ଭୁବନେଶ୍ବର: ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପରେ ପଳାଶୁଣୀସ୍ଥିତ ରାଇମୋହନଙ୍କ ବାସଭବନରେ କମିଶନରେଟ୍ ପୋଲିସ ପହଞ୍ଚିଛି । ୪ ଜଣିଆ ମହିଳା ଟିମ ପହଞ୍ଚିଛନ୍ତି ଉଦୟପୁର ବାସଭବନରେ । ତାଙ୍କ ମୃତ୍ୟୁକୁ ନେଇ କରିବେ ଛାନଭିନ । ମହିଳା ଟିମ ଆସିଥିବାରୁ ଘରେ ପତ୍ନୀ ଓ ଝିଅଙ୍କୁ କରିବେ ପଚରାଉଚୁରା ।
ଏପରିକି ରାଇମୋହନଙ୍କ ଶେଷ ମେସେଜର କାରଣ ଜାଣିବାକୁ ସ୍ତ୍ରୀ ଓ ଝିଅଙ୍କୁ ପଚରାଉଚୁରା କରିବେ । ତେବେ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ? ରାଇମୋହନଙ୍କ ସହ କ’ଣ ପାରିବାରିକ ଝଗଡା ହୋଇଥିଲା ନା ଅର୍ଥନୈତିକ ବା ଅନ୍ୟ କୌଣସି କାରଣ ଅଛି, ସେନେଇ ପଚରାଉଚୁରା କରିବ କମିଶନରେଟ ପୋଲିସ । ଦୁଇଜଣ ଲେଡି ସବ-ଇନସ୍ପେକ୍ଟରଙ୍କ ସହ ଦୁଇଜଣ ମହିଳା କନଷ୍ଟେବଳ ପହଞ୍ଚି ପଚରାଉଚୁରା କରିବେ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର