ETV Bharat / city

ଟିକାକୁ ନେଇ ବିମାନବନ୍ଦରରେ କୋଲଡ ଷ୍ଟୋର ପ୍ରସ୍ତୁତ

author img

By

Published : Jan 12, 2021, 2:11 PM IST

ଆଜି(ମଙ୍ଗଳବାର) ରାଜ୍ୟରେ କୋଭିଡ ଟିକା ପହଞ୍ଚୁଥିବାରୁ ବିମାନବନ୍ଦରରେ କୋଲଡ ଷ୍ଟୋରକୁ ପ୍ରସ୍ତୁତ କରି ରଖାଯାଇଛି । ଅଧିକ ପଢନ୍ତୁ...

Cold store ready for Covid vaccine in Bhubaneswar airport
ଟିକାକୁ ନେଇ ବିମାନବନ୍ଦରରେ କୋଲଡ ଷ୍ଟୋର ପ୍ରସ୍ତୁତ

ଭୁବନେଶ୍ବର: ଟୀକାକରଣ ପାଇଁ ରାଜ୍ୟରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଆଜି(ମଙ୍ଗଳବାର) ରାଜ୍ୟରେ କୋଭିଡ ଟିକା ପହଞ୍ଚୁଥିବାରୁ ବିମାନବନ୍ଦରରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ବିମାନବନ୍ଦରରେ କୋଲଡ ଷ୍ଟୋରକୁ ପ୍ରସ୍ତୁତ କରି ରଖାଯାଇଛି ।

ବିମାନ ବନ୍ଦରରେ ଟିକା ପହଞ୍ଚିବା ପରେ ଏହାକୁ ଗଚ୍ଛିତ କରି ରଖିବା ପାଇଁ 2 ରୁ 8 ଡିଗ୍ରୀ ତାପମାତ୍ରାରେ ବିମାନ ବନ୍ଦରରେ ଏକ କୋଲଡ଼ ଷ୍ଟୋର ରୁମ ପ୍ରସ୍ତୁତ କରାଯାଇଛି । ଏହି ରୁମରେ ସୁରକ୍ଷା କଡ଼ାକଡ଼ି କରାଯିବ । ଏନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତ ରହିଛନ୍ତି । କୋଲଡ଼ ଷ୍ଟୋର ବର୍ତ୍ତମାନ ଚାଲୁ ରହିଛି । ଭାରତୀୟ ବିମାନବନ୍ଦରରୁ ନିର୍ଦ୍ଦେଶ ଆସିଲା ପରେ ଭୁବନେଶ୍ୱର ବିମାନବନ୍ଦରରେ ତତ୍ପରତା ଦେଖିବାକୁ ମିଳିଛି ।

ତେବେ ପ୍ରଥମ ପର୍ଯ୍ୟାୟରେ 40 ହଜାର 800ଟି ଟିକା ରାଜ୍ୟରେ ପହଞ୍ଚିବ । ପୂର୍ବରୁ ତାଲିକାରେ ଅନ୍ତର୍ଭୁକ୍ତ ଥିବା କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଗୋଟିଏ ଟିକା ବୋତଲରୁ ପ୍ରାୟ 10 ଜଣ ଟିକା ନେଇପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.