ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି । ଖୁଆଡ ନଂ 60(ଖ)ରେ ରହୁଥିବା ସିମ୍ପାଞ୍ଜି ପୂର୍ଣ୍ଣିମା ସୋମବାର ଏକ ଶାବକ ଜନ୍ମ ଦେଇଛି ।
ଜନ୍ମ ହୋଇଥିବା ନୂଆ ଶାବକକୁ ଖୁଆଡ଼ ନଂ 60 (ଖ)ରେ ରଖାଯାଇଛି । ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ବର୍ତ୍ତମାନ ଏହାକୁ ମିଶାଇ ସିମ୍ପାଞ୍ଜିଙ୍କ ସଂଖ୍ୟା 7କୁ ବୃଦ୍ଧି ପାଇଛି।
ପ୍ରକାଶ ଥାଉକି, ବର୍ତ୍ତମାନ ଜୁଲୁ, ପୂର୍ଣ୍ଣିମା, ପମ୍ପେଟା, ରାକ୍ଷୀ, ଲକ୍ଷ୍ମୀ, ଦୁର୍ଗା ନାମକ ସିମ୍ପାଞ୍ଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ