ETV Bharat / city

ଭୋଟ ପାଇଁ ନୋଟ ବାଣ୍ଟୁଛନ୍ତି ନବୀନ: ସୁର - ଜୱାଦ ସହାୟତା ଘୋଷଣା ପରେ ଟାର୍ଗେଟ କଲେ ବିରୋଧୀ

ଜୱାଦରେ କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତା ରାଶି ଘୋଷଣା ପରେ ଟାର୍ଗେଟ କଲେ ବିରୋଧୀ । କେବଳ ଭୋଟ ପାଇଁ ରାଜ୍ୟ ସରକାର ଏହି ଘୋଷଣା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

cm naveen patnaik announce jawad assistance for upcoming election says sura routray
ଭୋଟ ପାଇଁ ନୋଟ ବାଣ୍ଟୁଛନ୍ତି ନବୀନ: ସୁର
author img

By

Published : Dec 28, 2021, 7:47 PM IST

Updated : Dec 28, 2021, 8:02 PM IST

ଭୁବନେଶ୍ବର: ବାତ୍ୟା ଜୱାଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା । ଏନେଇ ରାଜ୍ୟ ସରକାର ଚାଷୀଙ୍କ ପାଇଁ ୫୦୭ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିଶେଷ କରି କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରି ପାରିନି । କଂଗ୍ରେସ ନେତା ସୁର ରାଉତରାୟ ଏହାକୁ ଭୋଟ ରାଜନୀତି ବୋଲି କହିଛନ୍ତି ।

ଭୋଟ ପାଇଁ ନୋଟ ବାଣ୍ଟୁଛନ୍ତି ନବୀନ: ସୁର

ଏହି ସହାୟତା ରାଶି କେବଳ ବିଜେଡିର ଦଳୀୟ କର୍ମୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ଋଣରେ ବୁଡ଼ିଛନ୍ତି । ମୁଣ୍ଡ ପିଛା ଋଣ କଥା କହିଲେ ନସରେ । ଭୋଟ ମୁଣ୍ଡ ଉପରେ ଥିବାରୁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । ଯାହାର ବାସ୍ତବିକତା କିଛି ନାହିଁ ବୋଲି କହିଛନ୍ତି ସୁର ରାଉତରାୟ ।

ଏହା ବି ପଢ଼ନ୍ତୁ Special Assistance For Jawad Cyclone: କ୍ଷତିଗ୍ରସ୍ତଙ୍କ ପାଇଁ 507 କୋଟିର ପ୍ୟାକେଜ ଘୋଷଣା

ବାତ୍ୟା ଜୱାଦ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦୭ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିଲା ବାତ୍ୟା ଜୱାଦ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ । ସବୁଦିନିଆ ଫସଲ କ୍ଷତି ପାଇଁ Input subsidy ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 28, 2021, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.