉତରାୟ
author img

By

Published : Jun 15, 2022, 7:03 PM IST

ଭୁବନେଶ୍ବର: ରାଜ୍ୟରେ ପଶୁ ମୃତ୍ୟୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜଙ୍ଗଲରେ ପଶୁ ଏବେ ଅସୁରକ୍ଷିତ । ବିଶେଷକରି ହାତୀ ମୃତ୍ୟୁ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କେଉଁଠି ହାତୀକୁ ଗୁଳି ବିଦ୍ଧ ହେଉଛି ତ ଆଉ କେଉଁଠି ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛି । ଫଳରେ ହାତୀ ସଂଖ୍ୟା ଲୋପ ପାଇବାରେ ଲାଗିଛି । ଏନେଇ ବିରୋଧୀ ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଅବହେଳା କରୁଛନ୍ତି ସରକାର: ସୁର ରାଉତରାୟ

ହାତୀ କରିଡର ହୋଇଛି, କୋଟି କୋଟି ଟଙ୍କା ବ୍ୟୟ ହେଉଛି । ହେଲେ କେବଳ ହାତୀ ନୁହେଁ ସମସ୍ତ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଥିବା କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ସ୍ନାନପୁର୍ଣ୍ଣିମାରେ ତିନି ଠାକୁର ହାତୀ ବେଶ ହୋଇ ଦର୍ଶନ ଦେଇଥିଲେ । ହାତୀଙ୍କ ସୁରକ୍ଷା ସଂସ୍କୃତି ପରମ୍ପରା ସହ ଜଡିତ । ସରକାର ହାତୀ ସୁରକ୍ଷାରେ ଚରମ ଅବହେଳା କରିଛନ୍ତି । ଜଙ୍ଗଲ ସୁରକ୍ଷା ସରକାରଙ୍କ ବଡ଼ ଦାୟିତ୍ୱ । ନନ୍ଦନକାନନରେ ମଧ୍ୟ ପଶୁ ମୃତ୍ୟୁ ବ୍ୟାପକ ଭାବେ ବଢିଛି । ତେଣୁ ସରକାର ଏହାର ସୁବ୍ୟବସ୍ଥା ତୁରନ୍ତ କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.