ETV Bharat / city

Dhamnagar By-poll: ପ୍ରାର୍ଥୀ ଚୟନ ପାଇଁ ଟିମ ଗଠନ କଲା କଂଗ୍ରେସ

ଧାମନଗର ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବଢୁଛି ଉତ୍କଣ୍ଠା । ବିଜେଡିରେ ସର୍ବାଧିକ ଆଶାୟୀ ଥିବାବେଳେ ବିଜେପିରୁ ସ୍ବର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ପ୍ରାର୍ଥୀ ଚୟନ ପାଇଁ 5 ଜଣିଆ ଟିମ ଗଠନ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By

Published : Oct 8, 2022, 8:48 AM IST

ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ଚୟନ ପାଇଁ ଟିମ ଗଠନ କଲା କଂଗ୍ରେସ

ଭୁବନେଶ୍ବର: ପାଖେଇ ଆସୁଛି ଧାମନଗର ଉପନିର୍ବାଚନ । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବଢୁଛି ଉତ୍କଣ୍ଠା । ଶାସକ ବିଜେଡିରେ ସର୍ବାଧିକ ଆଶାୟୀ ଥିବାବେଳେ ବିଜେପିରୁ ସ୍ବର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ପ୍ରାର୍ଥୀ ଚୟନ ପାଇଁ 5 ଜଣିଆ ଟିମ ଗଠନ କରିଛି କଂଗ୍ରେସ ।

ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ ଧାମନଗର ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । କେଉଁ ଆଧାରରେ ପ୍ରାର୍ଥୀ ଚୟନ ହେବେ ଏବଂ କିଏ ହେବେ ସଠିକ ପ୍ରାର୍ଥୀ ତାକୁ ନେଇ ବିଭିନ୍ନ ରାଜନୈତିକ ଦଳର ଘନ ଘନ ବୈଠକ ବସୁଛି । ତେବେ ଏହାରି ମଧ୍ୟରେ ଶାସକ ଦଳ ବିଜେଡିରେ ଚିକେଟ ପାଇବାକୁ ସର୍ବାଧିକ ଆଶାୟୀ ଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଧାମନଗରର ପୂର୍ବତନ ବିଧାୟକ ତଥା ଦିବଂଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେପିର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ 5 ଜଣିଆ ଟିମ ଗଠନ କରିଛି ।

ବିଜେଡିର ପୂର୍ବତନ ବିଧାୟକ ରାଜୁ ଦାଶ ଟିକେଟ ଲବିରେ ଆଗରେ ରହିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ବିଷ୍ଣୁ ସେଠୀଙ୍କ ପୁଅ ବିଜେପିରୁ ଟିକେଟ୍‌ ପାଇବା ଏକ ପ୍ରକାର ନିଶ୍ଚିତ ବୋଲି ଆଲୋଚନା ହେଉଛି । ସେହିପରି କଂଗ୍ରେସ ପୁରୁଣା ପ୍ରାର୍ଥୀ ଉପରେ ଭରସା କରିବ ନା ନୂଆ ମୁହଁ ଦେବ ସେ ନେଇ ଦଳରେ ଆଲୋଚନା ଆରମ୍ଭ ହୋଇଛି । କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ଅନନ୍ତ ସେଠୀ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କ ନାମ ଆଲୋଚନା ହେଉଛି । ତେବେ ମିଳିଥିବା ତଥ୍ୟ ଅନୁଯାୟୀ ଗତ 2019 ନିର୍ବାଚନରେ ବିଜେପି ବିଷ୍ଣୁ ସେଠୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ରାଜୁ ଦାଶଙ୍କ ଠାରୁ 4625 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ ।

2019 ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ 80,111 ଖଣ୍ଡ ଭୋଟ ମିଳିଥିବାବେଳେ ରାଜୁ ଦାଶଙ୍କୁ 75,486 ଏବଂ କଂଗ୍ରେସର ବିଦ୍ୟାଧର ଜେନାଙ୍କୁ 4,700 ଭୋଟ ମିଳିଥିଲା । ତେବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥୀ ଚୟନ ପାଇଁ 5 ଜଣିଆ ଟିମ ଗଠନ କରିଛି କଂଗ୍ରେସ । ଦଳର ବ୍ଲକ ଏବଂ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ତୃଣମୂଳ ସ୍ତରରେ ପ୍ରାର୍ଥୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଟିମକୁ ଜଣାଇବେ ବୋଲି ଏହି ଟିମର ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.